ଓଡିଶା

odisha

ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

By

Published : Jun 11, 2021, 9:34 PM IST

ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ରାୟଗଡ଼ା ଜିଲ୍ଲାରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅଧିକ ପଢନ୍ତୁ...

ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ
ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

ରାୟଗଡ଼ା: ଦେଶରେ ପେଟ୍ରୋଲ ଓ ଡିଜେଲ ଦର ହୁ ହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ନିୟନ୍ତ୍ରଣ କରିବାରେ କେନ୍ଦ୍ର ସରକାର ସଂପୂର୍ଣ୍ଣ ବିଫଳ ହୋଇଥିବା ରାୟଗଡା ଜିଲ୍ଲା କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି । ତୈଳଦର ବୃଦ୍ଧିକୁ ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

ପେଟ୍ରୋଲ ଏବେ ଲିଟର ପିଛା 100 ଟଙ୍କାରେ ପହଞ୍ଚିଥିବା ବେଳେ ଡିଜେଲ ଦର ମଧ୍ୟ ବୃଦ୍ଧି ପାଇଛି । ଗତ 13 ମାସ ମଧ୍ୟରେ କେନ୍ଦ୍ର ସରକାର 43 ଥର ଦର ବୃଦ୍ଧି କରି ସାଧାରଣ ଲୋକଙ୍କୁ ହରଡଘଣାରେ ପକାଇଛନ୍ତି । ସମଗ୍ର ଦେଶ ମହାମାରୀ ତଳେ ଚାପି ହୋଇଯାଇଥିବା ବେଳେ ସରକାର ଯେପରି ଦର ବୃଦ୍ଧି କରିଚାଲିଛନ୍ତି ତାକୁ କଦାପି ବରଦାସ୍ତ କରାଯିବ ନାହିଁ ବୋଲି ଜିଲ୍ଲା କଂଗ୍ରେସ କମିଟି ସଭାପତି ଦୁର୍ଗାପ୍ରସାଦ ପଣ୍ଡା କହିଛନ୍ତି ।

ଶୁକ୍ରବାର 10 ଟାରୁ 11ଟା ପର୍ଯ୍ୟନ୍ତ କଂଗ୍ରେସ କର୍ମୀମାନେ ସହରର କପିଳାସ ଛକ ନିକଟରେ ଥିବା ପେଟ୍ରୋଲ୍ ପମ୍ପ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ତେବେ ତୈଳ ଦର ହ୍ରାସ କରାନଗଲେ ଆଗାମୀ ଦିନରେ କଂଗ୍ରେସ ଆନ୍ଦୋଳନକୁ ତୀବ୍ର କରିବ ବୋଲି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ କୁହାଯାଇଛି । ଏହି ବିକ୍ଷୋଭ ପ୍ରଦର୍ଶନ ବେଳେ ପିସିସି ରାଜ୍ୟ ସଂପାଦକ ଆପୁଲସ୍ବାମୀ କାଡ୍ରାକା ସମେତ ଅନେକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।

ରାୟଗଡ଼ାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ABOUT THE AUTHOR

...view details