ଓଡିଶା

odisha

ETV Bharat / state

ଆସୁଛି ପୌର ନିର୍ବାଚନ, ୧୧ ଦଫା ଦାବି ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ - ରାୟଗଡ଼ା ବିଜେପି ସାମ୍ବାଦିକ ସମ୍ମିଳନୀ

୧୧ ଦଫା ଦାବି ନେଇ ରାୟଗଡ଼ା ନଗର ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ସ୍ଥାନୀୟ ରାୟଗଡ ପୁର୍ତ୍ତବିଭାଗ ଡାକ ବଙ୍ଗଳାରେ ଏହି ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ଅଧିକ ପଢ଼ନ୍ତୁ...

ଆସୁଛି ପୌର ନିର୍ବାଚନ,  ୧୧ ଦଫା ଦାବି ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ
ଆସୁଛି ପୌର ନିର୍ବାଚନ, ୧୧ ଦଫା ଦାବି ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ

By

Published : Sep 10, 2021, 9:32 AM IST

ରାୟଗଡ଼ା:୧୧ ଦଫା ଦାବି ନେଇ ରାୟଗଡ଼ା ନଗର ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ସ୍ଥାନୀୟ ରାୟଗଡ ପୁର୍ତ୍ତବିଭାଗ ଡାକ ବଙ୍ଗଳାରେ ଏହି ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ଗାଆଁ ଗହଳି ରୁ ଆସୁଥିବା ପରିବା ଚାଷୀଙ୍କ ସମସ୍ୟା ସମ୍ପର୍କରେ ନିଜର ଦାବି ଉପସ୍ଥାପନ କରିଛି । ତା ସାଙ୍ଗକୁ ସହରରେ ଥିବା ଅନ୍ୟାନ୍ୟ ସମସ୍ୟା ଉପରେ ମଧ୍ୟ ଆଲୋଚନା କରିଛି ବିଜେପି । ଏଗୁଡ଼ିକର ସମାଧାନ ପାଇଁ ଦାବି କରିଛି ବିଜେପି ।

ଆସୁଛି ପୌର ନିର୍ବାଚନ, ୧୧ ଦଫା ଦାବି ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ

ପୌରପରିଷଦ ଅଧୀନରେ ଏକ ମହିଳା ଥାନା, ଯୁବପିଢ଼ିଙ୍କୁ ନିଯୁକ୍ତି, ହାତୀ ପଥରକୁ ପର୍ଯ୍ୟଟନସ୍ଥଳ ରୂପେ ବିକାଶ କରିବା, ମାର୍କେଟ କମ୍ପ୍ଲେକ୍ସ ଗୁଡିକୁ ସଠିକ ଢଙ୍ଗରେ ସୁପରିଚାଳନା କରିବା, ଗାଆଁ ଗହଳିରୁ ଆସୁଥିବା ପରିବା ଚାଷୀଙ୍କ ପାଇଁ କମ୍ପ୍ଲେକ୍ସ ବ୍ୟବହାର କରାଯାଉ ବୋଲି ଦାବି କରିଛି ବିଜେପି । ଏହାସହ ସହରରେ ପାନୀୟଜଳ ସମସ୍ୟା ଦୂର, ସ୍ୱଚ୍ଛ ପାନୀୟଜଳ ଯୋଗାଣ, ଉପଯୁକ୍ତ ସ୍ୱାସ୍ଥ୍ୟସେବା ଯୋଗାଇବା ସହ ମୁଖ୍ୟ ଚିକିତ୍ସାଳୟରେ ଅଲ୍ଟ୍ରାସାଉଣ୍ଡ ବ୍ଯବସ୍ଥା କରିବାକୁ ପ୍ରଶାସନ ନିକଟରେ ଦାବି ରଖିଛି ନଗର ବିଜେପି । କୋଭିଡର ତୃତୀୟ ଲହରୀକୁ ଆଖି ଆଗରେ ରଖି ଶିଶୁମାନଙ୍କ ପାଇଁ ସ୍ଵତନ୍ତ୍ର କୋଭିଡ କେୟାର ସେଣ୍ଟର ପ୍ରତିଷ୍ଠା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପର୍ଯାପ୍ତ ପରିମାଣର ଡାକ୍ତର ନିଯୁକ୍ତ କରିବାକୁ ଦାବି ଉଠିଛି । ସହରକୁ ସ୍ୱଚ୍ଛ ରଖିବା ପାଇଁ ପୌରପରିଷଦ ଦାୟିତ୍ଵକୁ ସୁଚାରୁ ରୁପେ ପାଳନ କରିବା ଓ ଠିକ୍ ସମୟରେ ସହରର ଡ୍ରେନ ଗୁଡିକ ସଫା କରାଇାବାକୁ ଦାବି ଉପସ୍ଥାପନ କରିଛି ବିଜେପି ।

ଏହି ଦାବି ଗୁଡ଼ିକ ପୂରଣ ପାଇଁ ୧୫ ଦିନ ସମୟ ଦେଇଛି ବିଜେପି । ଦାବି ପୂରଣ ନହେଲେ ବିଜେପି ରାଜରାସ୍ତାକୁ ଓଲ୍ଲାଇବାକୁ ଧମକ ଦେଇଛି । ଆଗକୁ ପୌର ନିର୍ବାଚନ ଆସୁଥିବାରୁ ନଗର ବିଜେପି ଅଚାନକ ଦାବି ଉପସ୍ଥାପନ କରିଥିବା ଜିଲ୍ଲାର ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

ABOUT THE AUTHOR

...view details