ରାୟଗଡା: ପୋଲିସକୁ ମିଳିଛି ଆଉ ଏକ ସଫଳତା । ରାୟଗଡା ଜିଲ୍ଲା ସେସଖାଲ ଥାନା ପୋଲିସ ଏକ ଡକାୟତ ଦଳକୁ ଧରିବାରେ ସଫଳ ହୋଇଛି । ସୂଚନାନୁଯାୟୀ ଗତ 18 ତାରିଖରେ ସେସଖାଲ ଥାନା ଅଞ୍ଚଳର ସେଲ୍ଫ ହେଲ୍ପ ଗ୍ରୁପ ମାନଙ୍କୁ ଋଣ ଯୋଗାଉଥିବା ଅନ୍ନପୂର୍ଣ୍ଣା ଫାଇନାନ୍ସ ନାମକ ସଂସ୍ଥାର ଜଣେ କର୍ମଚାରୀ ରାମଚନ୍ଦ୍ରପୁରରୁ ଋଣ ଆଦାୟ କରି ଫେରୁଥିବା ବେଳେ ପିପିଲିଗୁଡା ବାଇସିଙ୍ଗ ରାସ୍ତା କତାର ନାଳ ନିକଟରେ 6 ଜଣ ଦୁର୍ବୁତ୍ତ ତାଙ୍କୁ ଅଟକାଇ ଛୁରୀ ଦେଖାଇ ଡକାୟତି କରିଥିବା ନେଇ ଅଗଷ୍ଟ 19 ତାରିଖରେ ସଂସ୍ଥାର କର୍ମଚାରୀ ବୃନ୍ଦାବନ ହରିଜନ ସେସଖାଲ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବାପରେ ପୋଲିସର ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।
ଫାଇନାନ୍ସ କର୍ମଚାରୀଙ୍କୁ ଆକ୍ରମଣ ଘଟଣା, 2 ଜଣଙ୍କୁ ବାନ୍ଧିଲା ପୋଲିସ - ସେସଖାଲ ଥାନା
ସେଲ୍ଫ ହେଲ୍ପ ଗ୍ରୁପ ମାନଙ୍କୁ ଋଣ ଯୋଗାଉଥିବା ଅନ୍ନପୂର୍ଣ୍ଣା ଫାଇନାନ୍ସ କର୍ମଚାରୀଙ୍କୁ ଆକ୍ରମଣ ଘଟଣାରେ 2ଜଣଙ୍କୁ ଗିରଫ କରିଛି ସେସଖାଲ ଥାନା ପୋଲିସ । ଅଧିକ ପଢନ୍ତୁ...
ସେପଟେ ବୁଧବାର ଡକାୟତ ଦଳର 6 ଜଣଙ୍କ ମଧ୍ୟରୁ 3 ଜଣଙ୍କୁ ଗିରଫ କରିଛି ସେସଖାଲ ପୋଲିସ । 3 ଜଣଙ୍କ ମଧ୍ୟରେ ଦୁଇଜଣ ନାବାଳକଙ୍କ ସହ ରାମଚନ୍ଦ୍ରପୁରର କାମେଶ ରାଓ ବାଗଚି ଯିଏକି କର୍ମଚାରୀ ଜଣକ ଋଣ ଆଦାୟ କରି ଫେରୁଥିବା ନେଇ ସୂଚନା ଦେଇଥିବା ବ୍ୟକ୍ତିଙ୍କୁ ମିଶାଇ 3 ଜଣ ଗିରଫ ହୋଇଛନ୍ତି । ଲୁଟ ହୋଇଥିବା ମୋଟ 60 ହଜାରରୁ ଊର୍ଦ୍ଧ୍ବ ଟଙ୍କାରୁ 17 ହଜାର ଟଙ୍କା, ଡକାୟତିରେ ବ୍ୟବହାର କରିଥିବା 5ଟି ମୋବାଇଲ 2ଟି ଛୁରୀ, 2ଟି ମଟର ସାଇକଲ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିବା ବେଳେ ଅନ୍ୟମାନଙ୍କୁ ଧରିବାକୁ ଉଦ୍ୟମ ଜାରି ରହିଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ରାୟଗଡା SDPO ଦିବ୍ୟଜ୍ୟୋତି ଦାସ ସୂଚନା ଦେଇଛନ୍ତି ।
ରାୟଗଡାରୁ ରଞ୍ଜନ କୁମାର ନାଥ, ଇଟିଭି ଭାରତ