ଓଡିଶା

odisha

ETV Bharat / state

ଥମୁନି ଜନନୀ ଯନ୍ତ୍ରଣା, ପୁଣି ୨କିମି ଯାଏଁ ଭାରରେ ବୁହାହେଲେ ଗର୍ଭବତୀ

ରାୟଗଡା ଜିଲ୍ଲାରେ ପୁଣି ଥରେ ଜନନୀ ଯନ୍ତ୍ରଣାର ପୁନରାବୃଦ୍ଧି ହୋଇଛି । ଗାଁକୁ ରାସ୍ତା ନଥିବାରୁ ପୁଣି ଅଧା ବାଟରେ ଅଟକିଲା ଆମ୍ବୁଲାନ୍ସ । ଅଧିକ ପଢନ୍ତୁ...

ଥମୁନି ଜନନୀ ଯନ୍ତ୍ରଣା
ଥମୁନି ଜନନୀ ଯନ୍ତ୍ରଣା

By

Published : Aug 12, 2020, 1:59 PM IST

ରାୟଗଡା: ପହଞ୍ଚି ପାରିଲା ନାହିଁ ଆମ୍ବୁଲାନ୍ସ । ଗର୍ଭବତୀଙ୍କୁ 2 କିମି ଯାଏଁ ଭାରରେ ବୋହିଲେ ପରିବାର ଲୋକେ । ରାୟଗଡା ଜିଲ୍ଲାରେ ପୁଣି ଥରେ ଜନନୀ ଯନ୍ତ୍ରଣାର ଘଟଣା ପୁନରାବୃଦ୍ଧି ହୋଇଛି । ଆଜିର ଏହି ଘଟଣାଟି ହେଉଛି ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ସଙ୍କରଗଡା ଗ୍ରାମପଞ୍ଚାୟତ ତେନ୍ତୁଳି ପଦର ଗାଁ ।

ଥମୁନି ଜନନୀ ଯନ୍ତ୍ରଣା

ବୁଧବାର ସକାଳୁ ଉକ୍ତ ଗାଁ ଗୋବର ମାଝିଙ୍କ ସ୍ତ୍ରୀ ସୁନାଦେଇ ଭୋର 5ଟାରେ ପ୍ରସବ ଯନ୍ତ୍ରଣା ଅନୁଭବ ହୋଇଥିଲା । ଏହା ପରେ ଟିକିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରସବ ପାଇଁ 102 ଆମ୍ବୁଲାନ୍ସକୁ ଯୋଗଯୋଗ କରାଯାଇଥିଲା । ଖବର ପାଇବା ପରେ କାଶୀପୁରରେ ଥିବା ଆମ୍ବୁଲାନ୍ସ ତେନ୍ତୁଳି ପଦର ଗାଁର ପ୍ରାୟ 40 କିମି ଅଧିକ ରାସ୍ତା ଅଭିମୁଖେ ବାହାରିଥିଲା । ହେଲେ ଗାଁକୁ ରାସ୍ତା ନଥିବାରୁ ମାତ୍ର 2 କିମି ଦୂରରେ ବଡପୁକେଲ ଗାଁ ନିକଟରେ ଗାଡିଟି ଅଟକି ରହିଥିଲା ।

ଏହା ପରେ ଆମ୍ବୁଲାନ୍ସ ଡ୍ରାଇଭର ଦୀର୍ଘ 2 କିଲୋମିଟର ଚାଲିବା ପରେ ତେନ୍ତୁଳି ପଦରେ ପହଞ୍ଚିଥିଲେ । ଆମ୍ବୁଲାନ୍‌ସ ଚାଳକ ପରୀକ୍ଷିତ ନାଏକ ,ଓ ସ୍ୱାମୀ ଗୋବର ମାଝି ଅନ୍ୟ ଦୁଇଜଣ ଭାରରେ ବୋହି ଘାଟି ଓ ଜଙ୍ଗଲ ରାସ୍ତାଦେଇ ବହୁ କଷ୍ଟରେ ଆମ୍ବୁଲାନ୍ସ ନିକଟରେ ପହଞ୍ଚିଥିଲେ। ଶେଷରେ ସୁନାଦେଇଙ୍କୁ ଆମ୍ବୁଲାନ୍ସ ଯୋଗେ ଟିକିରି ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସ୍ୱାସ୍ଥ୍ୟ ପରୀକ୍ଷାର କିଛି ସମୟ ପରେ ସୁନାଦେଇ ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି । ବର୍ତ୍ତମାନ ମାଆ ଓ ପିଲାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ସୂଚନା ଦେଇଛନ୍ତି।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details