ଓଡିଶା

odisha

ETV Bharat / state

ଲୋକଙ୍କ ଟଙ୍କା ନେଇ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ଛୁ - ରାୟଗଡା ପୋଷ୍ଟ ମାଷ୍ଟର

ରକ୍ଷକ ସାଜିଲା ଭକ୍ଷକ । ଲୋକଙ୍କ ଟଙ୍କା ନେଇ ଫେରାର ମାରିଲେ ବ୍ରାଞ୍ଚ ପୋଷ୍ଟ ମାଷ୍ଟର । ଅଧିକ ପଢନ୍ତୁ...

ଲୋକଙ୍କ ଟଙ୍କା ନେଇ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ଛୁ
ଲୋକଙ୍କ ଟଙ୍କା ନେଇ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ଛୁ

By

Published : Apr 16, 2021, 6:51 AM IST

ରାୟଗଡା: ନିଜ କଷ୍ଟ ଅର୍ଜିତ ବଳକା ଟଙ୍କାକୁ ଲୋକେ ପୋଷ୍ଟ ଅଫିସରେ ଜମା କରିଥାନ୍ତି । ଆବଶ୍ୟକସ୍ଥଳେ କାର୍ଯ୍ୟରେ ଆସିବ ବୋଲି ସେମାନେ ଏହାକୁ ସାଇତି ରଖିଥାନ୍ତି । ହେଲେ ରକ୍ଷକ ଯଦି ଭକ୍ଷକ ସାଜିବ ତାହେଲେ ଦୋଷ ଦେବା ବା କାହାକୁ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ ବିଜାବଣ୍ଡଳି ଗାଁରେ ।

ଲୋକଙ୍କ ଟଙ୍କା ନେଇ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ଛୁ

ଗାଁରେ ଥିବା ଶାଖା ଡାକଘରେ ନିଜ କଷ୍ଟ ଅର୍ଜିତ ଟଙ୍କାକୁ ମାସକୁ ହଜାରେ ଟଙ୍କା ଭାବରେ 5 ବର୍ଷ ପାଇଁ 60 ହଜାର ଟଙ୍କାର ଏକ ଆଇଡି ଖୋଲିଥିଲେ ରତ୍ନାଲୁ କାଡ୍ରାକା । ଏହାର ସମୟ ସୀମା ଶେଷ ହେବା ପରେ ମଧ୍ୟ ବ୍ରାଞ୍ଚ ପୋଷ୍ଟ ମାଷ୍ଟର୍ ଜିତେନ୍ଦ୍ର ନାୟକ ରତ୍ନାଲୁଙ୍କ ଟଙ୍କାକୁ ନଦେଇ ଚଳୁ କରିଦେଇଥିବା ଅଭିଯୋଗ ହୋଇଛି । କେବଳ ରତ୍ନାଲୁ ନୁହଁନ୍ତି ସେହି ଅଞ୍ଚଳର ସୁନିତା, କନକ ସୁନାନୀ ଏବଂ ଲକ୍ଷ୍ମଣ ସୁନାନୀଙ୍କ ମଧ୍ୟ ହଜାର ହଜାର ଟଙ୍କା ଚଳୁ କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

ଏପରିକି ଡାକଘରେ ଜମାକାରୀଙ୍କ ଠାରୁ ଆଦାୟ ହୋଇଥିବା 1 ଲକ୍ଷ 78 ହଜାର 17 ଟଙ୍କା ମଧ୍ୟ ଉପ ଡାକଘରେ ଜମା ନ କରି ପୋଷ୍ଟ ମାଷ୍ଟର୍ ଜିତେନ୍ଦ୍ର ନିଜେ ନେଇ ଫେରାର ହୋଇଯାଇଛନ୍ତି । ଏହି ଖବର ଜଣାପଡିବା ପରେ ରାୟଗଡାରୁ ଡାକ ନିରୀକ୍ଷକ ଆସି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଡାକ ବିଭାଗ ତରଫରୁ ଏହି ସଂକ୍ରାନ୍ତରେ ଅମ୍ବାଦଳା ଥାନାରେ ଏକ ମାମଲା ମଧ୍ୟ ରୁଜୁ ହୋଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଫେରାର ପୋଷ୍ଟ ମାଷ୍ଟରଙ୍କୁ ଧରିବାରେ ଏ ଯାଏଁ ସକ୍ଷମ ହୋଇପାରି ନାହିଁ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details