ଓଡିଶା

odisha

ETV Bharat / state

ରାୟଗଡାରେ ଜନନୀ ଯନ୍ତ୍ରଣା, 3 କିମି ଷ୍ଟେଚରରେ ବୁହା ହେଲେ ଗର୍ଭବତୀ

ପୁଣି ଜନନୀ ଯନ୍ତ୍ରଣା । ଗାଁକୁ ରାସ୍ତା ନଥିବା ଷ୍ଟେଚରରେ ବୁହା ହେଲେ ଗର୍ଭବତୀ । ଅଧିକ ପଢନ୍ତୁ...

pregnant-woman-carried-on-strecher-in-rayagada
ରାୟଗଡାରେ ଜନନୀ ଯନ୍ତ୍ରଣା, 3 କିମି ଷ୍ଟେଚରରେ ବୁହା ହେଲେ ଗର୍ଭବତୀ

By

Published : Mar 14, 2020, 4:46 PM IST

ରାୟଗଡା: ଜିଲ୍ଲାର କାଶୀପୁର ବ୍ଲକରେ ଅଭାବନୀୟ ଘଟଣା । 3 କିମି ଭାରରେ ବୁହା ହେବା ପରେ 2ଟି ସନ୍ତାନ ଜନ୍ମ କଲେ ମହିଳା । ଘଟଣାସ୍ଥଳରେ କନ୍ୟା ସନ୍ତାନର ମୃତ୍ୟୁ ହୋଇଥିବା ବେଳେ ମା' ଓ ପୁଅ ସୁସ୍ଥ ଅଛନ୍ତି ।

ରାୟଗଡାରେ ଜନନୀ ଯନ୍ତ୍ରଣା, 3 କିମି ଷ୍ଟେଚରରେ ବୁହା ହେଲେ ଗର୍ଭବତୀ
ରାୟଗଡାରେ ଜନନୀ ଯନ୍ତ୍ରଣା, 3 କିମି ଷ୍ଟେଚରରେ ବୁହା ହେଲେ ଗର୍ଭବତୀ

ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ କୋଡିପାରି ପଞ୍ଚାୟତ ଆଡାଝଲ୍ ଗାଁର ଗର୍ଭବତୀ ମହିଳା ଫଗୁଣ ଦେଇ ମାଝୀ ଶନିବାର ଭୋରରୁ ପ୍ରସବ ଯନ୍ତ୍ରଣା ଅନୁଭବ କରିଥିଲେ । ଏହା ପରେ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ନିକଟସ୍ଥ ମେଡିକାଲ ଟିକିରିରେ ଆମ୍ବୁଲାନ୍ସ ନଥିବାରୁ କାଶୀପୁର ମେଡିକାଲରୁ ଆମ୍ବୁଲାନ୍ସଟି ଆସିବା ସମୟରେ ଡେରି ହୋଇଥିଲା । ତଥାପି ଗାଁକୁ ରାସ୍ତା ନଥିବାରୁ ୩ କିମି ଦୂରରେ ଆମ୍ବୁଲାନ୍ସ ଅଟକି ଯାଇଥିଲା । ପରେ ଡ୍ରାଇଭର ଓ ଆଶାକର୍ମୀଙ୍କ ସହଯୋଗରେ ଆମ୍ବୁଲାନ୍ସ ଷ୍ଟେଚରରେ ତାଙ୍କୁ ବୋହିକି ଆଣିବା ବେଳେ ଅଧା ବାଟରେ ସେ ଗୋଟିଏ ପୁଅ ଏବଂ ଝିଅ ଜନ୍ମ ଦେଇଥିଲେ । ତେବେ ଘଟଣାସ୍ଥଳରେ କନ୍ୟା ସନ୍ତାନର ମୃତ୍ୟୁ ହେଇଥିବା ବେଳେ, ସେଠାରୁ ଆଉ 15 କିମି ଆମ୍ବୁଲାନ୍ସ ଯୋଗେ ଟିକିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ଉଭୟ ମା' ଏବଂ ପୁଅ ସୁସ୍ଥ ରହିଥିବା ଜଣାପଡିଛି ।

ରାୟଗଡାରେ ଜନନୀ ଯନ୍ତ୍ରଣା, 3 କିମି ଷ୍ଟେଚରରେ ବୁହା ହେଲେ ଗର୍ଭବତୀ

ତେବେ ଦୁର୍ଗମ ଅଞ୍ଚଳରେ ରହୁଥିବା ଗର୍ଭବତୀ ମହିଳାଙ୍କ ପ୍ରସବର ଯଥେଷ୍ଟ ପୂର୍ବରୁ ମା' ଘରେ ରଖିବା ବ୍ୟବସ୍ଥା ଥିବା ବେଳେ କେଉଁ ପରିସ୍ଥିତିରେ 3 କିଲୋମିଟର ଷ୍ଟେଚର ବୁହା ହେଲେ ଗର୍ଭବତୀ ତାହାର ତଦନ୍ତ ହେବ ବୋଲି କହିଛନ୍ତି ବିଭାଗୀୟ ଅଧିକାରୀ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details