ରାୟଗଡ଼ା: କାର୍ଯ୍ୟରେ ଅବହେଳା କରିବା ସରକାରୀ ବାବୁଙ୍କୁ ପଡ଼ିଛି ମହଙ୍ଗା । ଏଥିଲାଗି ବଡ଼ ଦଣ୍ଡ ଭୋଗିବେ କର୍ମଚାରୀ । ଜିଲ୍ଲାପାଳ ସ୍ବଧା ଦେବ ସିଂ ତହସିଲଦାରଙ୍କ ସମେତ ୩୦ ଜଣ କର୍ମଚାରୀଙ୍କ ଦରମା ବନ୍ଦ କରିଛନ୍ତି । ଜିଲ୍ଲାପାଳଙ୍କ ଏହି କଡ଼ା ପଦକ୍ଷେପକୁ ସାଧାରଣ ଲୋକେ ପ୍ରଶଂସା କରିଛନ୍ତି । ଅଫିସ କାଗଜ ପତ୍ର ଠିକ ନଥିବା ଓ ଲୋକଙ୍କୁ ଠିକ ସମୟରେ ସେବା ପ୍ରଦାନ କରୁନଥିବା କାରଣରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
କାର୍ଯ୍ୟରେ ଅବହେଳା ପଡିଲା ମହଙ୍ଗା, ତହସିଲଦାରଙ୍କ ସମେତ ୩୦ କର୍ମଚାରୀଙ୍କ ଦରମା ବନ୍ଦ ଗତ ୨୨ ତାରିଖରେ ଜିଲ୍ଲାପାଳ କାଶୀପୁର ତହସିଲ କାର୍ଯ୍ୟାଳୟ ନୀରିକ୍ଷଣ ପାଇଁ ଯାଇଥିଲେ । ନୀରିକ୍ଷଣ ସମୟରେ ଅନେକ କାମ ଶେଷ ହୋଇନଥିବା ନଜରକୁ ଆସିଥିଲା । ଏଭଳିକି ଲୋକେ ନିଜର ଡକ୍ୟୁମେଣ୍ଟ ପାଇଁ ଆବେଦନ କରି ବହୁ ଦିନରୁ ଅପେକ୍ଷା କରିଥିବା ସୂଚନା ମିଳିଥିଲା । ଏହାପରେ ଜିଲ୍ଲାପାଳ ସ୍ଵଧା ଦେବ ସିଂ ଏହି କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି । ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଦରମା ବନ୍ଦ ରହିବ ବୋଲି ପତ୍ର ଲେଖି ଜଣାଇଛନ୍ତି ।
ଏହା ବି ପଢନ୍ତୁ- ଯାତାୟତରେ କଣ୍ଟା ସାଜିଛି ସକଟା ନାଳ, ସେତୁ ନିର୍ମାଣ ଦାବି କଲେ ଡଙ୍ଗରିଆ
ଏହି ସରକାରୀ ଅଧିକାରୀମାନେ ଅନେକ ସମୟ ଅନୁପସ୍ଥିତ ରହୁଥିବା ମଧ୍ୟ ଜଣାପଡିଛି । ଏ ନେଇ ଅଭିଯୋଗ ହେବା ପରେ ଜିଲ୍ଲାପାଳ ଏହି କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଗତ ମାସ ୨୨ ତାରିଖରେ ଜିଲ୍ଲାପାଳ କାଶୀପୁର ଗସ୍ତ କରିଥିଲେ । ଏହି ସମୟରେ ସେ ତହସିଲ କାର୍ଯ୍ୟାଳୟ ପରିଭ୍ରମଣ କରି ସମସ୍ତ କାର୍ଯ୍ୟକଳାପର ସମୀକ୍ଷା କରିଥିଲେ । ଏହି ସମୟରେ ସେ ବିଭିନ୍ନ ଅନିୟମିତତା ଲକ୍ଷ୍ୟ କରିବା ପରେ କାର୍ଯ୍ୟାନୁଷ୍ଠାନ ନେଇଥିବା ଜଣାପଡିଛି ।
କାଶୀପୁର ବିଭିନ୍ନ କ୍ଷେତ୍ରକୁ ନେଇ ଅବହେଳା ସାମନାକୁ ଆସୁଛି । ଏହାର ସଦ୍ୟ ଉଦାହରଣ ହେଉଛି ତାଣ୍ଡବ ରଚିଥିବା ଝାଡାବାନ୍ତି ରୋଗ । ଏହି ମହାମାରୀ ଯୋଗୁଁ ଅନେକଙ୍କ ପ୍ରାଣ ଯାଇଥିଲା । ଉତ୍କଟ ପାନୀୟ ଜଳ ସମସ୍ୟା ଯୋଗୁଁ ଲୋକେ ଝରଣା ଓ ନଦୀନାଳ ପାଣି ଉପରେ ନିର୍ଭର କରୁଥିଲେ । ଯାହାଦ୍ବାରା ବ୍ୟାପିଥିଲା ଏହି ମହାମାରୀ । ପାନୀୟ ଜଳଠୁ ଆରମ୍ଭ କରି ରାସ୍ତାଘାଟ, ସ୍ବାସ୍ଥ୍ୟ କ୍ଷେତ୍ରରେ ଅବହେଳା ଯୋଗୁଁ ନିରୀହ ଜୀବନ ଯିବା ପରେ ସଚେତନ ହେଉଛି ପ୍ରଶାସନ । ଅଞ୍ଚଳବାସୀଙ୍କ ନିକଟରେ ମୌଳିକ ସୁବିଧା ପହଞ୍ଚାଇବା ଲାଗି ସମୟ ପୂର୍ବରୁ ପ୍ରଶାସନ ସଚେତନ ହେବା ଆବଶ୍ୟକ ।
ଇଟିଭି ଭାରତ, ରାୟଗଡ଼ା