ଓଡିଶା

odisha

ETV Bharat / state

ମୁନିଗୁଡାରେ ରାୟଗଡ଼ା ଜିଲ୍ଲାପାଳ, ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା - ମୁନିଗୁଡା ଗସ୍ତରେ ରାୟଗଡ଼ା ଜିଲ୍ଲାପାଳ

ମୁନିଗୁଡା ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କଲେ ରାୟଗଡ଼ା ଜିଲ୍ଲାପାଳ। ଅଧିକ ପଢ଼ନ୍ତୁ

rayagada collector visit muniguda block to review development works
ମୁନିଗୁଡା ଗସ୍ତରେ ରାୟଗଡ଼ା ଜିଲ୍ଲାପାଳ, ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା

By

Published : Jul 29, 2022, 8:27 AM IST

ରାୟଗଡ଼ା: ମୁନିଗୁଡା ବ୍ଲକ ଗସ୍ତରେ ରାୟଗଡ଼ା ଜିଲ୍ଲାପା ଳ। ବ୍ଲକର ବିଭିନ୍ନ ଉନ୍ନୟନ କାର୍ଯ୍ୟର ଅନୁଧ୍ୟାନ କଲେ ଜିଲ୍ଲାପାଳ ସ୍ବଧା ଦେବ ସିଂ। ପାତ୍ରଗୁଡ଼ ଗ୍ରାମପଞ୍ଚାୟତ ଗସ୍ତ କରି ସେଠାରେ ନିର୍ମିତ ଅମୃତ ସରବର ପୋଖରୀ ପରିଦର୍ଶନ କରିଛନ୍ତି । ଏହାପରେ ଶିବପଦର ଗ୍ରାମପଞ୍ଚାୟତ ଅନ୍ତର୍ଗତ ହାଟଦହିଖାଲ ଶିଶୁ ଉଦ୍ୟାନ ପରିଦର୍ଶନ କରିଥିଲେ ।

ମୁନିଗୁଡା ଗସ୍ତରେ ରାୟଗଡ଼ା ଜିଲ୍ଲାପାଳ

ଶିବପଦର 5ଟି ଅଧିନସ୍ଥ ଉଚ୍ଚ ବିଦ୍ୟାଳୟ ଏବଂ ସେବାଶ୍ରମ ବିଦ୍ୟାଳୟ ପରିଦର୍ଶନ କରି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ,ଛାତ୍ରଛାତ୍ରୀ ମାନଙ୍କ ସହିତ ଆଲୋଚନା କରିଥିଲେ। ଦୁରଖୁଲିମାରେ ଓଡିଶା ଜୀବିକା ମିଶନ କାର୍ଯ୍ୟକ୍ରମ ଓ ଅଙ୍ଗନବାଡ଼ି କାର୍ଯ୍ୟକ୍ରମ ଅନୁଧ୍ୟାନ କରିଛନ୍ତି। ଏହି ସମୟରେ ଦୁରଖୁଳିମାର ଗ୍ରାମବାସୀମାନେ ଏକ ଶୀତଳ ଭଣ୍ଡାର ସ୍ଥାପନ କରିବା ନିମନ୍ତେ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଥିଲେ। ସେଠାକାର ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଇ ଶିଶୁମାନଙ୍କ ସ୍ୱାସ୍ଥ୍ୟ ଓ ପୁଷ୍ଟିକର ଖାଦ୍ୟ ପ୍ରଦାନ ଉପରେ ଆଲୋଚନା କରିଥିଲେ। ମିଶନଶକ୍ତି କାର୍ଯ୍ୟ ଅନୁଧ୍ୟାନ କରିବା ସହ ୩୦ଜଣ ଚାଷୀଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିଥିଲେ । ଏହାପରେ ଡିକେଡିଏ ଦ୍ୱାରା କରାଯାଇଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟ ଅନୁଧ୍ୟାନ କରିଥିଲେ ଏବଂ ଡଙ୍ଗରିଆମାନଙ୍କୁ ସୌର ଲଣ୍ଠନ ଓ ପରିଚୟ ପତ୍ର ପ୍ରଦାନ କରିଥିଲେ l

ଇଟିଭି ଭାରତ, ରାୟଗଡା

ABOUT THE AUTHOR

...view details