ଓଡିଶା

odisha

କାରଖାନା ନାଁରେ ଭୂଆଁ ବୁଲାଇ ଖଣି ଲୁଟ; ଆନ୍ଦୋଳନ ପାଇଁ ସଜବାଜ କଂସାରୀଗୁଡାବାସୀ

ଭାଙ୍ଗିବାକୁ ବସିଛି ଧୌର୍ଯ୍ୟର ସୀମା । କୁହୁଳୁଥିବା ଅସନ୍ତୋଷ ଏବେ ଆନ୍ଦୋଳନ ମୁହାଁ । ବିକାଶର ସ୍ବପ୍ନ ଦେଖାଇ ଲୁଟ ହେଉଛି ଖଣିଖଦାନ । ଯାହାକୁ ବିରୋଧ କରି ଆସନ୍ତା ମାର୍ଚ୍ଚ 2ରେ ଆନ୍ଦୋଳନ କରିବାକୁ ଯାଉଛନ୍ତି କଂସାରୀଗୁଡା ବାସିନ୍ଦା । ଅଧିକ ପଢନ୍ତୁ...

By

Published : Mar 1, 2021, 8:27 PM IST

Published : Mar 1, 2021, 8:27 PM IST

କାରଖାନା ନାଁ ଭୂଆଁ ବୁଲାଇ ଲୁଟୁଛନ୍ତି ଖଣି
କାରଖାନା ନାଁ ଭୂଆଁ ବୁଲାଇ ଲୁଟୁଛନ୍ତି ଖଣି

ରାୟଗଡା: କଂସାରୀଗୁଡାରେ ଗଢି ଉଠିବ କାରଖାନା । ଅଞ୍ଚଳର ବିକାଶ ହେବା ସହ, ମିଳିବ ସ୍ଥାନୀୟ ନିଯୁକ୍ତି । ସରକାରଙ୍କ ଏହି ଆଶ୍ବସନାରେ ସହମତି ହୋଇ ଗ୍ରାମବାସୀ ଛାଡିଥିଲେ ନିଜ ଜମିବାଡି । ହେଲେ ଏବେ ଏହି ସ୍ବପ୍ନକୁ ପୁରିଛି 14 ବର୍ଷ । ତେଣୁ ଆଉ ଅପେକ୍ଷା ନୁହେଁ ଉଠିବ ଆନ୍ଦୋଳନର ସ୍ବର । ସରକାରଙ୍କୁ ଚେତାଇ ଦେବାକୁ ମାର୍ଚ୍ଚ 2ରେ ରେଳ ରୋକ, ରାସ୍ତାରୋକ କରିବେ କଂସାରଗୁଡା ବାସିନ୍ଦା । ତୁରନ୍ତ କାରଖାନା କରାଯାଉ ନଚେତ ଜମି ଫେରା ଯାଉ ଦାବିରେ ରାସ୍ତାକୁ ଓହ୍ଲାଇବେ ଶହଶହ ଜମିହରା ବାସିନ୍ଦା ।

କାରଖାନା ନାଁରେ ଭୂଆଁ ବୁଲାଇ ଖଣି ଲୁଟ; ଆନ୍ଦୋଳନ ପାଇଁ ସଜବାଜ କଂସାରୀଗୁଡାବାସୀ

ରାୟଗଡା କଂସାରୀଗୁଡାରେ ହିଣ୍ଡୋଲ କୋ କମ୍ପାନୀ ସ୍ଥାପନା ପାଇଁ 16 ଖଣ୍ଡ ଗ୍ରାମବାସୀ ନିଜ ଜମିବାଡି ହରାଇଥିଲେ । କାରଖାନା ଦ୍ବାରା ସ୍ଥାନୀୟ ଅଞ୍ଚଳ ବିକାଶ ହେବା ସହ କୋରାପୁଟ ଓ ରାୟଗଡାର 4 ଲୋକଙ୍କୁ ନିଯୁକ୍ତି ଦିଆଯିବ ବୋଲି କୁହାଯାଇଥିଲା । ତେଣୁ 14 ବର୍ଷ ପୂର୍ବେ କାଶୀପୁର ତହସିଲରୁ 2000ରୁ ଅଧିକ ଜମି ଅଧିଗ୍ରହଣ କରିଥିଲା ଜିଲ୍ଲାପ୍ରଶାସନ । ହେଲେ ଆଜି ପର୍ଯ୍ୟନ୍ତ ଏଠାରେ ବାସ୍ତବତାର ରୂପ ନେଇପାରିଲାନି ବକ୍ସସାଇଟ ରିଫାଇନାରୀ କାରଖାନା ।

ସେପଟେ କିନ୍ତୁ, କଳକାରଖାନା ନାଁ ଉକ୍ତ ଅଞ୍ଚଳରୁ ଲୁଟ ହେବାରେ ଲାଗିଛି ଖଣିଖଦାନ । ପ୍ରଥମେ 3 ମିଲିୟନ ଟନରୁ ଏବେ 6 ମିଲିୟନ ଟନ ଖଣି ଖନନ ପାଇଁ ଚକ୍ରାନ୍ତ ଚାଲିଥିବା ଜଣାପଡିଛି । ଏହାକୁ ତୁରନ୍ତ ବନ୍ଦ କରିବାକୁ ଦାବି କରିଛନ୍ତି ଜମିହରା ବାସିନ୍ଦା । କମ୍ପାନୀ ସ୍ଥାପନା ପାଇଁ ଜମି ହରାଇଥିବା ଲୋକେ ନାହିଁ ନଥିବା ସମସ୍ୟାରେ ଦହଗଞ୍ଜ ହେଉଥିବାବେଳେ କାରଖାନାକୁ ଆରମ୍ଭ କରିବାକୁ ଦାବି କରିଛନ୍ତି ।

ଏନେଇ ବାରମ୍ବାର ଜିଲ୍ଲାପାଳ, ରାଜସ୍ବ କମିଶନ ଓ ମୁଖ୍ୟ ଶାସନ ସଚିବଙ୍କୁ ଭେଟି ସାରିଲେଣି କଂସାରୀଗୁଡା ବାସିନ୍ଦା । କମ୍ପାନୀ ଉପରେ ଦୋଷ ଲଦି ଖସି ଯିବାକୁ ଉଦ୍ୟମ କରୁଛନ୍ତି ଅଧିକାରୀ । ସେପଟ କମ୍ପାନୀ କହିଲେ ସରକାରଙ୍କ ନାଁରେ ପାର ହୋଇଯାଉଛି । ତେବେ ଗତ 2020 ଜାନୁଆରୀ ମାସରେ ମୁଖ୍ୟମନ୍ତ୍ରୀ କାରଖାନା ଆରମ୍ଭର ଦେଇଥିବା ଆଶ୍ବସନା ଫମ୍ପା ସାବ୍ୟସ୍ତ ହୋଇଛି । ଯାହାକୁ ନେଇ ପରବର୍ତ୍ତୀ ସମୟରେ ଆନ୍ଦୋଳନକାରୀ ରାସ୍ତାରୋକ୍, ରେଳରୋକ୍ ଧମକ ଦେବା ପରେ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ ଉପଜିଲ୍ଲାପାଳ । ହେଲେ ଏଥିରୁ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରିଲା ନାହିଁ ।

ଫଳରେ ଆସନ୍ତା ମାର୍ଚ୍ଚ 2 ତାରିଖରେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି ଜମିହରା ବାସିନ୍ଦା । ଆନ୍ଦୋଳନକାରୀଙ୍କ ଏହି ଚେତାବନୀକୁ ସମର୍ଥନ କରିଛନ୍ତି କୋରାପୁଟ ସାଂସଦ ସପ୍ତଗିରି ଉଲାକା । ଆସନ୍ତା 4 ତାରିଖରେ କଂସାରୀଗୁଡାରେ ବିଶାଳ ସମାବେଶରେ ଯୋଗଦେବେ ବୋଲି କହିଛନ୍ତି ସାଂସଦ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details