ଓଡିଶା

odisha

By

Published : Sep 29, 2021, 10:39 PM IST

ETV Bharat / state

ମନରେଗା ଅମ୍ବୁଡ୍ସମ୍ୟାନଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଥାନା ଓ DRDA ଅଫିସ ଘେରିଲା BSP

ରାୟଗଡା ଜିଲ୍ଲା ମନରେଗା ଅମ୍ବୁଡ୍ସମ୍ୟାନ ଲକ୍ଷ୍ମୀ ନାରାୟଣ ପାଢୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଥାନା ଘେରିଲା BSP । ଗତକିଛି ଦିନ ତଳେ ଧାର୍ମିକ ଅନୁଷ୍ଠାନ ଖୋଲିବା ନିଷ୍ପତ୍ତି ପ୍ରସଙ୍ଗରେ ସୋସିଆଲ ମିଡିଆରେ ବିବାଦୀୟ ବୟାନ ଦେଇଥିଲେ ଅମ୍ବୁଡ୍ସମ୍ୟାନ ଲକ୍ଷ୍ମୀ ନାରାୟଣ। ଅଧିକ ପଢନ୍ତୁ...

ମନରେଗା ଅମ୍ବୁଡ୍ସମ୍ୟାନଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଥାନା ଓ DRDA ଅଫିସ ଘେରିଲା BSP
ମନରେଗା ଅମ୍ବୁଡ୍ସମ୍ୟାନଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଥାନା ଓ DRDA ଅଫିସ ଘେରିଲା BSP

ରାୟଗଡା: ଧାର୍ମିକ ଅନୁଷ୍ଠାନ ଖୋଲିବା ନିଷ୍ପତ୍ତି ପ୍ରସଙ୍ଗରେ ଜିଲ୍ଲାର ମନରେଗା ଅମ୍ବୁଡ୍ସମ୍ୟାନ ଲକ୍ଷ୍ମୀ ନାରାୟଣ ପାଢୀଙ୍କ ସୋସିଆଲ ମିଡିଆରେ ବିବାଦୀୟ ମନ୍ତବ୍ୟକୁ ନେଇ ବିଏସପି ଓ ବାମସେଫ ସଂଗଠନ ପକ୍ଷରୁ ରାୟଗଡା ଥାନା ଓ DRDA ଅଫିସ ଘେରାଉ କରିଛନ୍ତି । ଗତକିଛି ମାସ ତଳେ ଅମ୍ବୁଡ୍ସମ୍ୟାନ ଲକ୍ଷ୍ମୀ ନାରାୟଣ ପାଢୀ ଧାର୍ମିକ ଅନୁଷ୍ଠାନ ଖୋଲିବା ପ୍ରସଙ୍ଗରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ତେବେ ଘଟଣା ପର ଠାରୁ ବିବାଦ ଲାଗିରହିଥିବାବେଳେ ଆଜି ତାଙ୍କର ଅନ୍ୟ ଏକ ପୋଷ୍ଟ ପରେ ବିବାଦ ଆହୁରି ବଢିଥିବାବେଳେ ତାଙ୍କୁ ଗିରଫ କରିବା ଦାବିରେ ବିଏସପି ଓ ଅନ୍ୟ କିଛି ସଂଗଠନ ଥାନା ଓ ଡିଆରଡିଏ କାର୍ଯ୍ୟାଳୟ ଘେରାଉ କରିଥିଲେ।

ମନରେଗା ଅମ୍ବୁଡ୍ସମ୍ୟାନଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଥାନା ଓ DRDA ଅଫିସ ଘେରିଲା BSP

ଘଟଣା ଅନୁସାରେ, କୋଭିଡ ଅନଲକ ହେବା ପରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ରାୟଗଡା ଜିଲ୍ଲାପାଳ ଜିଲ୍ଲାର ଧାର୍ମିକ ଅନୁଷ୍ଠାନ ଖୋଲିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲେ । ଉପଜ଼ିଲ୍ଲାପାଳଙ୍କୁ ଧାର୍ମିକ ଅନୁଷ୍ଠାନର କର୍ମକର୍ତାଙ୍କ ସହ ବୈଠକ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ। ଉପ ଜ଼ିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ଅତିରିକ୍ତ ତହସିଲଦାର ସୁନୀଲ ଖରା, ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନଙ୍କ ଉପସ୍ଥିତିରେ ଉପଜିଲ୍ଲାପାଳଙ୍କ ସଭାଗୃହରେ ଧାର୍ମିକ ଅନୁଷ୍ଠାନ କର୍ମକର୍ତ୍ତାଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇ ଉକ୍ତ ପ୍ରସଙ୍ଗରେ ନିଷ୍ପତ୍ତି ହୋଇଥିଲା।

ବୈଠକ ପରେ ସୋସିଆଲ ମିଡ଼ିଆରେ ଗୁଡିକରେ ଫଟୋ ସହ ବୈଠକର ନିଷ୍ପତ୍ତିକୁ ମଧ୍ୟ ପୋଷ୍ଟ କରାଯାଇଥିଲା। ତେବେ ଉକ୍ତ ଫଟୋକୁ ନେଇ ମନରେଗା ଅମ୍ବୁଡ୍ସମ୍ୟାନ ଲକ୍ଷ୍ମୀ ନାରାୟଣ ପାଢୀ ସୋସିଆଲ ମିଡ଼ିଆରେ କିଛି ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏନେଇ ଜିଲ୍ଲାପାଳ PD DRDAଙ୍କ ମାଧ୍ୟମରେ ଅମ୍ବୁଡ୍ସମ୍ୟାନ ଲକ୍ଷ୍ମୀ ନାରାୟଣ ପାଢୀଙ୍କୁ ଜବାବ ତଲବ ମଧ୍ୟ କରାଯାଇଥିଲା । ତେବେ ସେ ରଖିଥିବା ଜବାବ ପୁଣି ସାମାଜିକ ଗଣମାଧ୍ୟମରେ ସେ ନିଜେ ପୋଷ୍ଟ କରିବା ପରେ ବିବାଦ ଆହୁରି ବଢିବାରେ ଲାଗିଛି ।

ଏହାକୁ ତୀବ୍ର ବିରୋଧ କରିଛନ୍ତି BSPର ଶତାଧିକ କର୍ମୀ ରାୟଗଡା ଥାନା ଏବଂ DRDA ଅଫିସ ଘେରାଉ କରିବା ସହ ତୁରନ୍ତ ଲକ୍ଷ୍ମୀ ନାରାୟଣ ପାଢୀଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି । ଆଗାମୀ 24 ଘଣ୍ଟା ମଧ୍ୟରେ ଲକ୍ଷ୍ମୀ ନାରାୟଣ ପାଢୀଙ୍କୁ ଗିରଫ କରାନଗଲେ ଆନ୍ଦୋଳନ ତୀବ୍ର ହେବ BSP ଜିଲ୍ଲା ସଭାପତି ଜିତୁ ଯାକାଶିକା ଚେତାବନୀ ଦେଇଥିବା ଦେଖିବାକୁ ମିଳିଛି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ABOUT THE AUTHOR

...view details