ଓଡିଶା

odisha

ETV Bharat / state

ଲେଖାଶ୍ରୀଙ୍କ ବିବାଦୀୟ ମନ୍ତବ୍ୟ ପରେ ରାସ୍ତାକୁ ଓହ୍ଲାଇଲା ରାୟଗଡା ବିଜେଡି - Lekhshree Samanta's controversial statement

ପୁରୀ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେବା ଘଟଣାରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାରଙ୍କ ଅଡୁଆ ବଢିବାରେ ଲାଗିଛି । ପଢନ୍ତୁ ଅଧିକ....

ଲେଖାଶ୍ରୀ ସାମନ୍ତ ସିଂହାରଙ୍କର ବିବାଦୀୟ ମନ୍ତବ୍ୟ ପରେ ରସ୍ତାକୁ ଓହ୍ଲାଇଲା ରାୟଗଡା ବିଜେଡି
ଲେଖାଶ୍ରୀ ସାମନ୍ତ ସିଂହାରଙ୍କର ବିବାଦୀୟ ମନ୍ତବ୍ୟ ପରେ ରସ୍ତାକୁ ଓହ୍ଲାଇଲା ରାୟଗଡା ବିଜେଡି

By

Published : Nov 18, 2020, 9:56 PM IST

ରାୟଗଡା: ପୁରୀ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେବା ଘଟଣାରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାରଙ୍କ ଅଡୁଆ ବଢିବାରେ ଲାଗିଛି । ବିଭିନ୍ନ ଆଡୁ ତାଙ୍କୁ ତୀବ୍ର ବିରୋଧ କରାଯାଉଥିବାବେଳେ ରାସ୍ତାକୁ ଓହ୍ଳାଇଛି ରାୟଗଡା ଜିଲ୍ଲା ବିଜେଡି । ରାୟଗଡା ଜିଲ୍ଲା ଯୁବ ବିଜେଡି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଲେଖାଶ୍ରୀଙ୍କର ଏପରି କଟୁ ମନ୍ତବ୍ୟ ରାଜ୍ୟବାସୀଙ୍କୁ ମର୍ମାହାତ କରିଥିବା କହିଛି ଦଳ । ତେଣୁ ତାଙ୍କର ଏପରି ମନ୍ତବ୍ୟକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି କହିଛି ଜିଲ୍ଲା ଯୁବ ବିଜେଡି ।

ଲେଖାଶ୍ରୀ ସାମନ୍ତ ସିଂହାରଙ୍କର ବିବାଦୀୟ ମନ୍ତବ୍ୟ ପରେ ରସ୍ତାକୁ ଓହ୍ଲାଇଲା ରାୟଗଡା ବିଜେଡି

ତେଣୁ ସେ ପୁରୀ ବଡଦାଣ୍ଡରେ ରାଜ୍ୟବାସୀଙ୍କୁ କ୍ଷମା ମାଗନ୍ତୁ ବୋଲି ଦାବି କରିଛି ଦଳ । ତାଙ୍କ ପ୍ରତି ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯିବା ପାଇଁ ଦଳ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ମଧ୍ୟ ଦିଆଯାଇଛି ।

2019 ସାଧାରଣ ନିର୍ବାଚନରେ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ପୁରୀରୁ ନିର୍ବାଚନ ଲଢିବା ପରେ ଲୋକେ ପୁରୀ ଓଡିଶାରେ ଥିବା ଜାଣିବାକୁ ପାଇଲେ ବୋଲି ବିବାଦୀୟ ମନ୍ତବ୍ୟ ଦେଇଥିଲେ ଲେଖାଶ୍ରୀ ସାମନ୍ତସିଂହାର । ପରେ ଏଥିପାଇଁ ତାଙ୍କ ପ୍ରତି ବିଭିନ୍ନ ଆଡୁ ବିରୋଧ ତେଜିବାରେ ଲାଗିଛି ।

ରାୟଗ଼ଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ABOUT THE AUTHOR

...view details