ଓଡିଶା

odisha

ETV Bharat / state

ଭାରରେ ବୁହା ହେଲେ ଗର୍ଭବତୀ: ଅଧା ବାଟରେ ଜନ୍ମଦେଲେ ଶିଶୁକନ୍ୟା - pregnant women carried by cot in kashipur

ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ମାଇକଞ୍ଚ ପଞ୍ଚାୟତ ଅନ୍ତର୍ଗତ ସିନ୍ଧିଗୁଡା ଗ୍ରାମରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ଅଧାବାଟରେ ପ୍ରସବ କଲେ ମହିଳା । ଅଧିକ ପଢନ୍ତୁ...

ଭାରରେ ବୁହା ହେଲେ ଗର୍ଭବତୀ: ଅଧା ବାଟରେ ଜନ୍ମଦେଲେ ଶିଶୁକନ୍ୟା
ଭାରରେ ବୁହା ହେଲେ ଗର୍ଭବତୀ: ଅଧା ବାଟରେ ଜନ୍ମଦେଲେ ଶିଶୁକନ୍ୟା

By

Published : Oct 31, 2021, 10:43 PM IST

ରାୟଗଡା: ଜନନୀ ସୁରକ୍ଷା ନାମରେ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଠିକ୍ ଭାବେ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ ଏହାର ସୁଫଳ । କେତେବେଳେ ରାସ୍ତା ନଥିବାବେଳେ ତ କେତେକ ସ୍ଥାନରେ ଡାକ୍ତର ନଥିବାରୁ ଲୋକେ ନାନା ଅସୁବିଧା ଭୋଗୁଛନ୍ତି। ପ୍ରାୟ ସବୁସମୟରେ ଗର୍ଭବତୀ ମହିଳାଙ୍କୁ ଭାର କିମ୍ବା ଖଟରେ ବୁହା ହେବା ଘଟଣା ପାଇଁ କାଶୀପୁର ବ୍ଲକ ଚର୍ଚ୍ଚାରେ ରହିଛି ।

ଭାରରେ ବୁହା ହେଲେ ଗର୍ଭବତୀ: ଅଧା ବାଟରେ ଜନ୍ମଦେଲେ ଶିଶୁକନ୍ୟା

ଆଜି(ରବିବାର) ଏହିଭଳି ଏକ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ମାଇକଞ୍ଚ ପଞ୍ଚାୟତ ଅନ୍ତର୍ଗତ ସିନ୍ଧିଗୁଡା ଗ୍ରାମରେ । ସେହି ଗ୍ରାମର ଲମ୍ବୋଦର ଗୌଡଙ୍କ ସ୍ତ୍ରୀ କୁନ୍ତଳା ଗୌଡଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ପରିବାର ଲୋକ ଓ ଆଶାକର୍ମୀ ମାଣିକ ଦଳପତି ୧୦୮କୁ ଫୋନ କରିଥିଲେ। ଆମ୍ବୁଲାନ୍ସଟି ରାସ୍ତା ନଥିବାରୁ କଞ୍ଚଗୁମା ଶିବ ମନ୍ଦିର ଠାରେ ଅଟକି ଯାଇଥିଲା। ଆଶାକର୍ମୀ ମାଣିକ ଦଳପତି, ୧୦୮ କର୍ମଚାରୀ ପରିକ୍ଷିତ ନାଏକ ଓ କୈଳାସ ଲିମା ଗର୍ଭବତୀ ମହିଳାଙ୍କୁ ଭାରରେ ୨ କି.ମି ବୋହିକି ଆଣିବା ସମୟରେ ଅଧା ରାସ୍ତାରେ ମହିଳା ଜଣଙ୍କ ଶିଶୁକନ୍ୟାଟିଏ ଜନ୍ମ ଦେଇଥିଲେ ।

ପରେ ମା’ ଓ ନବଜାତ ଶିଶୁକୁ ଡଙ୍ଗାସିଲ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଉଭୟ ମା’ ଶିଶୁକନ୍ୟାଙ୍କ ସ୍ଵାସ୍ଥ୍ୟବସ୍ଥା ଠିକ୍ ଥିବା ଡ଼ାକ୍ତର ନିରଞ୍ଜନ ରଇତ କହିଛନ୍ତି । ବାରମ୍ବାର କାଶିପୁର ବ୍ଲକରେ ଜନନୀ ଯନ୍ତ୍ରଣା ଘଟୁଥିଲେ ମଧ୍ୟ କୌଣସି ବିଭାଗିୟ ଅଧିକାରୀଙ୍କ ନଜର ପଡୁନି। ଡ୍ରାଇଭର ପରିକ୍ଷିତ ନାଏକ ଏଥିପୂର୍ବରୁ ବହୁବାର ରାସ୍ତା ନଥାଇ ଆମ୍ବୁଲାନ୍ସ ଯାଇନପାରିବା ଜାଗାରୁ ନିଜ କାନ୍ଧରେ ରୋଗୀଙ୍କୁ ବୋହି‌ ଆଣି ଜୀବନ ବଞ୍ଚାଇ ଚର୍ଚ୍ଚାରେ ରହିଛନ୍ତି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ABOUT THE AUTHOR

...view details