ଓଡିଶା

odisha

ETV Bharat / state

କଲେଜ ବସ୍ ଚାପାରେ ଜଣେ ମୃତ, କ୍ଷତିପୂରଣ ଦାବିରେ ବିକ୍ଷୋଭ - ରାୟଗଡା ସଡକ ଦୁର୍ଘଟଣା

ସଡକ ଦୁର୍ଘଟଣାରେ ଗୁଣୁପୁରରେ ଜଣଙ୍କର ମୃତ୍ୟୁ । ମୃତଦେହ ରଖି ବିକ୍ଷୋଭ କଲେ ଲୋକେ । ଅଧିକ ପଢନ୍ତୁ...

ସଡକ ଦୁର୍ଘଟଣା
ସଡକ ଦୁର୍ଘଟଣା

By

Published : Feb 11, 2021, 8:57 AM IST

ରାୟଗଡା: ଗୁଣୁପୁର ଖର୍ଲିଂ ନିକଟରେ ସଡକ ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ମୃତଦେହ ରଖି ସ୍ଥାନୀୟ ଲୋକେ ବିକ୍ଷୋଭ କରିଛନ୍ତି । ମୃତ ବ୍ୟକ୍ତିଙ୍କ ପରିବାରକୁ କ୍ଷତିପୂରଣ ଦେବା ଦାବିରେ ଉତ୍ୟକ୍ତ ଲୋକେ GIET ବିଶ୍ବବିଦ୍ୟାଳୟ ଆଗରେ ବିକ୍ଷୋଭ କରିଛନ୍ତି । ମୃତ ବ୍ୟକ୍ତିଙ୍କ ନାମ ପୀରତି ବିଡିକା ହୋଇଥିବାବେଳେ ତାଙ୍କ ଘର ଗୁଣପୁର ବ୍ଲକ ପଡା ସାହିରେ ବୋଲି ଜଣାପଡିଛି ।

ସଡକ ଦୁର୍ଘଟଣା

ଗୁଣୁପୁର ଖର୍ଲିଂ ନିକଟରେ ମଙ୍ଗଳବାର ରାତିରେ ହୋଇଥିବା ବସ ଧକ୍କାରେ ଗୋଟିଏ ପରିବାରର 3 ଜଣ ଗୁରୁତର ଆହତ ହୋଇଥିଲେ । ଜଣକର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ବ୍ରହ୍ମପୁର ପରେ ବିଶାଖାପାଟଣା ସ୍ଥାନାନ୍ତର ବେଳେ ବୁଧବାର ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । GIET ବିଶ୍ବବିଦ୍ୟାଳୟର ଏକ ବସ ଦୁର୍ଘଟଣା ଘଟାଇଥିବା ସୂଚନା ମିଳିଥିବା ବେଳେ ଲୋକେ କ୍ଷତିପୂରଣ ଦାବିରେ ବିଶ୍ବବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ପରେ ସ୍ଥାନୀୟ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ଲୋକେ ଧାରଣାରୁ ହଟିବା ସହ ପୋଲିସକୁ ମୃତଦେହ ବ୍ୟବଚ୍ଛେଦ ପାଇଁ ଛାଡିଥିଲେ । ଗୁଣୁପୁର ପୋଲିସ ମୃତଦେହ ବ୍ୟବଚ୍ଛେଦ ପରେ ସନ୍ଧ୍ୟାରେ ପରିବାରକୁ ହସ୍ତାନ୍ତର କରିଛି ।

ସୂଚନାଥାଉକି, ମଙ୍ଗଳବାର ରାତିରେ ପଦାସାହିର ଗୋଟିଏ ପରିବାରର 3 ଜଣ ବାଇକ ଯୋଗେ ନିଜ ଗ୍ରାମକୁ ଫେରୁଥିବା ବେଳେ GIET ବିଶ୍ବବିଦ୍ୟାଳୟର ଏକ ବସ ଦୁର୍ଘଟଣା ଘଟେଇଥିବା ସୂଚନା ମିଳିଛି । ଏବେ ମଧ୍ୟ ପରିବାରର ଅନ୍ୟ ଦୁଇଜଣ ଚିକିତ୍ସିତ ହେଉଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details