ରାୟଗଡା: କୋରୋନାକୁ ନେଇ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ମହାମାରୀ କୋରୋନାକୁ ନେଇ ରାୟଗଡାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତିଷେଧକ ପାଇଁ ଆରମ୍ଭ ହୋଇଛି ଉଦ୍ୟମ ।
କରୋନା ସଚେତନତା, ତତ୍ପର ଜିଲ୍ଲା ପ୍ରଶାସନ କେତେବେଳେ ପ୍ରଶାସନିକ ଅଧିକାରୀଙ୍କୁ ନେଇ ବୈଠକ ବସୁଛି ତ ପୁଣି କେତେବେଳେ ଲୋକ ପ୍ରତିନିଧିଙ୍କୁ ନେଇ ଆରମ୍ଭ ହୋଇଛି ଗାଁ ଗାଁରେ ସଚେତନତାର ଯୋଜନା । ଶନିବାର ୭୦ ତମ ଜିଲ୍ଲା ପରିଷଦର ସ୍ବତନ୍ତ୍ର ବୈଠକରେ କେରୋନା ମୁକାବିଲା ପାଇଁ ପ୍ରସ୍ତୁତି ହୋଇଛି ବ୍ଲୁ ପ୍ରିଣ୍ଟ ।
ଏହି ବୈଠକରେ ଜିଲ୍ଳାରେ ଥିବା ୧୮୨ଟି ପଞ୍ଚାୟତ ଉପରେ ଫୋକସ୍ କରାଯାଇ ପ୍ରତ୍ୟେକ ପଞ୍ଚାୟତ ହେଡ୍ କ୍ୱାର୍ଟରକୁ ଗୋଟିଏ ଲେଖାଏଁ ହେଲ୍ଥ୍ ୟୁନିଟ୍ ଭାବେ ଗ୍ରହଣ କରାଯାଇ କ୍ବାରେନଟାଇନ ଗୃହର ବ୍ୟବସ୍ଥା କରାଯାଇଛି ।
କୋରୋନାକୁ ନେଇ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଜିଲ୍ଳା ପ୍ରଶାସନ । ଜିଲ୍ଳାର ସମସ୍ତ ବ୍ଳକ୍ରେ ବାର୍ଦ୍ଧକ୍ୟ ଭତା ଠାରୁ ଆରମ୍ଭ କରି ହଷ୍ଟେଲରେ ପଢୁଥିବା ପିଲାଙ୍କ ଅଭିଭାବକଙ୍କୁ ଷ୍ଟାଇପେଣ୍ଡ ଅର୍ଥ ପ୍ରଦାନ ପାଇଁ ବନ୍ଦୋବସ୍ତ କରାଯାଇଛି । ଏହାସହିତ ଗ୍ରାମାଞ୍ଚଳର ଗରୀବ ଲୋକଙ୍କ ପାଇଁ ଏକକାଳୀନ ତିନି ମାସର ପିଡିଏସ୍ ଚାଉଳ ବଣ୍ଟନ ପାଇଁ ବ୍ୟବସ୍ଥା କରାଯାଇଥିବା କହିଛନ୍ତି ଜିଲ୍ଲାପାଳ । ଅନ୍ୟପଟେ ଏସବୁ କାର୍ଯ୍ୟକ୍ରମକୁ କିଭଳି ସୂଚାରୁ ଭାବେ ପରିଚାଳନା କରାଯିବ ସେନେଇ ସବୁପ୍ରକାର ବ୍ୟବସ୍ଥା କରାଯାଇଥିବା କହିଛନ୍ତି ରାୟଗଡା ଏସ୍.ପି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ