ଓଡିଶା

odisha

By

Published : Oct 12, 2022, 9:47 AM IST

ETV Bharat / state

ଜୁଆ ଆଡ୍ଡା ଉପରେ ଚଢ଼ାଉ, ୫୮ ଗିରଫ

ରାୟଗଡ଼ା ଜିଲ୍ଲାର ୧୩ ଗୋଟି ଜୁଆ ଆଡ୍ଡା ଉପରେ ଅତର୍କିତ ଭାବେ ଚଢ଼ାଉ ପୋଲିସ । ଏହି ଘଟଣାରେ ପୋଲିସ ଜୁଆଡି ମାନଙ୍କ ଠାରୁ 2 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଜବତ କରିଛି ପୋଲିସ । ଅଧିକ ପଢ଼ନ୍ତୁ

ଜୁଆ ଆଡ୍ଡା ଉପରେ ଚଢ଼ଉ, ୫୮ ଗିରଫ
ଜୁଆ ଆଡ୍ଡା ଉପରେ ଚଢ଼ଉ, ୫୮ ଗିରଫ

ରାୟଗଡ଼ା: ଜିଲ୍ଲାର ୧୩ ଗୋଟି ଜୁଆ ଆଡ୍ଡା ଉପରେ ଅତର୍କିତ ଭାବେ ଚଢ଼ାଉ ରାୟଗଡ଼ା ପୋଲିସ । ଏହି ଘଟଣାରେ ପୋଲିସ ଜୁଆଡି ମାନଙ୍କ ଠାରୁ 2ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଜବତ କରିଛି ପୋଲିସ । ତେବେ ବର୍ତ୍ତମାନ ସୁଧା ଜିଲ୍ଲାରେ ୧୩ ଗୋଟି ଜୁଆଆଡା ଉପରେ ଚଢ଼ାଉ କରିଛି ପୋଲିସ ।

ଜୁଆ ଆଡ୍ଡା ଉପରେ ଚଢ଼ଉ, ୫୮ ଗିରଫ

ଏହାସହ ଜୁଆଡ଼ିଙ୍କ ଠାରୁ ୨୩ ଗୋଟି ମୋବାଇଲ ଫୋନ, ୩ ଗୋଟି ମୋଟର ସାଇକେଲ, ତାସ, ଦରି ଓ ଜୁଆରେ ବ୍ୟବହାର ହେଉଥିବା ସାମଗ୍ରୀ ଗୁଡିକୁ ଜବତ କରିବା ସହ ୫୮ ଜଣଙ୍କୁ ଗିରଫ କରାଯାଇଥିବା ପ୍ରକାଶ କରିଛନ୍ତି ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା । ଏହି ଅବସରରେ ମଙ୍ଗଳବାର ରାୟଗଡ଼ା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ସୂଚନା ଦେଇଛନ୍ତି । ଏନେଇ ଆରକ୍ଷୀ ଅଧିକ୍ଷକ କହିଛନ୍ତି ଯେ, ଏ ସବୁ ଭିତରେ ୪ଟି ଅଧିକ ଗୁରୁତ୍ବପୂର୍ଣ୍ଣ ମାମଲା ରାୟଗଡ଼ା ଥାନାରେ ରୁଜୁ ହୋଇଛି । ସେହିପରି ଗୋଟିଏ ମାମଲା ଟିଗିରୁ ଥାନାରେ ହୋଇଥିବା ବେଳେ ୨ଟି ମାମଲା ଗୁୁଣୁପୁର ଥାନାରେ ହୋଇଛି । ଏହିପରି ବିଭିନ୍ନ ଥାନାରେ ଏ ସମ୍ପର୍କରେ ମାନମଲା ରୁଜୁ ହୋଇଛି ।

ଇଟିଭି ଭାରତ, ରାୟଗଡ଼ା

ABOUT THE AUTHOR

...view details