ଓଡିଶା

odisha

ETV Bharat / state

ପାଣି ପାଇଁ ତାତିଲେ ମହିଳା - ଗୁଣୁପୁର ପୌର ପରିଷଦ ଅନ୍ତର୍ଗତ ୱାର୍ଡରେ ପିଇବା ପାଣି ଅସୁବିଧା

ଗୁଣୁପୁର ପୌର ପରିଷଦ ଅନ୍ତର୍ଗତ ୱାର୍ଡରେ ପିଇବା ପାଣି ଅସୁବିଧା । ଯାହାକୁ ଦୃଷ୍ଟିରେ ରଖି ରାସ୍ତାକୁ ଓହ୍ଲାଇଥିଲେ ମହିଳା ।

ପାଣି ପାଇଁ ତାତିଲେ ମହିଳା
ପାଣି ପାଇଁ ତାତିଲେ ମହିଳା

By

Published : Apr 30, 2021, 8:48 AM IST

ରାୟଗଡା: ପାଣି ପାଇଁ ତାତିଲେ ମହିଳା । ବିଭାଗୀୟ ଅଧିକାରୀଙ୍କ ପ୍ରତିଶ୍ରୁତି ପ୍ରତାରଣା ପଲଟିଥିବାରୁ ଗୁରୁବାର ବାଧ୍ୟହୋଇ ଗୁଣୁପୁର ପୌର ପରିଷଦ ଅନ୍ତର୍ଗତ ୱାର୍ଡ ନମ୍ବର 16 ରାମକୃଷ୍ଣ ନଗର ଅଞ୍ଚଳର ମହିଳାମାନେ ହାଣ୍ଡି, ଗରା, ବାଲଟି ଧରି ପହଞ୍ଚିଥିଲେ ଜନସ୍ବାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ।

ପାଣି ପାଇଁ ତାତିଲେ ମହିଳା

ଦୀର୍ଘ ଏକ ବର୍ଷ ଧରି ଏହି ଅଞ୍ଚଳରେ ପାନୀୟ ଜଳ ଯୋଗାଣରେ ସମସ୍ୟା ଲାଗି ରହିଥିବା ମହିଳା ଅଭିଯୋଗ କରିଛନ୍ତି । ଘର ଘରକୁ ପାଇପ ଲାଇନ ଯାଇଥିଲେ ମଧ୍ୟ ଯଥେଷ୍ଟ ପାଣି ଆସୁନଥିବାରୁ ବାଧ୍ୟ ହୋଇ ବଂଶଧାରା ନଦୀ ଉପରେ ନିର୍ଭର କରୁଥିବା କହିଛନ୍ତି ।

ଅନ୍ୟପକ୍ଷରେ ସମସ୍ୟା ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ କହିଛନ୍ତି କି ଏଠାକାର ହିତାଧିକାରୀ ଠିକ ସମୟରେ ଜଳ କର ପୈଠ କରୁ ନାହାନ୍ତି । ନଳକୂପ ଅଚଳ ଥିବା ସେ ଅବଗତ ହେଲେ ତୁରନ୍ତ ଏହା ମରାମତି କରାଯିବ । ବର୍ତ୍ତମାନ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦିଆଯିବ । ପାଇପ ଲାଇନ ଯୋଗାଣ ବ୍ୟବସ୍ଥାର ତୃଟି ଥିଲେ, ଦିନେ ଦୁଇ ଦିନ ଭିତରେ ସ୍ବାଭାବିକ କରାଯିବ ବୋଲି କହିଛନ୍ତି ।

ରାୟଗଡାରୁ ରଞ୍ଜନ କୁମାର ନାଥ, ଇଟିଭି ଭାରତ

ABOUT THE AUTHOR

...view details