ଓଡିଶା

odisha

ETV Bharat / state

ବଡଧରଣର ଜୁଆ ଆଡ୍ଡା ଉପରେ ଚଢାଉ: ୧୫ ଗିରଫ, ନଗଦ ଟଙ୍କା ସମେତ ମୋବାଇଲ ଜବତ - ରାୟଗଡା ଖବର

ଜୁଆ ଆଡ୍ଡା ଉପରେ ଚଢାଉ କଲା ପୋଲିସ । ବିପୁଳ ପରିମାଣରେ କାର ସହ ଲକ୍ଷାଧିକ ଟଙ୍କା ଜବତ କଲା ପୋଲିସ । ଅଧିକ ପଢନ୍ତୁ...

ବଡଧରଣର ଜୁଆ ଆଡ୍ଡା ଉପରେ ଚଢାଉ, ୧୫ ଗିରଫ
ବଡଧରଣର ଜୁଆ ଆଡ୍ଡା ଉପରେ ଚଢାଉ, ୧୫ ଗିରଫ

By

Published : Oct 2, 2021, 8:14 PM IST

ରାୟଗଡା: ବଡଧରଣର ଜୁଆଆଡ୍ଡା ଉପରେ ଚଢାଉ, ୧୫ ଗିରଫ । ୧୨ଟି ଚାରିଚକିଆ ଯାନ, ଅଟୋ ସହ ଲକ୍ଷାଧିକ ଟଙ୍କା ଜବତ କଲା ପୋଲିସ। ଦଲାଲକୁ ଗିରଫ କରିବାକୁ ପୋଲିସ ଉଦ୍ୟମ ଜାରି ।

ବଡଧରଣର ଜୁଆ ଆଡ୍ଡା ଉପରେ ଚଢାଉ, ୧୫ ଗିରଫ

ଗୁଣପୁର ପୋଲିସ ରାୟଗଡା-ଗଜପତି ଜିଲ୍ଲା ସୀମାନ୍ତ ବୁତ୍ତିର୍ଗୁଡା ଗ୍ରାମ ନିକଟସ୍ଥ ଏକ କାଜୁବାଡରେ ବଡଧରଣର ଜୁଆଆଡ୍ଡା ଉପରେ ଚଢାଉ କରିଛି । ଗୁଣପୁର ବ୍ଲକର ବୁତ୍ତିର୍ଗୁଡା ଗ୍ରାମ ନିକଟସ୍ଥ ଜଙ୍ଗଲରେ ବଡଧରଣର ଜୁଆ ଆଡ୍ଡା ଚାଲୁଥିବା ସମ୍ପକର୍ରେ ପୋଲିସ ସୂଚନା ପାଇଥିଲା । ଏହା ପରେ ଚଢାଉ ଆରମ୍ଭ କରିଥିଲା ଚଢାଉବେଳେ ଜୁଆଡିମାନେ ଛତ୍ରଭଙ୍ଗ ଦେବାକୁ ଉଦ୍ୟମ କରୁଥିବାବେଳେ ପୋଲିସ କାବୁ କରିଛି । ଆନ୍ଧ୍ରର ଶ୍ରୀକାକୁଲମ ଓ ଗଜପତି ଜିଲ୍ଲାର ୧୫ ଜଣ ଜୁଆଡିଙ୍କୁ ପୋଲିସ ଗିରଫ କରିଛି । ଏହାସହ ୧୨ଟି କାର, ଗୋଟିଏ ଅଟୋ ସେମତ ୧୯ଟି ମୋବାଇଲ, ୨ ଲକ୍ଷ ୨୫ ହଜାର ୯୯୦ ଟଙ୍କା ଜବତ କରିଛି ପୋଲିସ । ଏହା ସହ ବିପୁଳ ପରିମାଣର ତାସ ଜବତ କରିଛି ।

ଆନ୍ଧ୍ର ଓ ଓଡିଶା ସୀମାନ୍ତରେ କିଛି ଦଲାଲ ଏହିଭଳି ଜୁଆ ଆଡ୍ଡା ଚଲାଉଥିବା ଜଣାପଡି ଥିବାବେଳେ ପୋଲିସ ଏବେ ଦଲାଲକୁ ଗିରଫ କରିବା ପାଇଁ ଚଢାଉ ଆରମ୍ଭ କରିଦେଇଛି । ଗିରଫ ୧୫ ଅଭିଯୁକ୍ତଙ୍କୁ ଆଜି ସନ୍ଧ୍ୟାରେ କୋର୍ଟଚାଲାଣ କରାଯାଇଛି ।

ସବୁଠାରୁ ବଡ କଥା ଜୁଆଡିମାନେ ଅତି ଚାଲାକରେ ଜୁଆ ଆଡ୍ଡାରେ ଟଙ୍କା ନ ନେଇ ମୋବାଇଲରେ ଟଙ୍କା ଟ୍ର।ନ୍ସଫର କିମ୍ବା ଟୋକେନ ମାଧ୍ୟମରେ ଖେଳୁଥିବା ତଦନ୍ତ ସମୟରେ ଜଣାପଡିଛି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ABOUT THE AUTHOR

...view details