ରାୟଗଡ଼ା: ଜିଲ୍ଲା ପରିଷଦ ଅଧ୍ୟକ୍ଷ ଡ.ପୁରୁଷୋତ୍ତମ ଗମାଙ୍ଗଙ୍କ ପରଲୋକ । ଜିଲ୍ଲାରେ ଛାଇ ରହିଛି ଶୋକାକୁଳ ପରିବେଶ । ଆଜି ତାଙ୍କ ମର ଶରୀରକୁ ଧରି ଏକ ଶୋଭାଯାତ୍ରା କରାଯିବା ପରେ ଜନ୍ମମାଟି ଅନ୍ତରଝୋଲିକୁ ନିଆଯାଇଥିଲା । ସେଠାରେ ସ୍ବର୍ଗତ ଗମାଙ୍ଗଙ୍କ ମର ଶରୀରକୁ ମନ୍ତ୍ରୀଙ୍କ ଠାରୁ ବିଧାୟକ ସମସ୍ତେ ପହଞ୍ଚି ଶେଷ ଦର୍ଶନ କରିବା ସହ ଆତ୍ମାର ସଦଗତି କାମନା କରିଛନ୍ତି ।
ରାୟଗଡ଼ା ଜିଲ୍ଲାପରିଷଦଙ୍କ ପରଲୋକ, ଶୋକାକୁଳ ପରିବେଶରେ ଗମାଙ୍ଗଙ୍କୁ ବିଦାୟ - ରାୟଗଡ଼ା ଜିଲ୍ଲାପରିଷଦଙ୍କ ପରଲୋକ
ସଡକ ଦୁର୍ଘଟଣାରେ ରାୟଗଡ଼ା ଜିଲ୍ଲାପରିଷଦ ଅଧକ୍ଷଙ୍କ ମୃତ୍ୟୁ । ସ୍ବର୍ଗତ ଗମାଙ୍ଗଙ୍କ ମର ଶରୀରକୁ ମନ୍ତ୍ରୀ ଠାରୁ ବିଧାୟକ ସମସ୍ତେ ପହଞ୍ଚି ଶେଷ ଦର୍ଶନ କରିବା ସହ ଆତ୍ମାର ସଦଗତି କାମନା କରିଛନ୍ତି ।

ZP MEMBER RAYAGADA
rayagada zila parisad died
ଗତକାଲି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଅସିଦ୍ଧ ଘୋଷଣା ପରେ, ଦୁର୍ଘଟଣାର ଶିକାର ହୋଇଥିଲେ ଗମାଙ୍ଗ । ରାୟଗଡ଼ାରୁ ଗୁଣପୁର ଫେରୁଥିବା ବେଳେ ତାଣ୍ଡିକଣା ଠାରେ ଭାରସାମ୍ୟ ହରାଇ ଗୁରୁତର ହୋଇଥିଲେ ଗମାଙ୍ଗ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ରାମନାଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରେ ଗୁଣପରୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲେ । କିନ୍ତୁ ଅଧିକ ଗୁରୁତର ହେବାରୁ ତାଙ୍କୁ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠାରେ ତାଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ ।
ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ