ରାୟଗଡା: ଦୁର୍ନୀତି ନିବାରଣ ନିମନ୍ତେ ସଚେତନତା ପାଇଁ ଅକ୍ଟୋବର ୨୬ ତାରିଖରୁ ଆସନ୍ତା ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ପାଳନ ହେଉଛି ବିଭିନ୍ନ କାର୍ଯ୍ୟକ୍ରମ । ଏହି ପରିପ୍ରେକ୍ଷିରେ ଗୁରୁବାର ଜିଲ୍ଲା ପ୍ରଶାସନ, ଜିଲ୍ଲା ଦୁର୍ନୀତି ନିବାରଣ ସଂସ୍ଥା, ନେହେରୁ ଯୁବ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଗଜପତି ଛକରୁ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଏଥିରେ ଶହିତ ଲକ୍ଷ୍ମଣ ନାୟକ, ଯୁବକ ସଂଘର ଯୁବକ ମାନେ ଅଂଶଗ୍ରହଣ କରିଥିଲେ।
ଏହି ପଦଯାତ୍ରାକୁ ରାୟଗଡ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଓ ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ଯୋଗଦେଇ ପତକା ଦେଖାଇ ଶୁଭାରମ୍ଭ କରିଥିଲେ । ପଦଯାତ୍ରା ସ୍ଥାନୀୟ ଗଜପତି ଛକ ଠାରୁ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଆବାସିକ କାର୍ଯ୍ୟାଳୟ, କାଳିମନ୍ଦିର ରାସ୍ତା ଦେଇ ସ୍ଥାନୀୟ ସଂସ୍କୃତି ଭବନ ଠାରେ ପହଞ୍ଚିଥିଲେ।