ଓଡିଶା

odisha

14 ଦଫା ଦାବି ନେଇ ଗୁଣପୁରରେ ବିକ୍ଷୋଭ ଓ ରାସ୍ତାରୋକ କଲା ସିପିଆଇ

ରାୟଗଡା ଜିଲ୍ଲା ଗୁଣପୁରରେ 14 ଦଫା ଦାବି ପୂରଣ ନେଇ ଆଜି ସିପିଆଇର ବିକ୍ଷୋଭ ପ୍ରଦର୍ଶନ । ପଢନ୍ତୁ ଅଧିକ....

By

Published : Nov 5, 2020, 10:49 PM IST

Published : Nov 5, 2020, 10:49 PM IST

14 ଦଫା ଦାବି ନେଇ ଗୁଣୁପୁରରେ ବିକ୍ଷୋଭ ଓ ରାସ୍ତାରୋକ କଲା ସିପିଆଇ
14 ଦଫା ଦାବି ନେଇ ଗୁଣୁପୁରରେ ବିକ୍ଷୋଭ ଓ ରାସ୍ତାରୋକ କଲା ସିପିଆଇ

ରାୟଗଡା: ରାୟଗଡା ଜିଲ୍ଲା ଗୁଣପୁରରେ 14 ଦଫା ଦାବି ପୂରଣ ନେଇ ଆଜି ସିପିଆଇ ଏମଏଲ ଲିବରେସନ ଓ ବିଭିନ୍ନ କୃଷକ ସଙ୍ଗଠନ ପକ୍ଷରୁ ବିକ୍ଷୋଭ ଓ ରାସ୍ତାରୋକ କରାଯାଇଛି । ସ୍ଥାନୀୟ ନୂଆ ବସଷ୍ଟାଣ୍ଡ ଠାରୁ ଏକ ଶୋଭାଯାତ୍ରା ବାହାରି ବାଇପାସ ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାସ୍ତାରୋକ କରାଯାଇଥିଲା ।

ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଦଳୀୟ କର୍ମୀଙ୍କୁ ରାସ୍ତାରୋକରୁ ଉଠାଇଥିଲା । କୃଷି ଋଣ ଛାଡ, କୃଷି ଅଧ୍ୟାଦେଶକୁ ବାତିଲ କରିବା, ପ୍ରାକୃତିକ ବିପର୍ଯ୍ୟୟରେ ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ, ନରେଗା କାର୍ଯ୍ୟରେ ଦୁଇ ଶହ ଦିନ କାର୍ଯ୍ୟ ଯୋଗାଇ ଦେବା, ଆଦିବାସୀଙ୍କୁ ଜଙ୍ଗଲ ଜମି ଜଳ ଅଧିକାର ପ୍ରଦାନ ଭଳି 14ଟି ଦାବିକୁ ନେଇ ସିପିଆଇ ନେତା ତିରୁପତି ଗମାଙ୍ଗଙ୍କ ନେତୃତ୍ବରେ ଏହି ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଆଗାମୀ ଦିନରେ ସରକାର ଏଥିପ୍ରତି ଦୃଷ୍ଟି ନ ଦେଲେ ଆନ୍ଦୋଳନକୁ ବ୍ୟାପକ କରାଯିବା ନେଇ ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ABOUT THE AUTHOR

...view details