ରାୟଗଡା: ମାଲକାନଗିରି ପୋଲିସ କ୍ୟାଣ୍ଟିନରେ ମହିଳାଙ୍କୁ ଗଣଦୁଷ୍କର୍ମ ମାମଲା ନେଇ ବିଜେପି ମହିଳା ମୋର୍ଚ୍ଚାର ସାମ୍ବାଦିକ ସମ୍ମିଳନୀ । ରାୟଗଡା ସର୍କିଟ ହାଉସରେ ବିଜେପି ମହିଳା ମୋର୍ଚ୍ଚା ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ ଦ୍ବାରା ଏହି ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ପୋଲିସ ଉପରେ ଅଭିଯୋଗ ଆଣିଛି ଏହି ଟିମ୍ ।
ଦୁଷ୍କର୍ମକାରୀକୁ ପୋଲିସ ଘଣ୍ଟ ଘୋଡାଉଥିବା ଅଭିଯୋଗ ଆଣିଛି ବିଜେପି ମହିଳା ମୋର୍ଚ୍ଚା । ବିଜେପି ରାଜ୍ୟ ଉପସଭାପତି ପ୍ରଭାତୀ ପରିଡାଙ୍କ ନେତୃତ୍ବରେ ଏହି ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ ମାଲକାନଗିରି, କୋରାପୁଟ ଓ ରାୟଗଡା ଗସ୍ତ ସାରି ବୁଧବାର ରାୟଗଡରେ ପହଞ୍ଚି ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିଥିଲା । ସ୍ଥାନୀୟ ସର୍କିଟ ହାଉସରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉକ୍ତ ଘଟଣାରେ ପୋଲିସ ତଥ୍ୟ ଲୁଚାଉଥିବା ବେଳେ କୁନ୍ଦୁଲି ଘଟଣା ଭଳି ଏଥିରେ ସମ୍ପୃକି ଥିବା ବ୍ୟକ୍ତିଙ୍କୁ ଘଣ୍ଟା ଘୋଡାଉଥିବା ଅଭିଯୋଗ ଆଣିଛନ୍ତି।