ରାୟଗଡା: ଜିଲ୍ଲାପାଳ ପଦବୀରୁ ବିଦାୟ ନେଲେ ପ୍ରମୋଦ କୁମାର ବେହେରା । ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସଦଭାବନା ସଭାଗୃହରେ ଜିଲ୍ଲାପାଳ ଶ୍ରୀ ପ୍ରମୋଦ କୁମାର ବେହେରାଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା l ପ୍ରମୋଦଙ୍କର ଏହି ଜିଲ୍ଲାରୁ ଭୁବନେଶ୍ବରକୁ ବଦଳି ହୋଇଯାଇଛି । ସେଠାରେ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭଗରେ ଅତିରିକ୍ତ ଶାସନ ସଚିବ ଭାବେ କାର୍ଯ୍ୟ କରିବେ । ଜାନୁଆରୀ 11ରେ ନୂତନ ଜିଲାପାଳଙ୍କୁ ଦାୟିତ୍ବ ଭାରଅର୍ପଣ କରିବେ ।
ଜିଲ୍ଲାପାଳ ପଦବୀରୁ ବିଦାୟ ନେଲେ ପ୍ରମୋଦ କୁମାର - ରାୟଗଡା ଜିଲ୍ଲାପାଳ
ଜିଲ୍ଲାପାଳ ପଦବୀରୁ ବିଦାୟ ନେଲେ ପ୍ରମୋଦ କୁମାର ବେହେରା । ଜଣେ ଜିଲ୍ଲାପାଳ ଚାହିଁଲେ କୈଣସି କାମ ଏକା କରିପାରେନା । ଏଥିପାଇଁ ସମସ୍ତଙ୍କ ସହଯୋଗ ଦରକାର ବୋଲି କହିଛନ୍ତି ପ୍ରମୋଦ । ଅଧିକ ପଢନ୍ତୁ..
ସେଥିପାଇଁ ଆଜି (ସୋମବାର) ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ପଣ୍ଡାଙ୍କ ଅଧକ୍ଷତାରେ ଜିଲ୍ଲା ସ୍ଥରୀୟ ଅଧିକାରୀମାନେ ବିଦାୟ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦେଇଥିଲେ। ଏହି ଅବସରରେ ଶ୍ରୀ ବେହେରା ଇଟିଭି ଭରତକୁ ସ୍ଵତନ୍ତ୍ର ସାକ୍ଷାତକାରରେ କହିଛନ୍ତି ଯେ ପାଖାପାଖି ଦୀର୍ଘ ଦୁଇ ବର୍ଷ କାର୍ଯ୍ୟକାଳ ଭିତରେ ସମସ୍ତ ଅଧିକାରୀ,ଜନସାଧାରଣଙ୍କ ଠାରୁ ସ୍ନେହ ସହଯୋଗ ପାଇଛନ୍ତି । ସେଥିପାଇଁ ସମସ୍ତଙ୍କୁ କୃତଜ୍ଞତା ଜ୍ଞlପନ କରିଥିଲେ । ଏହାସହ ଦୀର୍ଘ ସମୟ ପର୍ଯ୍ୟନ୍ତ ଏହି ଜିଲ୍ଲାରେ କାର୍ଯ୍ୟକରି ଥିବାରୁ ସ୍ମରଣୀୟ ହୋଇ ରହିବ ବୋଲି ପ୍ରକାଶ କରିଥିଲେ l ଜିଲ୍ଲାରେ ପ୍ରଶାସନିକ କାର୍ଯ୍ୟକ୍ରମ ପରିଚାଳନା କରିବାକୁ ହେଲେ ପ୍ରଥମେ ଲୋକଙ୍କ ବିଶ୍ଵାସଭଜନ ହେବାକୁ ପଡିବ । ଜଣେ ଜିଲ୍ଲାପାଳ ଚାହିଁଲେ କୌଣସି କାମ ଏକା କରିପାରେନା ଏଥିପାଇଁ ସମସ୍ତ ପ୍ରଶlସନିକ ଅଧିକାରୀ, କର୍ମଚାରୀ ସର୍ବପରି ଜନସାଧାରଣଙ୍କ ସହଯୋଗ ଦରକାର ବୋଲି ସେ କହିଥିଲେ ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ