ଓଡିଶା

odisha

By ETV Bharat Odisha Team

Published : Nov 5, 2023, 10:15 PM IST

ETV Bharat / state

ଅନ୍ତର୍ଜାତୀୟ କ୍ରସବୋ ସୁଟିଂ ଚମ୍ପିଆନସିପରେ ଭାରତକୁ ସ୍ଵର୍ଣ୍ଣ, ଦେଶ ପାଇଁ ସୁନାମ ଆଣିଲେ ରାୟଗଡାର ଭାଇଭଉଣୀ

ରାୟଗଡାର ପାଇଁ ସୁନାମ ଆଣିଲେ ଭାଇଭଉଣୀ । ଅନ୍ତର୍ଜାତୀୟ କ୍ରସବୋ ସୁଟିଂ ଚାମ୍ପିୟନସିପରେ ସ୍ଵର୍ଣ୍ଣ ପଦକ ଜିତି ଦେଶ ପାଇଁ ସୁନାମ ଅର୍ଜନ ଆଣିଛନ୍ତି । ଅଧିକ ପଢନ୍ତୁ

ଅନ୍ତର୍ଜାତୀୟ କ୍ରସବୋ ସୁଟିଂ ଚାମ୍ପିୟନସିପରେ ଭାରତକୁ ସ୍ଵର୍ଣ୍ଣ ,ଦେଶ ପାଇଁ ସୁନାମ ଆଣିଲେ ଭାଇଭଉଣୀ
ଅନ୍ତର୍ଜାତୀୟ କ୍ରସବୋ ସୁଟିଂ ଚାମ୍ପିୟନସିପରେ ଭାରତକୁ ସ୍ଵର୍ଣ୍ଣ ,ଦେଶ ପାଇଁ ସୁନାମ ଆଣିଲେ ଭାଇଭଉଣୀ

ଅନ୍ତର୍ଜାତୀୟ କ୍ରସବୋ ସୁଟିଂ ଚାମ୍ପିୟନସିପରେ ଭାରତକୁ ସ୍ଵର୍ଣ୍ଣ ,ଦେଶ ପାଇଁ ସୁନାମ ଆଣିଲେ ଭାଇଭଉଣୀ

ରାୟଗଡ଼ା:ଅନ୍ତର୍ଜାତୀୟ କ୍ରସବୋ ସୁଟିଂ ଚମ୍ପିଆନସିପରେ ଭାରତକୁ ସ୍ଵର୍ଣ୍ଣ । ଦେଶ ତଥା ରାଜ୍ୟ ପାଇଁ ସୁନାମ ଆଣିଲେ ଭାଇଭଉଣୀ । ଆଗ୍ରା ଠାରେ ଅନୁଷ୍ଠିତ ଏହି ଚମ୍ପିଆନସିପରେ ସ୍ଵର୍ଣ୍ଣ ପଦକ ଜିତିଛନ୍ତି ରାୟଗଡାର ଏ. ଲୋହିତ ପଟ୍ଟନାୟକ ଏବଂ ଏ. ନେହା ପଟ୍ଟନାୟକ । ଉଭୟେ ଆଜି ନିଜ ଜନ୍ମ ମାଟିକୁ ଫେରିଛନ୍ତି । ଉଭୟଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି ।

ଆଜି ଉଭୟେ ଟ୍ରେନ ଯୋଗେ ରାୟଗଡାରେ ପହଞ୍ଚିବା ପରେ ବାପା ଆନନ୍ଦ ଓ ମାଆ ମାଙ୍ଗା ପଟ୍ଟନାୟକଙ୍କ ସମେତ ରାୟଗଡା ବିଜେଡିର ବରିଷ୍ଠ ସଂଗଠକ କୋଣ୍ଡାବାବୁ, ବରିଷ୍ଠ ଆଇନଜୀଵୀ ଏଦୁ ମଧୁ, ବିରଜା ପାତ୍ର,କେସି ପଟ୍ଟନାୟକ ,ରାୟଗଡା ବିଧାୟକ ପ୍ରତିନିଧି ଦେବଗିରି ପଟ୍ଟନାୟକ, ଯୁବ ବିଜେଡ଼ିର ଜିଲ୍ଲା ସମ୍ପାଦକ କେ.ଶ୍ରୀନିବାସ, ବିଜେପି ନେତା ପଦ୍ମନାଭ ଦାଶ ପ୍ରମୁଖ ଓ ବିଭିନ୍ନ ସଂଗଠନ ପକ୍ଷରୁ ପୁଷ୍ପଗୁଛ ଦେଇ ସ୍ୱାଗତ କରାଯାଇଥିଲା । ଏହାପରେ ନେହା ଓ ଲୋହିତ ଏକ ଶୋଭାଯାତ୍ରାରେ ବାହାରି ମା' ମଝିଘରିଆଣି ମନ୍ଦିର ନିଆଯାଇଥିଲା ।

ଇଣ୍ଡିଆନ କ୍ରସବୋ ସୁଟିଂ ଆସୋସିଏସନ ପକ୍ଷରୁ ଚଳିତ ବର୍ଷ ଅକ୍ଟୋବର ୨୬ ତାରିଖରୁ ୩୧ତାରିଖ ପର୍ଯ୍ୟନ୍ତ ଉତ୍ତର ପ୍ରଦେଶର ଆଗ୍ରାରେ ୧୦ତମ ଅନ୍ତର୍ଜାତୀୟ କ୍ରସବୋ ସୁଟିଂ ଚାମ୍ପିୟନସିପ ଅନୁଷ୍ଠିତ ହୋଇଥିଲା । ଏଥିରେ ରାୟଗଡାର ଏ. ଆନନ୍ଦ ପଟ୍ଟନାୟକଙ୍କ ଝିଅ ଏ. ନେହା ପଟ୍ଟନାୟକ ମହିଳା ଓପେନ ଫ୍ରି ଷ୍ଟାଇଲ ବର୍ଗରେ ଏବଂ ପୁଅ ଏ. ଲୋହିତ ପଟ୍ଟନାୟକ ପୁରୁଷ ଓପେନ ଷ୍ଟାଣ୍ଡାର୍ଡ ବର୍ଗରେ ଭାରତ ପକ୍ଷରୁ ଅଂଶ ଗ୍ରହଣ କରିଥିଲେ । ଏହା ପରେ ଉଭୟେ ସ୍ୱର୍ଣ୍ଣ ପଦକ ଜିତି ଦେଶ ତଥା ଓଡିଶା ପାଇଁ ଗୌରବ ଆଣିଛନ୍ତି ।

ଏହା ମଧ୍ୟ ପଢନ୍ତୁ...Cricket World Cup 2023: ଜାଡେଜାଙ୍କୁ ୫ ୱିକେଟ୍‌, ଦକ୍ଷିଣ ଆଫ୍ରିକାର ଆତ୍ମସମର୍ପଣ

ଏହି ଚମ୍ପିଆନସିପର ଉଦଯାପନୀ ଉତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଇନ ଓ ନ୍ୟାୟ ବିଭାଗ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଏସପି ସିଂ ବାଘଲେ, ୟୁପି ସରକାରଙ୍କ ଶିଶୁ ବିକାଶ ମନ୍ତ୍ରୀ ବେବି ରବି ମୌର୍ଯ୍ୟ, ବିଧାୟକ ରାଜା ମହେନ୍ଦ୍ର ସିଂ, ସିବିଏସଇ ସଂଯୋଜକ ରମାନନ୍ଦ ଚୌହାନ, ଆଗ୍ରା ପୋଲିସ କମିଶନର ଡ଼ଃ ପ୍ରିତେନ୍ଦ୍ର ସିଂ, ଏୟାର କୋମଡର ଏସ. କେ. ଗୁପ୍ତା, ଆଗ୍ରା ଏସିପି କେଶବ କୁମାର ଚୌଧୁରୀ, ଡିସିପି ରବି କୁମାର ପ୍ରମୁଖ ଉପସ୍ଥିତ ରହି ପ୍ରତିଯୋଗିମାନଙ୍କୁ ପଦକ ଓ ମାନପତ୍ର ବିତରଣ କରିଥିଲେ । ଏହି କ୍ରସବୋ ଚମ୍ପିଆନସିପରେ ଭାରତ ସମେତ ବ୍ରିଟେନ, ଆମେରିକା, ସ୍ୱେଡେନ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଭଳି ୭ଟି ଦେଶ ଭାଗ ନେଇଥିଲେ । ଚମ୍ପିଆନ ହୋଇ ଫେରିବା ପରେ ଭାଇଭଉଣୀ ଏହି ସଫଳତାର ଶ୍ରେୟ ନିଜ ବାପା,ମାଆ ଏବଂ ନିଜ କୋଚଙ୍କୁ ଦେଇଛନ୍ତି ।

ଇଟିଭି ଭାରତ,ରାୟଗଡ଼ା

ABOUT THE AUTHOR

...view details