ରାୟଗଡା: କୋଟିଆକୁ ନେଇ ବର୍ତମାନ ରାଜନୀତି ପୁଣି ଆରମ୍ଭ ହୋଇଛି । ଯେତେବେଳେ ପର ଶତୃ ଗୃହ ପ୍ରବେଶ କରୁଛି ସେତେବେଳେ ଯାଇ ସମସ୍ତଙ୍କ ନିଦ ଭଙ୍ଗୁଛି । ଏଭଳି ସ୍ଥିତି ରହିଛି ଆନ୍ଦ୍ର ଓଡିଶା ସୀମାନ୍ତ ଅଞ୍ଚଳରେ । ହେଲେ ଏବେ ଅନ୍ଦ୍ରପ୍ରଦେଶର ପଞ୍ଚୟତ ନିର୍ବାଚନ ରାଜ୍ୟ ସରକାରଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି । କୋଟିଆ ସମସ୍ୟାର ସମାଧାନ ପରିବର୍ତ୍ତେ କଂଗ୍ରେସ,ବିଜେଡି ଓ ବିଜେପି ମଧ୍ୟରେ ଆରମ୍ଭ ହେଇଛି କାଦୁଅ ଫିଙ୍ଗା ରାଜନୀତି ।
ବର୍ତ୍ତମାନ କୋଟିଆକୁ ଘନଘନ ରାଜନୈତିକ ନେତାଙ୍କ ସୁଅ ଛୁଟୁଛି। ଆଜି ବିଜେପିର ରାଜ୍ୟ ସଭାପତି ସମୀର ମହାନ୍ତି ,ବିରୋଧୀଦଳ ନେତା ପ୍ରଦୀପ ନାୟକ,ଭୃଗୁ ବକ୍ସିପାତ୍ର କୋଟିଆ ଗ୍ରସ୍ତରେ ଯାଇଥିବା ବେଳେ ରାୟଗଡାରେ ବିଜେପିର ରାଜ୍ୟ ସଭାପତି ସମୀର ମହାନ୍ତି କୁଟିଆର ସର୍ବାଙ୍ଗୀନ ଉନ୍ନତିରେ ରାଜ୍ୟ ସରକାରଙ୍କ ବିଫଳତା ହିଁ ଏହାର କାରଣ ବୋଲି କହିଛନ୍ତି ।