ଓଡିଶା

odisha

ETV Bharat / state

କଡା ସୁରକ୍ଷାରେ ସମ୍ପର୍ଣ୍ଣ ହେଲା ରାୟଗଡାରେ କାଳିଆର ଗୁଣ୍ଡିଚା ଯାତ - କାଳିଆ ସାଆନ୍ତର ଗୁଣ୍ଡିଚା ଜାତ

ସୁପ୍ରିମକୋର୍ଟଙ୍କ କଟକଣା ପରେ କଡା ସୁରକ୍ଷା ମଧ୍ୟରେ ସମ୍ପର୍ଣ୍ଣ ହୋଇଛି ରାୟଗଡାରେ କାଳିଆ ସାଆନ୍ତଙ୍କ ଶ୍ରୀ ଗୁଣ୍ଡିଚା ଯାତ । ହେଲେ ଆଜି ଅନେକ ଭକ୍ତ କାଳିଆ ସାଆନ୍ତଙ୍କ ଦର୍ଶନ କରି ନପାରି ମନଦୁଃଖରେ ଫେରିଯାଇଛନ୍ତି।

କଡା ସୁରକ୍ଷା ମଧ୍ୟରେ ସମ୍ପର୍ଣ୍ଣ ହେଲା ରାୟଗଡାରେ କାଳିଆ ସାଆନ୍ତର ଗୁଣ୍ଡିଚା ଜାତ
କଡା ସୁରକ୍ଷା ମଧ୍ୟରେ ସମ୍ପର୍ଣ୍ଣ ହେଲା ରାୟଗଡାରେ କାଳିଆ ସାଆନ୍ତର ଗୁଣ୍ଡିଚା ଜାତ

By

Published : Jun 23, 2020, 4:10 PM IST

ରାୟଗଡା: ସୁପ୍ରିମକୋର୍ଟଙ୍କ କଟକଣା ପରେ କଡା ସୁରକ୍ଷା ମଧ୍ୟରେ ସମ୍ପର୍ଣ୍ଣ ହୋଇଛି ରାୟଗଡାରେ କାଳିଆ ସାଆନ୍ତଙ୍କ ଶ୍ରୀ ଗୁଣ୍ଡିଚା ଯାତ । ତିନି ଠାକୁରଙ୍କ ମନ୍ଦିର ବେଢାରେ ସରିଛି ଗୁଣ୍ଡିଚା ଯାତ । ହେଲେ ଆଜି ଅନେକ ଭକ୍ତ କାଳିଆ ସାଆନ୍ତଙ୍କ ଦର୍ଶନ ପାଇଁ ଆସି କୋରୋନା କଟକଣା ଯୋଗୁଁ ଦର୍ଶନ ନପାଇ ମନଦୁଃଖରେ ଫେରି ଯାଇଥିବା ଦେଖିବାକୁ ମିଳିଥିଲା ।

କଡା ସୁରକ୍ଷା ଭିତରେ ସମାପ୍ତ ହେଲା ରାୟଗଡାରେ କାଳିଆର ଗୁଣ୍ଡିଚା ଜାତ

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଚଳିତ ଥର ରଥ ଟଣା କାର୍ଯ୍ୟକ୍ରମ ହୋଇନଥିବା ବେଳେ ମନ୍ଦିର ପରିସରରେ ହିଁ ଠାକୁରଙ୍କ ନିତୀକାନ୍ତି ସମାପନ ହୋଇଛି । ମଙ୍ଗଳବାର ସକାଳ ସାଢେ 5ଟା ସମୟରେ ଅଣସର ଘରେ ପହଡ ଖୋଲାଯିବା ପରେ ତିନି ଠାକୁରଙ୍କ ମଙ୍ଗଳ ଆଳତୀ, ତଡପଲାଗି,ଗୋପାଳ ବଲ୍ଲଭ ଭୋଗ ଲାଗି ହେବା ପରେ ଦ୍ବାରପାଳ ପୂଜା ହୋଇଥିଲା ।

ଏହା ପରେ 9.30 ମିନିଟରେ ତିନି ଠାକୁରଙ୍କ ଧାଢି ପହଣ୍ଡିରେ ସେବାୟତ ମାନେ ମନ୍ଦିର ପରିସରରେ ନିର୍ମାଣ ହୋଇଥିବା ଅସ୍ଥାଇ ମାଉସି ମାଁ ମନ୍ଦିରକୁ ଆଣିଥିଲେ । କୋରୋନା କଟକଣା ଯୋଗୁଁ ମନ୍ଦିର ପରିସରରେ ପୁଲିସ ଛାଉଣୀ କରାଯାଇଥିବା ବେଳେ ମନ୍ଦିର ବାହାରେ ପ୍ରଶାସନ ପକ୍ଷରୁ 144 ଧାରା ଜାରି କରାଯାଇଥିଲା ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details