ଓଡିଶା

odisha

ETV Bharat / state

ପୋଷ୍ଟ ମାଷ୍ଟରଙ୍କ ଚଞ୍ଚକତା, ଲକ୍ଷଲକ୍ଷ ଟଙ୍କା ଆତ୍ମସାତ୍ ଅଭିଯୋଗ - ହିତାଧିକାରୀଙ୍କ ଜମା ଟଙ୍କା ହଡପ ଘଟଣା

ପୋଷ୍ଟ ମାଷ୍ଟରଙ୍କ ବିରୋଧରେ ଅଭିଯୋଗ । ହିତାଧିକାରୀଙ୍କୁ ଜାଲ ପ୍ରମାଣପତ୍ର ଦେବା ସହ ସେମାନଙ୍କ ଜମା ଖାତାରୁ ଲୁଟ କରିଛନ୍ତି ଟଙ୍କା । ଅଧିକ ପଢନ୍ତୁ

allegations against postmaster
allegations against postmaster

By

Published : Mar 12, 2023, 8:53 PM IST

ପୋଷ୍ଟ ମାଷ୍ଟରଙ୍କ ଚଞ୍ଚକତା

ରାୟଗଡା: ପୋଷ୍ଟ ମାଷ୍ଟରଙ୍କ ଚଞ୍ଚକତା । ହିତାଧିକାରୀଙ୍କୁ ଜାଲ ପ୍ରମାଣପତ୍ର ଦେବା ସହ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ୍ କରିଥିବା ଅଭିଯୋଗ । ତେବେ ବ୍ୟାଙ୍କ କିମ୍ବା ପୋଷ୍ଟ ଅଫିସରେ ଟଙ୍କା ରଖିବା ସୁରକ୍ଷିତ ବୋଲି ସମସ୍ତେ ମଣନ୍ତି । କିନ୍ତୁ ପୋଷ୍ଟ ମାଷ୍ଟର ହିତାଧିକାରୀଙ୍କ ଜମା ଟଙ୍କା ହଡପ ଘଟଣା ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ହିତାଧିକାରୀଙ୍କୁ ଜାଲ ପ୍ରମାଣପତ୍ର ଦେଇ ସେମାନଙ୍କ ଜମା ଖାତାରୁ ଟଙ୍କା ଲୁଟ କରିବା ଭଳି ଘଟଣା ଦେଖିବାକୁ ମିଳିଛି । ତେବେ ଏହି ଘଟଣା କୁମ୍ଭାରଢ଼ାମୁଣି ପୋଷ୍ଟ ଅଫିସରେ ଘଟିଛି । ଯାହା ଏବେ ଜିଲ୍ଲାପାଳ ଓ ବିଭାଗୀୟ ଉପରିସ୍ଥ ଅଧିକାରୀଙ୍କ ପାଖରେ ପହଞ୍ଚିଛି ।

ରାୟଗଡ଼ା ଜିଲ୍ଲା କୁମ୍ଭାର ଢାମୁଣି ଶାଖା ଡାକଘର ପୋଷ୍ଟ ମାଷ୍ଟର ମୁକେଶ ଚୌଧୁରୀଙ୍କ ବିରୋଧରେ ଟଙ୍କା ଆତ୍ମସାତ କରିଥିବା ଭଳି ସଙ୍ଗୀନ ଅଭିଯୋଗ ହୋଇଛି । ଅନେକ ଗରିବ ଲୋକଙ୍କୁ ଜାଲ ଏନଏସସି ସାର୍ଟିଫିକେଟ୍, ଆର୍‌ଡି ଧାରଣ କରିଥିବା ମିଥ୍ୟା ପାସ୍‌ବୁକ, ସଞ୍ଚୟ ଖାତା ଇତ୍ୟାଦି ପ୍ରଦାନ କରିବା ସହ ଜମା ଖାତାରୁ ହିତାଧିକାରୀଙ୍କ ଅଜାଣତରେ ଟଙ୍କା ବାହାର କରିବା ଭଳି ସଙ୍ଗୀନ ଅଭିଯୋଗ ହୋଇଛି । କୁମ୍ଭାରଢାମୁଣି ଗାଁର ରାମଚନ୍ଦ୍ର ପିଡିକାକା ନିଜ ଝିଅ ତୁଲସୀ ପିଡିକାକାଙ୍କ ନାମରେ ଗତ ୨୦୧୩ ଜୁନ ୩୧ ତାରିଖରେ ୨୦ ହଜାର ଟଙ୍କାର ୭୧୮୨୧୪୩ ନମ୍ବର ବିଶିଷ୍ଟ ଏକ ଏନଏସସି କିଣିଥିଲେ । ଯାହା ୨୦୨୩ ସେପ୍ଟେମ୍ବର ୩୦ ତାରିଖରେ ମାଚ୍ୟୁରିଟି ହେବ ବୋଲି ଖାତାର ଶେଷ ପୃଷ୍ଠାରେ ଦର୍ଶାଯିବା ସହ ୪୦,୬୯୦ ଟଙ୍କା ହେବ ବୋଲି ଉଲ୍ଲେଖ ରହିଛି ।

ତେବେ ଜୁନ ମାସର 31 ତାରିଖ ନଥିବା ଜାଣିବାକୁ ପାଇ ପୋଷ୍ଟ ଅଫିସରେ ପଚାରି ଜାଣିପାରିଲେ ଯେ ତାଙ୍କ ଝିଅ ନାମରେ କୌଣସି ଖାତା ଖୋଲା ଯାଇ ନାହିଁ । ଏନେଇ ରାମ ପିଡିକାକା ଡାକ ବିଭାଗର ସୁପରିଟେଣ୍ଡେଣ୍ଟ ଓ ରାୟଗଡା ଜିଲ୍ଲାପାଳଙ୍କୁ ଲିଖିତ ଭାବରେ ଜଣାଇ ନ୍ୟାୟ ଦାବି କରିଛନ୍ତି । ଖାଲି ରାମଚନ୍ଦ୍ର ଭଳି ଆଦିବାସୀ ଯୁବକ ନୁହଁ ଜଣେ ପୂର୍ବତନ ପୋଷ୍ଟ ମାଷ୍ଟରଙ୍କ ମୃତ୍ୟୁ ପରେ ତାଙ୍କ ଜମା ଖାତାରୁ ଟଙ୍କା ଗାୟବ କରିବା ସହ ତାଙ୍କ ସ୍ତ୍ରୀଙ୍କ ଜମା ଖାତାରୁ ମଧ୍ୟ ତାଙ୍କ ଅଜାଣତରେ ପୋଷ୍ଟ ମାଷ୍ଟର ଟଙ୍କା ଉଠାଇ ନେଇଥିବା ଜଣାପଡ଼ିଛି । ପରେ କିଛି ଟଙ୍କା ଫେରାଇ ଥିବା ପୂର୍ବତନ ପୋଷ୍ଟ ମାଷ୍ଟରଙ୍କ ପୁଅ ପ୍ରକାଶ କରିଛନ୍ତି । ଏହିଭଳି ବହୁ ଲୋକଙ୍କର ଲକ୍ଷଲକ୍ଷ ଟଙ୍କାକୁ ବ୍ରାଞ୍ଚ ପୋଷ୍ଟମାଷ୍ଟର ଆତ୍ମସାତ କରିଥିବା ଅଭିଯୋଗ ହେଉଥିବା ବେଳେ ଅନେକ କ୍ୟାମେରା ଆଗରେ କହିବାକୁ ଭୟ କରିଛନ୍ତି । ଅନ୍ୟପଟେ ଏନେଇ ପୋଷ୍ଟ ମାଷ୍ଟରଙ୍କ ପ୍ରତିକ୍ରିୟା ମିଳି ନ ଥିବା ବେଳେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ପୋଷ୍ଟାଲ ସୁପରିଟେଣ୍ଡେଣ୍ଟ ।

ଇଟିଭି ଭାରତ, ରାୟଗଡା

ABOUT THE AUTHOR

...view details