ଓଡିଶା

odisha

ETV Bharat / state

ନାଗରିକତା ସଂଶୋଧନ ଅଧିନିୟମ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ - ବିଜେପିର ସାମ୍ବାଦିକ ସମ୍ମିଳନୀ

ନାଗରିକତା ସଂଶୋଧନ ଅଧିନିୟମ (ସିଏଏ) ଲାଗୁ କରିବା ପରେ ଏହି ଅଧିନିୟମକୁ ଲୋକଙ୍କ ପାଖକୁ ଯିବ ବିଜେପି । ରାୟଗଡା ଜିଲ୍ଲା ବିଜେପି ପକ୍ଷରୁ ସ୍ଥାନୀୟ ତେଜସ୍ବୀ ହୋଟେଲ ଠାରେ ଏନେଇ ଏକ କର୍ମଶାଳା ସହିତ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।

rayagada-bjp-press-meet
rayagada-bjp-press-meet

By

Published : Jan 4, 2020, 2:40 AM IST

ରାୟଗଡ଼ା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବ ଓ ବିଜେପି ସରକାର ଦେଶରେ ନାଗରିକତା ସଂଶୋଧନ ଅଧିନିୟମ (ସିଏଏ) ଲାଗୁ କରିବା ପରେ ଏହି ଅଧିନିୟମକୁ ଲୋକଙ୍କ ପାଖରେ ପହଞ୍ଚିବା ଲକ୍ଷରେ ସାରାଦେଶରେ ଦଳ ତରଫରୁ କର୍ମଶାଳା ଓ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଛି । ଏହି ପରିପ୍ରେକ୍ଷୀରେ ରାୟଗଡା ଜିଲ୍ଲା ବିଜେପି ପକ୍ଷରୁ ସ୍ଥାନୀୟ ତେଜସ୍ବୀ ହୋଟେଲ ଠାରେ ଏକ କର୍ମଶାଳା ସହିତ ସାମ୍ବାଦିକ ସମ୍ମିଳନୀ ମଧ୍ୟ ଅନୁଷ୍ଠିତ ହୋଇଯାଇଛି ।

ନାଗରିକତା ସଂଶୋଧନ ଅଧିନିୟମ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ

ଦେଶରେ ନୂତନ ଭାବେ ଲାଗୁ ହୋଇଥିବା ନାଗରିକତା ଆଇନକୁ ବିରୋଧୀ ଦଳର ନେତା ମାନେ ବିଭ୍ରାନ୍ତ କରି ଦୋଶବାସୀଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରୁଛନ୍ତି । ଦେଶରେ ଆଜି ମଧ୍ୟ ମୁସଲମାନ ଭାଇ ମାନେ ସୁରକ୍ଷିତ ଅଛନ୍ତି ବୋଲି ବିଜେପି ପକ୍ଷରୁ କୁହାଯାଇଛି । ବରିଷ୍ଠ ବିଜେପି ନେତା ତଥା ନବରଙ୍ଗପୁରର ପୂର୍ବତନ ସାଂସଦ ବଳଭଦ୍ର ମାଝି ସାମ୍ବାଦିକ ସମ୍ମିଳନୀ କରି ବିଭିନ୍ନ ଦେଶରେ ଉତ୍ପୀଡନର ଶିକାର ହୋଇ ଭାରତରେ ଶରଣ ନେଇଥିବା 6ଟି ସଂଖ୍ୟାଲଘୁ ସଂପ୍ରଦାୟର ଲୋକେ ନାଗରିକତା ପାଇଁ ଆବେଦନ କରିପାରିବେ ବୋଲି କହିଛନ୍ତି ।

ନୂଆ କରି ଦେଶରେ ନାଗରିକତା ଆଇନ୍ ଲାଗୁହେବା ପରେ ବିଶେଷ କରି କଂଗ୍ରେସ ଓ ବାମପନ୍ଥୀ ଦଳ ଏହାକୁ ବିରୋଧ କରୁଛନ୍ତି । ତେବେ ଏହି ଆଇନରେ ଦେଶରେ ରହୁଥିବା ମୁସଲମାନ ସଂପ୍ରଦାୟଙ୍କ କୌଣସି କ୍ଷତି ହେବାର ନାହିଁ ବୋଲି ବରିଷ୍ଠ ନେତା ମାଝୀ ସଫେଇ ଦେଇଛନ୍ତି ।

ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details