ଓଡିଶା

odisha

ETV Bharat / state

କୋଭିଡ ନିୟମ ଉଲ୍ଲଂଘନ କରି ଥାନାରେ ପୂଜକ ଅଟକ - କୋଭିଡ ନିୟମ ଉଲ୍ଲଂଘନ କରି ଥାନାରେ ପୂଜକ ଅଟକ

ରାୟଗଡ ସହରର ଜ୍ୟୋତି ମହଲ ଛକ ସ୍ଥିତ ଭେଙ୍କେଟେଶ୍ବର ମନ୍ଦିରରେ ନିୟମକୁ ଉଲ୍ଲଂଘନ କରି ପୂଜାର୍ଚ୍ଚନା ଚାଲିଥିବା ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା । ଏହାପରେ ପୂଜକଙ୍କୁ ଥାନାରେ ଅଟକ ରଖାଯାଇଛି ।

କୋଭିଡ ନିୟମ ଉଲ୍ଲଂଘନ କରି ଥାନାରେ ପୂଜକ ଅଟକ
କୋଭିଡ ନିୟମ ଉଲ୍ଲଂଘନ କରି ଥାନାରେ ପୂଜକ ଅଟକ

By

Published : Jul 11, 2020, 2:59 AM IST

ରାୟଗଡା: କୋଭିଡ ନିୟମ ଉଲ୍ଲଂଘନ କରି ଫସିଲେ ପୂଜକ । ଫଳରେ ତାଙ୍କୁ ଥାନାରେ ଅଟକ ରଖାଯାଇଛି । ରାୟଗଡ ଜିଲ୍ଲା ସଦର ମହକୁମାରେ ଘଟିଛି ଏଭଳି ଏକ ଘଟଣା । ସୂଚନା ଅନୁଯାୟୀ ରାୟଗଡ ସହରର ଜ୍ୟୋତି ମହଲ ଛକ ସ୍ଥିତ ଭେଙ୍କେଟେଶ୍ବର ମନ୍ଦିରରେ ନିୟମକୁ ଉଲ୍ଲଂଘନ କରି ପୂଜାର୍ଚ୍ଚନା ଚାଲିଥିବା ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା ।

କୋଭିଡ ନିୟମ ଉଲ୍ଲଂଘନ କରି ଥାନାରେ ପୂଜକ ଅଟକ

ଭିଡିଓ ଭାଇରାଲ ପରେ ପ୍ରଶାସନ ତରଫରୁ ମାଜିଷ୍ଟ୍ରେଟ ରାୟଗଡ ତହସିଲଦାର ଉମାଶଙ୍କର ବେହେରାଙ୍କ ଉପସ୍ଥିତିରେ ଏବଂ ପୋଲିସ ତରଫରୁ ମନ୍ଦିରରେ ଚଢ଼ାଉ କରି ପୂଜକକୁ ଥାନାରେ ଆଣି ଅଟକ ରଖିଛନ୍ତି । ଆଜି ସକାଳୁ ମନ୍ଦିର ପଛପଟ ଗଲା ବାଟ ଦେଇ ମନ୍ଦିର ଭିତରକୁ ନେଇ ପୂଜାର୍ଚ୍ଚନା କରୁଥିବା ଖବର ଭାଇରଲ ହେବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା କହିଛନ୍ତି ତହସିଲଦାର।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ABOUT THE AUTHOR

...view details