ରାୟଗଡ଼ା :ରାୟଗଡ଼ା ଜିଲ୍ଲାରେ ବିଭିନ୍ନ ହଷ୍ଟେଲ ମାନଙ୍କରେ ରହୁଥିବା ଆଦିବାସୀ ଅନ୍ତେବାସୀ ଛାତ୍ରୀଙ୍କ ସୁରକ୍ଷା ନେଇ ଆଜି ମୁନିଗୁଡା ଠାରେ ଆଦିବାସୀ ଉନ୍ନୟନ ପରିଷଦ ତରଫରୁ ୧୦ଦଫା ଦାବି ନେଇ ଆନ୍ଦୋଳନ ହୋଇଥିଲା । ସ୍ଥାନୀୟ ମୁନିଖୋଲ ଛକ ନିକଟରୁ ଶତାଧିକ ଆଦିବାସୀ ମହିଳାଙ୍କ ସମେତ ଏକ ବିରାଟ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ବ୍ଲକ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଯାଇଛି ।
ଆଦିବାସୀ ଛାତ୍ରୀଙ୍କ ସୁରକ୍ଷା ନେଇ ବିକ୍ଷୋଭ - ଆଦିବାସୀ ଛାତ୍ରୀଙ୍କ ସୁରକ୍ଷା ନେଇ ବିକ୍ଷୋଭ
ଆଦିବାସୀ ଛାତ୍ରୀଙ୍କ ସୁରକ୍ଷା ନେଇ ବିକ୍ଷୋଭ । ବିଭିନ୍ନ ହଷ୍ଟେଲ ମାନଙ୍କରେ ରହୁଥିବା ଆଦିବାସୀ ଅନ୍ତେବାସୀ ଛାତ୍ରୀଙ୍କ ସୁରକ୍ଷା ନେଇ ଆନ୍ଦୋଳନ ହୋଇଥିଲା । ଅଧିକ ପଢ଼ନ୍ତୁ
ଆଦିବାସୀ ଛାତ୍ରୀଙ୍କ ସୁରକ୍ଷା ନେଇ ବିକ୍ଷୋଭ
ଏହି ଅବସରରେ ଛାତ୍ରୀ ନିବାସରେ ମହିଳା କର୍ମଚାରୀଙ୍କୁ ନିଯୁକ୍ତି, ଛାତ୍ରୀ ନିର୍ଯାତନା ଅଭିଯୋଗରେ ଅଭିଯୁକ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ଛାତ୍ରୀଙ୍କୁ କର୍ମଚାରୀଙ୍କ ଘରୋଇ କାର୍ଯ୍ୟରୁ ନିବୃତ ରଖିବା, ସିସିଟିଭି ନିୟମିତ ଯାଞ୍ଚ, ଶିଶୁ ଓ ମହିଳା ସୁରକ୍ଷା ଆଇନକୁ କଡାକଡି ଭାବରେ ପାଳନ କରିବା ଆଦି ଏକ ୧୦ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ରାଜ୍ୟ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଓ ସଚିବଙ୍କୁ ସ୍ଥାନୀୟ ବିଡ଼ିଓ ଦିଲୀପ କୁମାର ବେହେରାଙ୍କ ଜରିଆରେ ପ୍ରଦାନ କରାଯାଇଛି ।
ରାୟଗଡ଼ାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ