ରାୟଗଡା:କୋରୋନା କାଳରେ ଉତ୍ତମ ଚିକିତ୍ସା ଓ ସ୍ବାସ୍ଥ୍ୟ ଭିତ୍ତିଭୁମୀର ସୁଦୃଢୀକରଣ ଉପରେ ଗୁରୁତ୍ବ ଦେଉଛନ୍ତି ସରକାର । ସେହି କ୍ରମରେ ସାମିଲ ହୋଇଛି ଘରୋଇ ବ୍ୟାଙ୍କ। ରାୟଗଡା ଶାଖା ତରଫରୁ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ 13 ଟି ଅକ୍ସିଜେନ କନ୍ସେନଟ୍ରେଟର ପ୍ରଦାନ କରାଯାଇଛି । ଏହାକୁ ଜିଲ୍ଲାପାଳ ସରଜ କୁମାର ମିଶ୍ର, ଏସପି ବିବେକାନନ୍ଦ ଶର୍ମା ଫିତା କାଟି ଶୁଭାରମ୍ଭ କରିଥିଲେ।
ଘରୋଇ ବ୍ୟାଙ୍କ ଦେଲା 13 ଅକ୍ସିଜେନ କନ୍ସେନଟ୍ରେଟର - ICICI Bank has provided 13 oxygen concentrators
ରାୟଗଡାରେ ଗୋଟିଏ ବ୍ୟାଙ୍କଦେଲା 13 ଟି ଅକ୍ସିଜେନ କନ୍ସେନଟ୍ରେଟର । ଜିଲ୍ଲାବାସୀଙ୍କୁ ମିଳିପାରିବ ଜରୁରିକାଳୀନ ସ୍ବାସ୍ଥ୍ୟ ସେବା । ଶୁଭାରମ୍ଭ କଲେ ଜିଲ୍ଲାପାଳ ଓ ଏସପି। ଅଧିକ ପଢନ୍ତୁ...
ICICI ବ୍ୟାଙ୍କ ଦେଲା 13 ଟି ଆକ୍ସିଜେନ କନ୍ସର୍ଣ୍ଣଟେଟର
ICICI ବ୍ୟାଙ୍କ ଦେଲା 13 ଟି ଆକ୍ସିଜେନ କନ୍ସର୍ଣ୍ଣଟେଟର
ବ୍ୟାଙ୍କ ତରଫରୁ ପ୍ରଦାନ କରାଯାଇଥିବା କନ୍ସେନଟ୍ରେଟର ଗୁଡିକ କେବଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନୁହେଁ ଜିଲ୍ଲାର ଅନ୍ୟ ବ୍ଲକ ଚିକିତ୍ସାଳୟକୁ ମଧ୍ୟ ପ୍ରଦାନ କରାଯିବ। ଫଳରେ ଅତ୍ୟାବଶ୍ୟକ ସମୟରେ ଜନସାଧାରଣ ଏହାକୁ ବ୍ୟବହାର କରି ଜରୁରିକାଳୀନ ସହାୟତା ପାଇ ପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ