ରାୟଗଡା: ଜିଲ୍ଲା ଏବେ କୋରୋନା ସଂକ୍ରମଣରେ ରାଜ୍ୟର 5ମ ସ୍ଥାନରେ ରହିଥିବା ବେଳେ ଆଜି ପୁଣି ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଜିଲ୍ଲାରେ ସଂକ୍ରମଣ ରୋକିବାକୁ ଆଣ୍ଟିଜେନ ଟେଷ୍ଟକୁ ବ୍ୟାପକ କରାଯାଇଛି। ସାଧାରଣତଃ ଦୋକାନ ବଜାରରେ ଅଧିକ ଗହଳି ଲାଗିରହୁଥିବାରୁ ସମସ୍ତ ଦୋକାନୀଙ୍କ କୋରୋନା ଟେଷ୍ଟ କରାଇବାକୁ ବାଧ୍ୟତାମୂଳକ କରାଯାଇଛି ।
ସଂକ୍ରମଣ ରୋକିବାକୁ ରାୟଗଡାରେ ବ୍ୟାପକ ହେଲା ଆଣ୍ଟିଜେନ ଟେଷ୍ଟ ପ୍ରତ୍ୟେକ ବ୍ଲକରେ ଦୁଇରୁ ତିନୋଟି କରି ଟେଷ୍ଟିଂ କେନ୍ଦ୍ରରେ ପରୀକ୍ଷା ଜାରି ରହିଛି । ସେପଟେ ଆଜି 15ଜଣ କୋରୋନା ଯୋଦ୍ଧା ସମେତ 137 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।ଫଳରେ ରାୟଗଡାରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା 3100ରେ ପହଞ୍ଚିଛି ।
ସଂକ୍ରମଣ ରୋକିବାକୁ ରାୟଗଡାରେ ବ୍ୟାପକ ହେଲା ଆଣ୍ଟିଜେନ ଟେଷ୍ଟ ଆଜି ପଦ୍ମପୁରରୁ ସର୍ବାଧିକ 27, ମୁନିଗୁଡ଼ାରୁ 19, କାଶିପୁରରୁ 19, ରାୟଗଡା ସହରରୁ 15, ବ୍ଳକରୁ 16, କୋଲନରରୁ 10, ରାମନଗୁଡା ବ୍ଳକରୁ 9ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ କୋଭିଡ ଯୋଦ୍ଧାଙ୍କ ମଧ୍ୟରେ ସ୍ବାସ୍ଥ୍ୟ ବିଭାଗରୁ 8, ବନବିଭାଗ ଓ ପୋଲିସ ବିଭାଗରୁ ଜଣେ ଲେଖାଏଁ ମୋଟ 15 ଜଣ ସଂକ୍ରମିତ ହୋଇଛନ୍ତି।
ସଂକ୍ରମଣ ରୋକିବାକୁ ରାୟଗଡାରେ ବ୍ୟାପକ ହେଲା ଆଣ୍ଟିଜେନ ଟେଷ୍ଟ ସେହିପରି ଜିଲ୍ଲାରେ 20ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ 1712 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ