ରାୟଗଡା: ଜିଲ୍ଲାରେ ରେଳ ପ୍ରକଳ୍ପକୁ ଅଣଦେଖା ପ୍ରତିବାଦରେ ପ୍ରଧାନମନ୍ତ୍ରୀଙ୍କୁ ସ୍ମାରକପତ୍ର । ଗୁଣୁପୁର ଠାରୁ ଥେରୁବାଲି ଯାଏଁ ରେଳପଥର ସମ୍ପ୍ରସାରଣ କାର୍ଯ୍ୟ ଅଟକି ରହିଥିବାରୁ ଗୁଣୁପୁର ଓକିଲ ସଂଘ, ନାଗରିକ ମଞ୍ଚ ରେଳମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଦିଆଯାଇଛି ।
1900 ମସିହାରେ ମହାରାଜ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ନିଜସ୍ବ ଉଦ୍ୟମରେ ନୌପଡା ଗୁଣୁପୁର ରେଳପଥ ନିର୍ମାଣ କାର୍ଯ୍ୟ ସମ୍ପାଦନ କରିଥିଲେ । ଏକ ଶତାବ୍ଦୀ ଧରି ଏହା ନେରଗେଜରେ ରହିଥିଲା । ବିଂଶ ଶତାବ୍ଦୀରେ ସରକାର ଏହି ରେଳପଥକୁ ବ୍ରଡ୍ଗେଜ ରେ ରୂପାନ୍ତରିତ କଲେ । ହେଲେ ଦୁର୍ଭାଗ୍ୟବଶତଃ ଉପାନ୍ତ ଅଞ୍ଚଳ ହୋଇଥିବାରୁ ଏହି ରେଳପଥର ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୌଣସି ପଦକ୍ଷେପ ନାହାଁନ୍ତି ନେଉନଥିଲେ । କିନ୍ତୁ 2017ରେ ଗୁଣୁପୁର ଠାରୁ ଥେରୁବାଲି ଯାଏଁ ରେଳପଥର ସମ୍ପ୍ରସାରଣ ପାଇଁ କେନ୍ଦ୍ର ସରକାର ସବୁଜ ସଙ୍କେତ ଦେଇଥିଲେ । ହେଲେ ରାଜ୍ୟ ସରକାର ଏହି ପ୍ରକଳ୍ପ ନିମନ୍ତେ ଆବଶ୍ୟକୀୟ ଜମି ଅଧିଗ୍ରହଣ କାର୍ଯ୍ୟ ସହ 50 ପ୍ରତିଶତ ଖର୍ଚ୍ଚ ବହନ କରିବା ପାଇଁ କେନ୍ଦ୍ର ସରକାର କହିଥିଲେ । ଯାହା ଆଜି ପର୍ଯ୍ୟନ୍ତ କାଗଜ କଲମରେ ସୀମିତ ରହିଛି ।