ରାୟଗଡା:କୋହଳ କଟକଣାପରେ ରାୟଗଡରେ ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଳାପାଳ ଓ ଏସପି । ରାଜ୍ୟରେ କୋରୋନା ସଂକ୍ରମଣ ହାର ଚଳିତ ମାସରେ ହ୍ରାସ ପାଇବା ପରେ ରାଜ୍ୟ ସରକାର ଲକଡାଉନ କଟକଣାକୁ ଆହୁରି ୧୪ ଦିନ ବୃଦ୍ଧି କରିଥିଲେ ସୁଦ୍ଧା ସମସ୍ତ ଜିଲ୍ଳାରେ କଟକଣା ଆଂଶିକ କୋହଳ କରିଛନ୍ତି । ସେହିପରି ରାୟଗଡା ଜିଲ୍ଲାରେ କଟକଣା କୋହଳ ପରେ ଗୁରୁବାର ଜିଲ୍ଲାପାଳ ଓ ଏସପି ବିଭିନ୍ନ ସ୍ଥାନ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି ।
ଆଂଶିକ କୋହଳ କଟକଣା ପରେ ସ୍ଥିତି ଅନୁଧ୍ୟାନ କଲେ ରାୟଗଡା ଜିଲ୍ଳାପାଳ ଓ ଏସପି - ଆଂଶିକ କୋହଳ କଟକଣା
ରାଜ୍ୟରେ କୋରୋନା ସଂକ୍ରମଣ ହ୍ରାସ ପାଇବା ପରେ ରାଜ୍ୟ ସରକାର ରାୟଗଡା ସମେତ ବିଭିନ୍ନ ଜିଲ୍ଲାରେ କଟକଣା କୋହଳ କରିଛନ୍ତି । ଏହି ପରିପ୍ରେକ୍ଷୀର ରାୟଗଡା ଜିଲ୍ଲାପାଳ ଓ ଏସପି ସହରର ବିଭିନ୍ନ ସ୍ଥାନ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଅଧିକ ପଢନ୍ତୁ...
![ଆଂଶିକ କୋହଳ କଟକଣା ପରେ ସ୍ଥିତି ଅନୁଧ୍ୟାନ କଲେ ରାୟଗଡା ଜିଲ୍ଳାପାଳ ଓ ଏସପି ଅନଲକ ପରେ ରାୟଗଡରେ ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଳାପାଳ ଓ ଏସପି](https://etvbharatimages.akamaized.net/etvbharat/prod-images/768-512-12173665-thumbnail-3x2-rgd.jpeg)
ରାୟଗଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଅତ୍ୟାବଶ୍ୟକୀୟ ସାମଗ୍ରୀ କ୍ରୟ ବିକ୍ରୟ ପାଇଁ ସକାଳ ୬ ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିବା ପାଇଁ ଅନୁମତି ପ୍ରଦାନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଜିଲ୍ଳା ସଦର ମହକୁମାରେ ମଧ୍ୟ ପୂର୍ବପରି ମାସ୍କ ପରିଧାନ ଓ ସାମାଜିକ ଦୂରତା ବଜାୟ ରଖି ଉଭୟ ବ୍ୟବସାୟୀ ଓ ଗ୍ରାହକମାନେ ନିୟମକୁ କଡାକଡି ଭାବେ ମାନୁଛନ୍ତି କି ନାହିଁ ସେନେଇ ପୂର୍ବାହ୍ନରେ ରାୟଗଡା ଜିଲ୍ଳାପାଳ ସରୋଜ କୁମାର ମିଶ୍ର ଓ ଏସପି ବିବେକାନନ୍ଦ ଶର୍ମା ସହରର ବିଭିନ୍ନ ସ୍ଥାନ ବୁଲି ଲୋକଙ୍କୁ ସଚେତନ କରିବା ସହିତ ସ୍ଥିତିର ଅନୁଧ୍ୟାନ କରିଛନ୍ତି । ସେମାନେ ବିଶେଷକରି କପିଳାସ ଛକ ଠାରୁ ଉପଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ରାସ୍ତା ଓ ଓଭର ବ୍ରିଜ ତଳେ ଥିବା ପରିବା ବଜାର ସମେତ SBI ମୁଖ୍ୟ ଶାଖା ଏବଂ ମୁଖ୍ୟ ବଜାର ପରିକ୍ରମା କରି ବ୍ୟବସାୟୀମାନଙ୍କୁ ନିୟମ ମଧ୍ୟରେ ରହି ବ୍ୟବସାୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ