ଓଡିଶା

odisha

ETV Bharat / state

ପୁଣି ଜନନୀ ଯନ୍ତ୍ରଣା: 5କିମି ଚାଲି ଏକାକୀ ନଦୀ ପାରହେଲେ ଗର୍ଭବତୀ - ରାୟଗଡା ଲାଟେଷ୍ଟ ନ୍ୟୁଜ୍‌

ଜିଲ୍ଲା ସଦର ମହକୁମା ନିକଟରେ ନଜରକୁ ଆସିଛି ପୁଣି ଜନନୀ ଯନ୍ତ୍ରଣା। ରାସ୍ତା ନଥିବା ଯୋଗୁଁ ଜଣେ ଗର୍ଭବତୀ ନାହିଁ ନଥିବା ଦୁର୍ଦ୍ଦଶା ଭୋଗିଛନ୍ତି । 5 କିମି ଚାଲିଚାଲି ଏକକୀ ଭରା ନଦୀ ପାର ହୋଇଛନ୍ତି ଗର୍ଭବତୀ ଜଣଙ୍କ ।

pregnent woman crosses river, rayagada latest news, rayagada pregnent woman in danger, ରାୟଗଡାରେ ଜନନୀ ଯନ୍ତ୍ରଣା, ରାୟଗଡା ଲାଟେଷ୍ଟ ନ୍ୟୁଜ୍‌, ଗର୍ଭବତୀ ମହିଳାଙ୍କ ନଦୀ ପାର
ପୁଣି ଜନନୀ ଯନ୍ତ୍ରଣା, 3 କିମି ନଦୀ ପାର ହେଲେ ଗର୍ଭବତୀ

By

Published : Dec 21, 2019, 10:55 PM IST

Updated : Dec 22, 2019, 7:11 PM IST

ରାୟଗଡା: ଜିଲ୍ଲା ସଦର ମହକୁମା ନିକଟରେ ନଜରକୁ ଆସିଛି ଜନନୀ ଯନ୍ତ୍ରଣା । ରାସ୍ତା ନଥିବା ଯୋଗୁଁ ଜଣେ ଗର୍ଭବତୀ ନାହିଁ ନଥିବା ଦୁର୍ଦ୍ଦଶା ଭୋଗିଛନ୍ତି । ଗର୍ଭବତୀ ଜଣକ ହେଲେ ସାରାପାଡି ଗ୍ରାମର ସୁନ ହୁଇକା । ଶନିବାର ସକାଳେ ସୁନଙ୍କ ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଥିବା ବେଳେ ଗାଁରୁ ରାସ୍ତା ନଥିବାରୁ 5 କିଲୋମିଟର ବାଟ ଚାଲି ଚାଲି ତାଙ୍କୁ ଡାକ୍ତରଖାନା ଆସିବାକୁ ପଡିଥିଲା । ଏଭଳିକି ବାଟରେ ଥିବା ଝଞ୍ଜାବତୀର ଭରା ନଦୀ ପାର ହେବାକୁ ପଡିଥିଲା ତାଙ୍କୁ।

ପୁଣି ଜନନୀ ଯନ୍ତ୍ରଣା: 5କିମି ଚାଲି ଏକାକୀ ନଦୀ ପାରହେଲେ ଗର୍ଭବତୀ

ସୁନଙ୍କୁ ଗର୍ଭ ଯନ୍ତ୍ରଣା ହେବାରୁ ପରିବାର ସମେତ ଗ୍ରାମବାସୀ ତାଙ୍କୁ ବୋହି ବୋହି ଓ ପାଦ ଚଲା ରାସ୍ତାରେ ଆଣିବା ପରେ ସେ ଝଞ୍ଜାବତୀ ନଦୀ ପାର କରିଥିଲେ । ନଦୀ ଆର ପାରିରେ ଅଙ୍ଗନବାଡି ଓ ଆଶା ଦିଦି ଅପେକ୍ଷା କରି ରହିଥିଲେ। ପରେ ଦିଦିମାନଙ୍କ ଦ୍ବାରା ଗର୍ଭବତୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତ କରାଯାଇଥିଲା । ତେବେ ଗାଁ କୁ ଯିବା ପାଇଁ ପକ୍କା ରାସ୍ତା ନଥିବା ବେବେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଚିକିତ୍ସାଳୟରେ ସେ କନ୍ୟା ସନ୍ତାନ ଜନ୍ମ ଦେଇଥିବା ବେଳେ ଉଭୟେ ସୁସ୍ଥ ଥିବା ଜଣାପଡିଛି । ତେଣେ ଜିଲ୍ଲାରେ ବାରମ୍ବାର ଜନନୀ ଯନ୍ତ୍ରଣା ଘଟୁଥିଲେ ମଧ୍ୟ ସେଭଳି କୌଣସି ପଦକ୍ଷପ ନିଆଯାଉନଥିବା ସାଧାରଣରେ ଅଭିଯୋଗ ହୋଇଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Last Updated : Dec 22, 2019, 7:11 PM IST

ABOUT THE AUTHOR

...view details