ଓଡିଶା

odisha

By

Published : Jun 25, 2022, 10:31 PM IST

ETV Bharat / state

ପିଡିଏସ ଚାଉଳ ଚୋରା ଚାଲାଣବେଳେ ପୋଲିସର ଚଢାଉ, ୨ ଗିରଫ

ରାୟଗଡାରେ ସରକାରୀ ପିଡିଏସ ଚାଉଳ ଚୋରା ଚାଲାଣବେଳେ ମାଡ଼ି ବସିଲା ପୋଲିସ । ୧୦୦ ବସ୍ତା ଚାଉଳ ଜବତ, ୨ ଗିରଫ । ପୂର୍ବରୁ ମଧ୍ୟ ପୁଟାସିଂରୁ ୬୦ ବସ୍ତା ସରକାରୀ ଚାଉଳ ଜବତ କରି ଜଣଙ୍କୁ ଗିରଫ କରିଥିଲା ପୋଲିସ । ଏନେଇ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ସାଧାରଣରେ ଦାବି । ଅଧିକ ପଢ଼ନ୍ତୁ

ପିଡିଏସ ଚାଉଳ ଚୋରା ଚାଲାଣ ବେଳେ ପୋଲିସର ଚଢାଉ, ୨ ଗିରଫ
ପିଡିଏସ ଚାଉଳ ଚୋରା ଚାଲାଣ ବେଳେ ପୋଲିସର ଚଢାଉ, ୨ ଗିରଫ

ରାୟଗଡା: ଜିଲ୍ଲାରେ ବଢୁଛି ସରକାରୀ ପିଡିଏସ ଚାଉଳ ଚୋରା ଚାଲାଣ । ଗୁଣପୁର ବ୍ଲକ ଚାଲାକମ୍ବା ଗ୍ରାମରେ ଥିବା କାଜୁ ମିଲ ଉପରେ ପୋଲିସର ଚଢାଉ । ୧୦୦ ବସ୍ତା ସରକାରୀ ଯୋଗାଣ ବିଭାଗର ଚାଉଳ ଜବତ, ୨ ଗିରଫ । ଏନେଇ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ସାଧାରଣରେ ଦାବି ।

ପିଡିଏସ ଚାଉଳ ଚୋରା ଚାଲାଣ ବେଳେ ପୋଲିସର ଚଢାଉ, ୨ ଗିରଫ

ସୂଚନା ଅନୁସାରେ ସରକାରୀ ପିଡିଏସ ଚାଉଳ ଚୋରା ଚାଲାଣ ହେଉଥିବା ବିଶେଷ ସୂତ୍ରରୁ ଖବର ପାଇ ଗୁଣପୁର ଆଦର୍ଶ ପୋଲିସ ଉକ୍ତ କାଜୁ ମିଲ ଉପରେ ଚଢାଉ କରିଥିଲେ । ଜବତ ହୋଇଥିବା ଚାଉଳ ନେଇ କାଜୁ ମିଲ ମାଲିକ ସନ୍ତୋଷ ଜନକ ଉତ୍ତର ଦେଇ ନପାରିବାରୁ ଟ୍ରକ ଡ୍ରାଇଭର ଏବଂ କାଜୁ ମିଲ ମାଲିକଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି । ତେବେ ପୂର୍ବରୁ ମଧ୍ୟ ପୁଟାସିଂରୁ ୬୦ ବସ୍ତା ପିଡିଏସ ଚାଉଳ ଜବତ କରି ଜଣଙ୍କୁ ଗିରଫ କରିଥିଲା ପୋଲିସ ।

ଇଟିଭି ଭାରତ, ରାୟଗଡ଼ା

ABOUT THE AUTHOR

...view details