ରାୟଗଡ଼ା: ଓଡିଶାର ସର୍ବ ବୃହତ୍ତମ ଏବଂ ସର୍ବପୁରାତନ ଶିଳ୍ପ ସଂସ୍ଥା ଜେକେ କାଗଜ କଳର(JK paper mill) ପରିପାର୍ଶ୍ଵିକ ଉନ୍ନୟନରେ ଅବହେଳା ପ୍ରତିବାଦରେ ରାୟଗଡା ଜିଲ୍ଲା ଚାନ୍ଦିଲି ଅଞ୍ଚଳରେ ଦାନା ବାନ୍ଧୁଛି ଆନ୍ଦୋଳନ । ଚାନ୍ଦିଲି ପଞ୍ଚୟତ ଅନ୍ତର୍ଗତ ସାନା ଚାନ୍ଦିଲି ଏବଂ ବଡ ଚାନ୍ଦିଲି ଗ୍ରାମର ଏକ ହଜାରରୁ ଊର୍ଦ୍ଧ୍ବ ଜମିରେ ଗଡିଉଠିଛି ଜେକେ କାଗଜ କାଳ । ୨୦୧୧ ମସିହାରେ ଏହି ଅଞ୍ଚଳର ଉନ୍ନୟନ ପାଇଁ ସାନା ଚାନ୍ଦିଲି ଏବଂ ବଡ ଚାନ୍ଦିଲି ଗ୍ରାମବାସୀ ଓ ଜେକେ କାଗଜ କଳର କର୍ତ୍ତୃପକ୍ଷଙ୍କ ମଧ୍ୟରେ ଏକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା ।
ଏହି ଚୁକ୍ତିନାମା ଅନୁଯାୟୀ, ଜେକେ କାଗଜ ସାନା ଚାନ୍ଦିଲି ଏବଂ ବଡ ଚାନ୍ଦିଲି ଗ୍ରାମର ସାମଗ୍ରିକ ବିକାଶ ସାଙ୍ଗକୁ ଏହି ଦୁଇ ଗାଁର ଶିକ୍ଷିତ ଯୁବକଙ୍କୁ କାରଖାନାରେ ନିଯୁକ୍ତି ଦିଆଯିବ । ଏନେଇ ପ୍ରତି ତିନିମାସରେ ବୈଠକ କରି ଲୋକଙ୍କ ସମସ୍ୟାର ସମାଧାନ କରିବା ପାଇଁ ଏହି ଚୁକ୍ତିରେ ଲିପିବଦ୍ଧ ରହିଛି । କିନ୍ତୁ କମ୍ପାନୀ କର୍ତ୍ତୃପକ୍ଷ ଜାଣି ଶୁଣି ଦୀର୍ଘ ୧୦ ବର୍ଷ ଧରି ଚୁକ୍ତି ଖିଲାଫ କରିଆସୁଛନ୍ତି ।