ରାୟଗଡା: ପୁଟାସିଂ ପଞ୍ଚାୟତ କାର୍ଯ୍ୟାଳୟ ସ୍ଥାନାନ୍ତର ଦାବିରେ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲା ଆଦିବାସୀ ସଂଘର୍ଷ ମଞ୍ଚ । ପୁଟାସିଂ ପଞ୍ଚାୟତ କାର୍ଯ୍ୟାଳୟ ସ୍ଥାନାନ୍ତର ଦାବିରେ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲା ଆଦିବାସୀ ସଂଘର୍ଷ ମଞ୍ଚ । ଗୁଣପୁର ବ୍ଲକ ଅନ୍ତର୍ଗତ ପୁଟାସିଂ ପଞ୍ଚାୟତ କାର୍ଯ୍ୟାଳୟ ସ୍ଥାନାନ୍ତରକୁ ବିରୋଧ କରି ଦୀର୍ଘ 8 ଦିନର ଅନାଶନପରେ ଆଜି ଆଦିବାସୀ ସଂଘର୍ଷ ମଞ୍ଚର ଏକ ପ୍ରତିନିଧି ମଣ୍ଡଲ ରାୟଗଡା ଆସି ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି ।
ପ୍ରକୃତ ପୁଟାସିଂ ଗାଁରେ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ କରା ନଯାଇ ତୋଇକୁରୁ ଗାଁ ରେ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ କରାଯାଇଛି । ଏହାକୁ ବିରୋଧ କରି ସ୍ତିନୀୟ ଆଞ୍ଚଳ ବାସିନ୍ଦା ଗତ ୧୦ ତାରିଖ ଠାରୁ 8 ତାରିଖ ପର୍ଯ୍ୟନ୍ତ ପ୍ରତିବାଦ ବିଖୋପ ସହ ଅନଶନରେ କରିଥିଲେ । ପୁଟାସିଂ ଗାଁରେ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ଦାବୀରେ ଆଦିବାସୀ ସଂଘର୍ଷ ମଞ୍ଚ ପକ୍ଷରୁ ଚାଲିଥିବା ଆନ୍ଦୋଳନକାରୀଙ୍କ ସହ ଗୁଣପୁର ସ୍ଥାନୀୟ ପ୍ରଶାସନ ଆଲୋଚନା କରିବା ପରେ ଧାରଣା ପ୍ରତ୍ୟାହୁତ ହୋଇଥିଲା ।