ରାୟଗଡା:ଦିନକୁ ଦିନ ଜଟିଳତା ହେବାରେ ଲାଗିଛି ଗୁଣପୁର ପଞ୍ଚୟତ ସମିତି ଅଧକ୍ଷାଙ୍କ କାର୍ଯ୍ୟକଳାପ । ଏନେଇ ଗତ ଦିନରେ ଡମ୍ବସରାର ପୂର୍ବତନ ସରପଞ୍ଚ ମଥୁରା ଶବର ଗିରଫ ହୋଇ ଜେଲ ଯାଇଥିବା ବେଳେ ଅନ୍ୟପଟେ ଏକ ଏକମାସ ହେଲା ଅଧ୍ୟକ୍ଷାଙ୍କ ନିକଟକୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଫାଇଲ ଯାଇ ଗାଏବ ହୋଇଯାଇଥିବା ଏବେ ନଜରକୁ ଆସିଛି । ଏନେଇ ବିଡିଓ ଜିଲ୍ଲା ପ୍ରଶାସନକୁ ଅବଗତ କରିବା ପରେ ବୁଧବାର ମାଜିଷ୍ଟେଟ ଉପସ୍ଥିତିରେ ଅଧ୍ୟକ୍ଷାଙ୍କ ଅଫିସ ତାଲା ଖୋଲାଯାଇଛି । ତେବେ ଅଧକ୍ଷାଙ୍କ ଚାମ୍ବର ଖୋଲିବା ପରେ ସେଠାରେ ଥିବା ଫାଇଲ ମଧ୍ୟରୁ ୮ଟି ଫାଇଲ ଗାଏବ ହୋଇଯାଇଥିବା ଜଣାପଡିଛି । ଏବେ ଅଧ୍ୟକ୍ଷାଙ୍କ ପାଖକୁ ଯାଇଥିବା ଫାଇଲ ଗଲା କୁଆଡେ ସେନେଇ ପୋଲିସ ଓ ପ୍ରଶସାନ ତନାଘନା କରୁଛି ।
ତେବେ ଏନେଇ ଗୁଣପୁର ବିଡିଓ ପୁଣିଥରେ ଥାନାରେ ମାମଲା ଦେବେ ବୋଲି ସୂଚନା ଦେଇଛନ୍ତି । ଏଠାରେ ସୂଚନା ଯୋଗ୍ୟକି ବ୍ଲକର ସ୍ୱାଧୀନ ପ୍ରାର୍ଥୀଙ୍କ ପରିଷଦ ଗଠନ ପରେ ଆଦିବାସୀ, ମହିଳା ବିଡିଓଙ୍କଠୁ ବିଭିନ୍ନ ପ୍ରକାର ହଇରାଣ ହରକତ କରିବା, ସରକାରୀ କାର୍ଯ୍ୟରେ ଅଯଥା ବ୍ୟାଘାତ କରିବା ସହ ଅସଦାଚରଣ କରିବା ନେଇ ଗତ ୨୩ ତାରିଖ ଦିନ ସ୍ଥାନୀୟ ଆଦର୍ଶ ଥାନାରେ ଏକ ଏତଲା ପ୍ରଦାନ କରିଛନ୍ତି । ଏହି ଏତଲା କ୍ରମେ ୨୪ତାରଖି ମଧ୍ୟରାତ୍ରରେ ଅଧ୍ୟକ୍ଷା ଝିଲି ଶବରଙ୍କ ସମ୍ପର୍କୀୟ ଓ ସ୍ଥାନୀୟ ପୌରସଂସ୍ଥା ଉପାଧ୍ୟକ୍ଷ ସିବା ଗୌଡଙ୍କ ଖାସ୍ ସମର୍ଥକ ମଧୁସୂଧନ ଶବର (ମଥୁରା)କୁ ପୋଲିସ ଘରକୁ ଉଠାଇ ଆଣି ଗିରଫ କରି କୋର୍ଟଚାଲଣ କରିଛି ।