ଓଡିଶା

odisha

ETV Bharat / state

ରାଷ୍ଟ୍ରପତିଙ୍କ ହାତରୁ ରାୟଗଡା ଜିଲ୍ଲାପାଳ ଗ୍ରହଣ କଲେ ଭୂମି ସମ୍ମାନ

ଭୂମି ସମ୍ମାନ-୨୦୨୩ରେ ସମ୍ମାନିତ ହେଲେ ରାୟଗଡ଼ା ଜିଲ୍ଲାପାଳ ସ୍ୱଧା ଦେବ ସିଂ । ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ଠାରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ଅଧିକ ପଢ଼ନ୍ତୁ

bhumi sanman 2023
ଭୂମି ସମ୍ମାନ ୨୦୨୩

By

Published : Jul 18, 2023, 7:52 PM IST

ରାୟଗଡ଼ା: ଲ୍ୟାଣ୍ଡ ରେକର୍ଡସ୍‌ର ସମ୍ପୂର୍ଣ୍ଣ ଡିଜିଟାଇଜେସନ ପାଇଁ ଦେଶର ୬୮ ଜିଲ୍ଲାର ଜିଲ୍ଲାପାଳ, ସେମାନଙ୍କ ଟିମ ଏବଂ ୯ ଜଣ ସଚିବଙ୍କୁ ଭୂମି ସମ୍ମାନ-୨୦୨୩ରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୬୮ ଜିଲ୍ଲାରୁ ଓଡ଼ିଶାର ସର୍ବାଧିକ ୧୯ ଜିଲ୍ଲା ରହିଛି । ସେମାନଙ୍କ ମଧ୍ୟରେ ଅନୁଗୋଳ, ବୌଦ୍ଧ, ବରଗଡ଼, ଭଦ୍ରକ, ଦେବଗଡ଼, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ନବରଙ୍ଗପୁର, ନୟାଗଡ଼, ନୂଆପଡ଼ା, ରାୟଗଡ଼ା ଏବଂ ସମ୍ବଲପୁର ଜିଲ୍ଲାପାଳଙ୍କୁ ପୁରସ୍କୃତ କରାଯାଇଛି । ଏହି କ୍ରମରେ ରାୟଗଡ଼ା ଜିଲ୍ଲାପାଳ ସ୍ୱଧା ଦେବ ସିଂଙ୍କୁ ମିଳିଛି ଭୂମି ସମ୍ମାନ -୨୦୨୩ ।

d

ଏହା ମଧ୍ୟ ପଢ଼ନ୍ତୁ:ଜାତୀୟସ୍ତରରେ ୬ ଗୋଟି ପୁରସ୍କାର, ହିଞ୍ଜିଳିକାଟୁ ଦେଶର ଏକ ନମ୍ବର ବ୍ଲକ

ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ଠାରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲାପାଳ ସ୍ୱଧା ଦେବ ସିଂଙ୍କୁ ଭୂମି ସମ୍ମାନରେ ସମ୍ମାନିତ କରିଛନ୍ତି । ସମ୍ମାନରେ ମାନପତ୍ର ଓ ଫଳକ ପ୍ରଦାନ କରିଛନ୍ତି । ଜିଲ୍ଲାର ଗୁଡାରି ଓ ମୁନିଗୁଡା ତହସିଲର ଖତିୟାନ କମ୍ପ୍ୟୁଟିକରଣ, କଡ୍ରଷ୍ଟଲ ମ୍ୟାପ ଅଧୁନିକରଣ, ଖତିୟାନ ସହ କଡ୍ରଷ୍ଟଲ ମ୍ୟାପ ସଂଯୋଗୀକରଣ, ଅନ ଲାଇନ ଜମି ପଞ୍ଜୀକରଣ, ରେକର୍ଡ ରୁମ ଆଧୁନିକରଣ ଆଦିର ମାପଦଣ୍ଡ ଉପରେ ସମୀକ୍ଷା କରି ଏହି ସବୁଥିରେ ଶତ ପ୍ରତିଶତ ଲକ୍ଷ୍ୟ ଧାର୍ଯ୍ୟ ହାସଲ କରିଥିବାରୁ ରାୟଗଡ଼ା ଜିଲ୍ଲାକୁ ପ୍ଲାଟିନମ ଗ୍ରେଡ଼ର ସଫଳତା ମିଳିଥିବା ବେଳେ ଆଜି ଭୂମି ସମ୍ମାନରେ ସମ୍ମାନିତ କରାଯାଇଛି ।

bf

ଏହା ମଧ୍ୟ ପଢ଼ନ୍ତୁ:ନିଜର ନାହିଁ ଇଞ୍ଚେ ଜମି; ଚାଷୀଙ୍କ ପାଇଁ ନିର୍ମାଣ କଲେ ଧାନ ରୁଆ ମେସିନ୍, ପୁରସ୍କାର ଦେଲେ ରାଷ୍ଟ୍ରପତି

ଏହା ମଧ୍ୟ ପଢ଼ନ୍ତୁ:OSAM ବୋର୍ଡକୁ ସ୍କଚ ପୁରସ୍କାର, ଶୁଭେଚ୍ଛା ଜଣାଇଲେ ସମବାୟ ମନ୍ତ୍ରୀ

ଭୂମି ସମ୍ମାନ ୨୦୨୩

ଭାରତ ସରକାରଙ୍କ ଗ୍ରାମୀଣ ଉନ୍ନୟନ ମନ୍ତ୍ରଣାଳୟର ଭୁ-ସମ୍ପଦ ବିଭାଗ ଦ୍ୱାରା ଏହି ପୁରସ୍କାର ପ୍ରଦାନ କରାଯାଇଛି l ଆଜିର ଏହି ପୁରସ୍କାର ଗ୍ରହଣ ଉତ୍ସବରେ ଗୁଡ଼ାରି ତହସିଲଦାର ଭାରତୀ ଦେବୀ, ମୁନିଗୁଡା ତହସିଲଦାର ସୁଶ୍ରୀ ଅନାମିକା ପାଣ୍ଡେ ମଧ୍ୟ ଉପସ୍ଥିତ ଥିଲେ । ଗତ ୭୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ କେନ୍ଦ୍ର ସରକାରଙ୍କ ଦ୍ବାରା ଦେଶର ୬୮ ଜିଲ୍ଲାପାଳଙ୍କୁ ସେମାନଙ୍କର ଉଲ୍ଲେଖନୀୟ ଯୋଗଦାନ ପାଇଁ ସମ୍ମାନ ଦିଆଯାଇଛି । ଡିଜିଲାଟ ବ୍ୟବସ୍ଥାର କାର୍ଯ୍ୟନ୍ବୟନ ଯୋଗୁଁ ଅଦାଲତରେ ଜମିଜମା ବିବାଦ ସମ୍ପର୍କିତ ମାମଲା ହ୍ରାସ ପାଇବା ସହିତ ଆର୍ଥିକ ଅଭିବୃଦ୍ଧି ହାସଲରେ ଏହା ସହାୟକ ହେବ ।

ଇଟିଭି ଭାରତ, ରାୟଗଡ଼ା

ABOUT THE AUTHOR

...view details