ଓଡିଶା

odisha

ETV Bharat / state

ପୋଲିସ ହାତରୁ ଫେରାର ବେଳେ ଦୁଷ୍କର୍ମ ଅଭିଯୁକ୍ତର ମୃତ୍ୟୁ - rape Accused death due to accident

ଜଣେ ଅଭିଯୁକ୍ତଙ୍କୁ ଟିକିରି ପୋଲିସ କୋର୍ଟକୁ ନେବା ସମୟରେ ଖସି ପଳାଉଥିବା ବେଳେ ଟ୍ୟାଙ୍କର ମାଡିଯିବାରୁ ଘଟଣାସ୍ଥଳରେ ତାର ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

ପୋଲିସ ହାତରୁ ଫେରାର ବେଳେ ଦୁଷ୍କର୍ମ ଅଭିଯୁକ୍ତର ମୃତ୍ୟୁ
ପୋଲିସ ହାତରୁ ଫେରାର ବେଳେ ଦୁଷ୍କର୍ମ ଅଭିଯୁକ୍ତର ମୃତ୍ୟୁ

By

Published : Jul 13, 2020, 10:52 PM IST

ରାୟଗଡା: ଜଣେ ଅଭିଯୁକ୍ତଙ୍କୁ ଟିକିରି ପୋଲିସ କୋର୍ଟକୁ ନେବା ସମୟରେ ଖସି ପଳାଉଥିବା ବେଳେ ଟ୍ୟାଙ୍କର ମାଡିଯିବାରୁ ଘଟଣାସ୍ଥଳରେ ତାର ମୃତ୍ୟୁ ଘଟିଛି । ଅଭିଯୁକ୍ତ ଜଣକ ବିଷମକଟକର ସନ୍ତୋଷ ପଣ୍ଡୁ ହୋଇଥିବା ବେଳେ, ସେ ଏକ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ରହିଥିଲା । ପୋଲିସ ରାୟଗଡା କୋର୍ଟରେ ହାଜର କରିବାକୁ ନେଉଥିବା ସମୟରେ ଏହି ଘଟଣା ଘଟିଛି ।

ପୋଲିସ ହାତରୁ ଫେରାର ବେଳେ ଦୁଷ୍କର୍ମ ଅଭିଯୁକ୍ତର ମୃତ୍ୟୁ

କୋର୍ଟ ଚାଲାଣ କରିବାକୁ ନେଉଥିବା ସମୟରେ ପୋଲିସକୁ ଚକମା ଦେଇ ଦୌଡି ପଳାଇବାକୁ ଉଦ୍ୟମ କରିବା ବେଳେ ସାମ୍ନାପଟୁ ଏକ ଟ୍ୟାଙ୍କର ସହ ଧକ୍କା ହୋଇଥିଲା । ଗୁରୁତର ଅବସ୍ଥାରେ ପୋଲିସ ଉଦ୍ଧାର କରି ଜିଲ୍ଲା ସ୍ଵାସ୍ଥ୍ୟକେନ୍ଦ୍ରକୁ ନେଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି । ମୃତକଙ୍କ ଘର ବିଷମକଟକ ନିକଟସ୍ଥ ପଣପଦର ଗ୍ରାମର ।

ପୋଲିସ ହାତରୁ ଫେରାର ବେଳେ ଦୁଷ୍କର୍ମ ଅଭିଯୁକ୍ତର ମୃତ୍ୟୁ

ଖବର ପାଇ ଏସପି ଡା. ଶର୍ବଣା ବିବେକ ଏମ୍, ଅତିରିକ୍ତ ଏସପି ରାମପ୍ରସାଦ ସାହୁ, ଏସଡିପିଓ ତପନ ନାରାୟଣ ରଥ, ଡିଏସପି ବଟକୃଷ୍ଣ ମିଶ୍ର, ଟିକିରି ଥାନା ଅଧିକାରୀ ସୁଜ୍ଞାନୀ ସାହୁ, ରାୟଗଡ଼ା ଥାନା ଅଧିକାରୀ ନିହାର ରଞ୍ଜନ ପ୍ରଧାନ ଥାନାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ମୃତଦେହକୁ ମେଡ଼ିକାଲ୍ ମୃତଦେହ ସଂରକ୍ଷଣ ଗୃହରେ ରଖାଯାଇଛି । ମଙ୍ଗଳବାର ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି ଏସପି ଡା. ଶର୍ବଣା ବିବେକ ଏମ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକର ଟିକିରି ଦୋରାସାହିର ସ୍ଵର୍ଗତ ଶିକ୍ଷକ ରାମ ବୋରାଙ୍କ ସାନ ଝିଅ ଗୀତା(ଛଦ୍ମନାମ) ରାୟଗଡ଼ା କଲେଜରେ ପଢ଼ୁଥିବା ସମୟରେ ସନ୍ତୋଷ ପଣ୍ଡୁ ନାମକ ଜଣେ ଡ୍ରାଇଭରଙ୍କ ସହିତ ପ୍ରେମ ସମ୍ପର୍କ ହୋଇଥିଲା । ନିଜକୁ ପୁଲିସ ଅଧିକାରୀ ପରିଚୟ ଦେଇ ଯୁବକ ଜଣକ ବିବାହର ପ୍ରଲୋଭନ ଦେଖାଇ ସନ୍ତୋଷ ପଣ୍ଡୁ ଦୀର୍ଘ 4 ବର୍ଷ ଧରି ଶାରୀରିକ ସମ୍ପର୍କ ରଖି ଆସୁଥିଲେ । ଯୁବତୀ ଜଣକ ତାଙ୍କୁ ବିବାହ ପାଇଁ ଜିଦ ଧରିବାରୁ ତାଙ୍କୁ ବିବାହ ପାଇଁ କଥାହେବା ବାହାନାରେ ମୁକୁନ୍ଦପୁର ନିକଟସ୍ଥ କୁଳବନ୍ଧ ମନ୍ଦିରକୁ ନେଇ ମରଣାନ୍ତକ ଆକ୍ରମଣ କରିଥିଲେ । ଯୁବତୀଙ୍କୁ ଅଚେତ ଅବସ୍ଥାରେ କୋଲନରା ମେଡିକାଲରେ ଭର୍ତି କରାଯାଇଥିଲା । କୌଣସି ପ୍ରକାରେ ପରିବାର ଲୋକେ ଖବର ପାଇ ଝିଅକୁ ଉଦ୍ଧାର କରି ଟିକିରି ଥାନାରେ ମାମଲା ଏତଲା ଦେଇଥିଲେ । ଗତକାଲି ବିଷମକଟକରୁ ଅଭିଯୁକ୍ତଙ୍କୁ ଗିରଫ କରି ଟିକିରି ଥାନାକୁ ଅଣାଯାଇଥିଲ। ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ABOUT THE AUTHOR

...view details