ରାୟଗଡ଼ା: ଶିଶୁ ସୁରକ୍ଷା ବ୍ୟବସ୍ଥାକୁ ନିଶ୍ଚିତ କରିବା ସହ ବାଲ୍ୟ ବିବାହ ଭଳି ପ୍ରଥାକୁ ରୋକିବାକୁ ଧାର୍ମିକ ଅନୁଷ୍ଠାନର ସହଯୋଗ ମାଗିଛନ୍ତି ରାୟଗଡ଼ା ଜିଲ୍ଲାପାଳ । ରାୟଗଡ଼ାକୁ ପ୍ରଶାସନ ପକ୍ଷରୁ ଏକ ଶିଶୁମିତ୍ର ଜିଲ୍ଲା ବା ବାଲ୍ୟ ବିବାହ ମୁକ୍ତ ଜିଲ୍ଲା ଭାବେ ଗଢିବା ଅଭିଯାନରେ ଧାର୍ମିକ ଅନୁଷ୍ଠାନର ସହଯୋଗ ଲୋଡ଼ିଛନ୍ତି ଜିଲ୍ଲାପାଳ । ଏହି କ୍ରମରେ ଗ୍ରାମ୍ୟ ଉନ୍ନୟନ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ପ୍ରଶାସନ, ଆକ୍ସନଏଡ ଓ ୟୁନିସେଫ ଓଡ଼ିଶା ପକ୍ଷରୁ ମିଳିତ ଭାବରେ ଏହି ବୈଠକ ଅନୁଷ୍ଠିତ ହୋଇଛି ।
ରାୟଗଡ଼ାରେ ବାଲ୍ୟ ବିବାହ ଚିନ୍ତା, ଧାର୍ମିକ ଅନୁଷ୍ଠାନ ସହଯୋଗ ଲୋଡ଼ିଲେ ଜିଲ୍ଲାପାଳ - ବାଲ୍ୟ ବିବାହ ରୋକିବାକୁ ରାୟଗଡ଼ା ଜିଲ୍ଲାପାଳଙ୍କ ଅଭିଯାନ
ରାୟଗଡ଼ାରେ ବାଲ୍ୟ ବିବାହ ଭଳି ପ୍ରଥାକୁ ରୋକିବାକୁ ଧାର୍ମିକ ଅନୁଷ୍ଠାନର ସହଯୋଗ ଲୋଡିଲେ ଜିଲ୍ଲାପାଳ । ଅଧିକ ପଢ଼ନ୍ତୁ
![ରାୟଗଡ଼ାରେ ବାଲ୍ୟ ବିବାହ ଚିନ୍ତା, ଧାର୍ମିକ ଅନୁଷ୍ଠାନ ସହଯୋଗ ଲୋଡ଼ିଲେ ଜିଲ୍ଲାପାଳ ରାୟଗଡ଼ାରେ ବାଲ୍ୟ ବିବାହ ଚିନ୍ତା, ଧାର୍ମିକ ଅନୁଷ୍ଠାନ ସହଯୋଗା ଲୋଡ଼ିଲେ ଜିଲ୍ଲାପାଳ](https://etvbharatimages.akamaized.net/etvbharat/prod-images/768-512-15446732-thumbnail-3x2-rayagada.jpeg)
ଏହି ବୈଠକ ମାଧ୍ୟମରେ ବାଲ୍ୟ ବିବାହ ରୋକିବା ପାଇଁ ବିଭିନ୍ନ ଜାତି ସମାଜ ଓ ପାରମ୍ପରିକ ମୁଖିଆମାନଙ୍କର ସହଯୋଗ ଲୋଡ଼ାଯାଇଛି । ବାଲ୍ୟ ବିବାହ ଯୋଗୁଁ ଜିଲ୍ଲାରେ ଶିଶୁ ମୃତ୍ୟୁହାର ଓ ମାତୃ ମୃତ୍ୟୁହାର ବଢ଼ିବାରେ ଲାଗିଛି । କମ୍ ବୟସରେ ଅନେକ ଶିଶୁ ଓ କିଶୋର କିଶୋରୀ ନିଜର ଭବିଷ୍ୟତ ବିଷୟରେ ଅଧିକ କିଛି ଭାବି ପାରୁ ନାହାନ୍ତି ।
ଯେଉଁ କିଶୋର ଓ କିଶୋରୀ ଜଣକ ଅଧିକ ପାଠପଢ଼ି ନିଜର ଜ୍ଞାନ ବଢାଇବା ସହିତ ନିଜର ସମାଜ ପାଇଁ କିଛି କରିପାରିଥାନ୍ତେ ସେମାନେ ବାଲ୍ୟ ବିବାହ ଯୋଗୁଁ ଆଉ ଅଧିକ କିଛି ଚିନ୍ତା କରି ପାରୁ ନାହାନ୍ତି । ବିବାହ ଆୟୋଜନ କରିବା ସମୟରେ ପ୍ରତ୍ୟେକ ପରିବାର ଉଭୟ ପୁଅ ଓ ଝିଅ ମାନଙ୍କର ବୟସ ଯାଞ୍ଚ କରିନେବା ଆବଶ୍ୟକ ବୋଲି କହି ଛନ୍ତି ଜିଲ୍ଲାପାଳ । ଏଭଳି କୁପ୍ରଥାକୁ ରୋକିବାକୁ ବର୍ତ୍ତମାନ ଧାର୍ମିକ ଅନୁଷ୍ଠାନର ସହଯୋଗ ମାଗିଛନ୍ତି ଜିଲ୍ଲାପାଳ ।