ଓଡିଶା

odisha

By

Published : Oct 9, 2020, 10:47 PM IST

ETV Bharat / state

ରେଲୱେ ଘରୋଇକରଣ ଯୋଜନା ବିରୋଧରେ ବିଏସପିର ବିକ୍ଷୋଭ

ରେଳୱେକୁ ଘରୋଇକରଣ ନେଇ କେନ୍ଦ୍ର ସରକାର କରୁଥିବା ଯୋଜନାର ବିରୋଧ କରିଛି ବହୁଜନ ସମାଜବାଦୀ ପାର୍ଟି । ଏ ନେଇ ବିକ୍ଷୋଭ ସହ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ତହସିଲଦାରଙ୍କୁ ଦିଆଯାଇଛି । ଅଧିକ ପଢନ୍ତୁ...

rayagada-bahujan-samaj-party-protest-against-privatisation-of-railways
ରେଲୱେ ଘରୋଇକରଣ ଯୋଜନା ବିରୋଧରେ ବିଏସପିର ବିକ୍ଷୋଭ

ରାୟଗଡା: କେନ୍ଦ୍ର ସରକାରଙ୍କ ରେଳୱେକୁ ଘରୋଇକରଣ ଯୋଜନାର ପ୍ରତିବାଦରେ ବହୁଜନ ସମାଜବାଦୀ ପାର୍ଟି ପକ୍ଷରୁ ବିକ୍ଷୋଭ କରାଯାଇଛି । ଏ ନେଇ ଦଳ ଶୁକ୍ରବାର ରାଜରାସ୍ତାକୁ ଓହ୍ଲାଇ ସ୍ବର ଉତ୍ତେଳନ କରିଛି ।

ରେଲୱେ ଘରୋଇକରଣ ଯୋଜନା ବିରୋଧରେ ବିଏସପିର ବିକ୍ଷୋଭ

ବହୁଜନ ସମାଜବାଦୀ ପାର୍ଟି ରାୟଗଡ଼ା ନଗର ଶାଖା ପକ୍ଷରୁ ସ୍ଥାନୀୟ ଅମ୍ବେଦକର ଛକରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରକ୍ରମା କରିବା ସହ ରାୟଗଡ଼ା ତହସିଲ ଅଫିସରେ ପହଁଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଛି । ପରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ତହସିଲଦାରଙ୍କ ଜରିଆରେ ଦିଆଯାଇଥିଲା ।

ରେଳବିଭାଗକୁ କେନ୍ଦ୍ରସରକାର ଘରୋଇକରଣ କରିବା ପାଇଁ ଯୋଜନା କରୁଥିବା ବେଳେ ଏହାକୁ ତୀବ୍ର ବିରୋଧ କରାଯାଇଛି । ବିଏସପି କହିବା ଅନୁସାରେ, ରେଳ ବିଭାଗରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ଲକ୍ଷ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରୁଛି । ଏହାକୁ ଘରୋଇକରଣ କଲେ ସଂରକ୍ଷଣ ସମ୍ପୁର୍ଣ୍ଣ ଉଚ୍ଛେଦ ହୋଇଯିବ । ଫଳରେ ସବୁ ବର୍ଗର ଲୋକେ ସମ ପରିମାଣରେ ସଂରକ୍ଷଣ ପାଇପାରିବେ ନାହିଁ । ତେଣୁ ଏହାକୁ ବିରୋଧ କରୁଛି ଦଳ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details