ଓଡିଶା

odisha

ETV Bharat / state

ଦୁର୍ଗମ ଅଞ୍ଚଳ ଚନ୍ଦ୍ରପୁରରେ ପହଞ୍ଚିଲେ ଜିଲ୍ଲାପାଳ; ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା - rayagada collector

ରାୟଗଡା ଜିଲ୍ଲାର ଦୁର୍ଗମ ଅଞ୍ଚଳ ଚନ୍ଦ୍ରପୁର ବ୍ଲକ ଗସ୍ତ କରିଛନ୍ତି ଜିଲ୍ଲାପାଳ ସରୋଜ କୁମାର ମିଶ୍ର । ଗୁରୁବାର ଚନ୍ଦ୍ରପୁର ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସେ ତଦାରଖ କରିଛନ୍ତି । ଅଧିକ ପଢନ୍ତୁ...

ଦୁର୍ଗମ ଅଞ୍ଚଳ ଚନ୍ଦ୍ରପୁରରେ ପହଞ୍ଚିଲେ ଜିଲ୍ଲାପାଳ
ଦୁର୍ଗମ ଅଞ୍ଚଳ ଚନ୍ଦ୍ରପୁରରେ ପହଞ୍ଚିଲେ ଜିଲ୍ଲାପାଳ

By

Published : Mar 19, 2021, 8:23 AM IST

Updated : Mar 19, 2021, 2:13 PM IST

ରାୟଗଡା: ଜିଲ୍ଲାର ଦୁର୍ଗମ ଅଞ୍ଚଳ ଚନ୍ଦ୍ରପୁର ବ୍ଲକ ଗସ୍ତ କରିଛନ୍ତି ଜିଲ୍ଲାପାଳ ସରୋଜ କୁମାର ମିଶ୍ର । ଗୁରୁବାର ଚନ୍ଦ୍ରପୁର ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସେ ତଦାରଖ କରିଛନ୍ତି । ଗମନାଗମନ ପାଇଁ ରାସ୍ତା ନଥିବାରୁ ଲୋକଙ୍କ ସମସ୍ୟା ବୁଝିଥିଲେ ଜିଲ୍ଲାପାଳ । ସେହିପରି ବିଜେପୁର ଗ୍ରାମପଞ୍ଚାୟତର ଖିଲୁଣ୍ଡି, ବଡ ଫକାଳ, ସାନ ଫକାଳ ଗସ୍ତ କରି ଗ୍ରାମବାସୀଙ୍କ ସହ ଶିଶୁମାନଙ୍କ ପାଠପଢା, ସ୍ବୟଂ ସହାୟକ ଗୋଷ୍ଠୀର କାର୍ଯ୍ୟକ୍ରମ, ସ୍ବାସ୍ଥ୍ୟଗତ ସମସ୍ୟା, ଶିଶୁ ବିକାଶ ଯୋଜନା ଠିକ ଭାବେ କାର୍ଯ୍ୟକାରୀ ଉପରେ ମଧ୍ୟ ସେ ଆଲୋଚନା କରିଥିଲେ ।

ଦୁର୍ଗମ ଅଞ୍ଚଳ ଚନ୍ଦ୍ରପୁରରେ ପହଞ୍ଚିଲେ ଜିଲ୍ଲାପାଳ

ଏହାପରେ ବ୍ଲକରେ ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ପଞ୍ଚାୟତ ଅଧିନସ୍ତ ବିଭିନ୍ନ ଯୋଜନାରେ କାର୍ଯ୍ୟକୁ ଅନୁଧ୍ୟାନ କରିଥିଲେ l ଗ୍ରାମୀଣ ଆବାସ ଗୃହରେ ସଠିକ କାର୍ଯ୍ୟକାରିତା ଉପରେ ହିତାଧିକାରୀମାନଙ୍କ ସହିତ କଥାବାର୍ତ୍ତା କରି କାର୍ଯ୍ୟ ଗୁଡିକ ଅଗ୍ରଗତି ସମ୍ବନ୍ଧରେ ଅନୁଧ୍ୟାନ କରିଥିଲେ l ବିଜେପୁର ଗ୍ରାମବାସୀ ଜିଲ୍ଲାପାଳଙ୍କୁ ପାନୀୟ ଜଳ ସମସ୍ୟାକୁ ତୁରନ୍ତ ଦୂର କରିବାକୁ ଅନୁରୋଧ କରିଥିବା ଦେଖିବାକୁ ମିଳିଥିଲା l ସେହିପରି ବିଦ୍ୟୁତ ସମସ୍ୟାର ସବୁଦିନ ସ୍ଥାୟୀ ସମାଧାନ କରିବାକୁ ଅନୁରୋଧ କରିଥିଲେ l

ଚନ୍ଦ୍ରପୁରବାସୀ ଜିଲ୍ଲାପାଳଙ୍କୁ ନିକଟରେ ପାଇ କେତେlଟି ଦାବି ଉପସ୍ଥାପନା କରିଥିଲେ l ଚନ୍ଦ୍ରପୁର ଠାରେ ମୋବାଇଲ ଟାୱାର ସ୍ଥାପନ କରାଯାଇଛି l ଏକ ଭାରତୀୟ ଷ୍ଟେଟ ବ୍ୟାଙ୍କ ଏବଂ ଏଟିଏମ ସ୍ଥାପିତ ହେଲେ ଜନସାଧାରଣ ବିଶେଷ ଭାବରେ ଉପକୃତ ହୋଇପାରିବେ l ଏହାସହିତ ବ୍ଲକର ଗମନlଗମାନ ସୁବିଧା ଗ୍ରାମୀୟ ରାସ୍ତାଘାଟକୁ ବିଶେଷ ଦୃଷ୍ଟି ଦେବାକୁ ଜିଲ୍ଲାପାଳଙ୍କ ନିକଟରେ ନିଜ ଦାବି ଜଣାଇଥିଲେ ଗ୍ରାମବାସୀ l ପରବର୍ତ୍ତୀ ମୁହୂର୍ତ୍ତରେ ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା କରାଯାଉଥିବା ମାଛ ଚାଷକୁ ଜିଲ୍ଲାପାଳ ଅନୁଧ୍ୟାନ କରିଥିଲେ l ଏହି ଆଲୋଚନା ବେଳେ ଶିକ୍ଷିତ ଓ ଅର୍ଦ୍ଧ ଶିକ୍ଷିତ ଯୁବକ ଯୁବତୀ ମାନଙ୍କୁ ଦିନଦୟାଲ ଗ୍ରାମୀଣ କୌଶଳ ବିକାଶ ଯୋଜନାରେ ତାଲିମ ନେଇ ନେବାକୁ ଜିଲ୍ଲାପାଳ ସରୋଜ ପରାମର୍ଶ ଦେଇଥିଲେ l ଜିଲ୍ଲାପାଳ ସହିତ ଭାରପ୍ରାପ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଭୀମସେନ ଶବର, ଭିଡିଓ ଜର୍ଜ ଡୁଙ୍ଗୁଡୁଙ୍ଗ ସମେତ ଅନ୍ୟାନ୍ୟ ବ୍ଲକ ଅଧିକାରୀମାନେ ଉପସ୍ଥିତ ଥିଲେ l

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Last Updated : Mar 19, 2021, 2:13 PM IST

ABOUT THE AUTHOR

...view details