ରାୟଗଡ଼ା: ରେଳ ଷ୍ଟେସନରୁ ରେଳ ସୁରକ୍ଷା ବଳ ଏବଂ ଜିଆରପି ଦ୍ବାରା 21 କେଜି ଗଞ୍ଜେଇ ଜବତ ହେବା ସହ 2 ଜଣ ଗିରଫ ହୋଇଛନ୍ତି । ଗିରଫ ହୋଇଥିବା 2 ଜଣଙ୍କ ମଧ୍ୟରୁ ଜଣେ ହେଉଛି ମଧ୍ୟପ୍ରଦେଶର ଧିରେନ୍ଦ୍ର ଅଗ୍ରୱାଲ ଓ ଆଉଜଣେ ଗଞ୍ଜମ ଜିଲ୍ଲା ଆସ୍କା ଥାନା ଅନ୍ତର୍ଗତ ମହୁପଦର ଗାଁର ଶିବରାମ ପ୍ରଧାନ।
ରେଳ ଷ୍ଟେସନରୁ 21 କେଜି ଗଞ୍ଜେଇ ଜବତ - ରେଳ ସୁରକ୍ଷାବଳ
ରାୟଗଡ଼ାରୁ ରାଉରକେଲାକୁ ଚୋରା ଚାଲାଣ ହେଉଥିଲା ଗଞ୍ଜେଇ । ରେଳ ଷ୍ଟେସନରୁ ଜବତ କଲା ରାୟଗଡା ରେଳ ସୁରକ୍ଷାବଳ ଏବଂ ଜିଆରପି । ଅଧିକ ପଢ଼ନ୍ତୁ...
ରାୟଗଡ଼ା ରେଳ ଷ୍ଟେସନରୁ 21 କିଲୋ ଗଞ୍ଜେଇ ଜବତ
ରାୟଗଡ଼ା ରେଳ ଷ୍ଟେସନରୁ 21 କିଲୋ ଗଞ୍ଜେଇ ଜବତ
ଏହି ବ୍ୟକ୍ତି ଦୁଇଜଣ ତିନୋଟି ବସ୍ତାରେ ଗଞ୍ଜେଇ ନେଇ ଷ୍ଟେସନରେ ଟ୍ରେନକୁ ଅପେକ୍ଷା କରିଥିବା ବେଳେ ରେଳ ସୁରକ୍ଷାବଳ ପୋଲିସ ତଲାସି ନେଇଥିଲା । ତଲାସି ସମୟରେ ବସ୍ତା ମଧ୍ୟରେ ଗଞ୍ଜେଇ ଥିବା ଜଣାପଡିଥିଲା । ଏହି ଗଞ୍ଜେଇ ରାୟଗଡ଼ାରୁ ରାଉରକେଲାକୁ ଚୋରା ଚାଲାଣ ହେଉଥିବା ସୂଚନା ରହିଛି । ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଜବତ ଗଞ୍ଜେଇର ବଜାର ମୂଲ୍ୟ ଦୁଇ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ