ଓଡିଶା

odisha

ETV Bharat / state

କୋଭିଡ ସ୍ଥିତି ଅନୁଧ୍ୟାନ କଲେ ରାୟଗଡ଼ା ଜିଲ୍ଲାପାଳ - କୋଭିଡ ସ୍ଥିତି

ରାୟଗଡ଼ା ଜିଲ୍ଲାରେ କୋଭିଡ଼ ସ୍ଥିତି ଅନୁଧ୍ୟାନ କରିଛନ୍ତି ଜିଲ୍ଲାପାଳ ସରୋଜ କୁମାର ମିଶ୍ର । ଅଧିକ ପଢନ୍ତୁ...

ଜିଲ୍ଲାରେ କୋଭିଡ ସ୍ଥିତି ଅନୁଧ୍ୟାନ କଲେ ରାୟଗଡ଼ା ଜିଲ୍ଲାପାଳ
ଜିଲ୍ଲାରେ କୋଭିଡ ସ୍ଥିତି ଅନୁଧ୍ୟାନ କଲେ ରାୟଗଡ଼ା ଜିଲ୍ଲାପାଳ

By

Published : May 8, 2021, 9:03 AM IST

ରାୟଗଡ଼ା:ଜିଲ୍ଲାରେ କରୋନା ସଂକ୍ରମଣର ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦୃଷ୍ଟିରେ କୋଭିଡ୍ ପରିଚାଳନା ନେଇ ଜିଲ୍ଲା ପ୍ରଶାସନ ଅହରହ ଉଦ୍ୟମ ଚଳାଇଛି । ଜିଲ୍ଲାର କୋଭିଡ ସ୍ଥିତି ସମ୍ପର୍କରେ ଜିଲ୍ଲାପାଳ ପ୍ରଶାସନ ଓ ସ୍ବାସ୍ଥ୍ୟ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି ।

ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଶୁକ୍ରବାର ସକାଳେ ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ସହିତ ଅଚାନକ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିଦର୍ଶନ କରିଥିଲେ l ଏହି ପରିଦର୍ଶନ ସମୟରେଭି କୋଭିଡ ପରୀକ୍ଷାଗାର ଅନୁଧ୍ୟାନ କରିଥିଲେ । ଏହାସହିତ ପରୀକ୍ଷା ନିମନ୍ତେ ଆସିଥିବା ଲୋକମାନଙ୍କୁ ଧାଡିରେ ସାମାଜିକ ଦୂରତା ବଜାୟ ରଖିବା, ମାସ୍କ ବ୍ୟବହାର କରିବା ପାଇଁ ବୁଝାଇଥିଲେ । ଏହାପରେ ଜିଲ୍ଲାପାଳ ଶୁକ୍ରବାର ଏକ ସ୍ବତନ୍ତ୍ର ବୈଠକ କରିଥିଲେ । ଏଥିରେ ମୁଖ୍ୟତଃ କୋଭିଡ ହସ୍ପିଟାଲକୁ ବରିଷ୍ଠ ଡାକ୍ତର ମାନଙ୍କୁ ନିୟୋଜିତ କରି ଅଧିକ କ୍ରିୟାଶୀଳ କରି ଉନ୍ନତି ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ l

ଜିଲ୍ଲାରେ କୋଭିଡ ସ୍ଥିତି ଅନୁଧ୍ୟାନ କଲେ ରାୟଗଡ଼ା ଜିଲ୍ଲାପାଳ

ଜିଲ୍ଲାରେ ତ୍ବରିତ କାର୍ଯ୍ୟକାରୀ ଟିମ(RRT)କୁ ଆହୁରି କାର୍ଯ୍ୟକାରୀ କରlଯିବ । ଯାହାଫଳରେ ଘରୋଇ ସଙ୍ଗରୋଧରେ ରହୁଥିବା ଲୋକଙ୍କ ସ୍ବାସ୍ଥ୍ୟବସ୍ଥା ବୁଝି ପାରିବେ ଏବଂ ସେମାନଙ୍କ ଆବଶ୍ୟକତା ଅନୁଯାୟୀ କୋଭିଡ କେୟାର ସେଣ୍ଟରକୁ ସ୍ଥାନାନ୍ତର ପାଇଁ ସୁପାରିଶ କରିବେ । ଜିଲ୍ଲାରେ ନୂତନ ଭାବେ 3ଟି କୋଭିଡ କେୟାର ସେଣ୍ଟର କାର୍ଯ୍ୟକାରୀ ହେବାକୁ ଯାଉଥିବା ରାୟଗଡାର ପେଣ୍ଟା ,ଗୁଣପୁରର ଓଡିଶା ଆଦର୍ଶ ବିଦ୍ୟାଳୟ ଏବଂ ବିଷମ କଟକକୁ ରୋଗୀଙ୍କୁ ସ୍ଥାନାନ୍ତର କରି ଚିକତ୍ସା କରାଯିବ । ଆରଆର ଟିମ ଘରେ ଘରେ ଯାଇ ଲୋକଙ୍କ ସହିତ ସ୍ବାସ୍ଥ୍ୟ ସମ୍ବନ୍ଧରେ ବୁଝିବେ l

ସେହିପରି ଜିଲ୍ଲା ମୁଖ୍ୟଡାକ୍ତରଖାନାରେ ଗୋଟିଏ 24 ଘଣ୍ଟିଆ କୋଭିଡ ନିୟନ୍ତ୍ରଣ କକ୍ଷ ଓ ସହାୟତା କେନ୍ଦ୍ର ଖୋଲାଯାଇ ଚିକିତ୍ସିତ ରୋଗୀଙ୍କ ସମ୍ବନ୍ଧରେ ତଥ୍ୟ ସଂଗ୍ରହ କରି ପରିବାର ଲୋକଙ୍କୁ ସୂଚନା ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ଏହି ବୈଠକରେ ଥିରେ ଅତିରକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା, ପିଡି, ଡ଼ିଆରଡ଼ିଏ ମହେଶ୍ବର ନାଏକ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡ଼ ଆର୍ତ୍ତ ବନ୍ଧୁ ନାୟକ, ଡିପିଏମ ରାଜେଶ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ରାୟଗଡ଼ାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ABOUT THE AUTHOR

...view details