ଓଡିଶା

odisha

ନିୟମଗିରି ସୁରକ୍ଷା କମିଟି ପକ୍ଷରୁ ଥାନା ଘେରାଉ, 2 ଯୁବକଙ୍କୁ ପୋଲିସ ଉଠାଇ ନେବାକୁ ବିରୋଧ

ମାଓ ସୂଚନାଦାତା ସନ୍ଦେହରେ 2ଜଣ ଯୁବକଙ୍କୁ ପୋଲିସ ଉଠାଇନେବା ଘଟଣାକୁ ନେଇ ତାତିଲେ ଡଙ୍ଗରିଆ । ଏନେଇ ନିୟମଗିରି ସୁରକ୍ଷା କମିଟି ଓ ଡଙ୍ଗରିଆ ସମ୍ପ୍ରଦାୟ ପକ୍ଷରୁ କଲ୍ୟାଣସିଂହପୁର ଥାନା ଘେରାଉ କରାଯାଇଛି। ଅଧିକ ପଢନ୍ତୁ

By

Published : Aug 6, 2023, 4:00 PM IST

Published : Aug 6, 2023, 4:00 PM IST

କଲ୍ୟାଣସିଂହପୁର ଥାନା ଘେରାଉ କଲେ ଡଙ୍ଗରିଆ
କଲ୍ୟାଣସିଂହପୁର ଥାନା ଘେରାଉ କଲେ ଡଙ୍ଗରିଆ

କଲ୍ୟାଣସିଂହପୁର ଥାନା ଘେରାଉ କଲେ ଡଙ୍ଗରିଆ

ରାୟଗଡ଼ା: ଦୁଇ ଡଙ୍ଗରିଆ ଯୁବକଙ୍କୁ ପୋଲିସ ଉଠାଇ ନେବା ଘଟଣାର ପ୍ରତିବାଦ କରି ଥାନା ଘେରାଉ କରିଛନ୍ତି ଡଙ୍ଗରିଆ ସମ୍ପ୍ରଦାୟ । ନିୟମଗିରି ସୁରକ୍ଷା କମିଟି ଓ ଡଙ୍ଗରିଆ ସମ୍ପ୍ରଦାୟ ପକ୍ଷରୁ ଥାନା ଘେରାଉ କରାଯାଇଛି । ସୂଚନା ଅନୁସାରେ, ଶନିବାର କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବଜାରକୁ ଯାଇଥିବା ସମୟରେ ଦୁଇ ଡଙ୍ଗରିଆ ଯୁବକଙ୍କୁ ସେଠାକାର ପୋଲିସ ଉଠାଇ ନେଇଥିଲା । ଏହାକୁ ପ୍ରତିବାଦ କରି ରବିବାର କଲ୍ୟାଣସିଂହପୁର ଥାନା ଘେରାଉ କରାଯାଇଛି । ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବାବେଳେ ସ୍ଥିତି ନିୟନ୍ତ୍ରଣ ପାଇଁ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଫୋର୍ସ ମୁତୟନ ରହିଛନ୍ତି । ସୂଚନା ମୁତାବକ, କଲ୍ୟାଣସିଂହପୁର ବ୍ଲକ ଲାମ୍ବା ଗ୍ରାମର କୃଷ୍ଣ ଶିକ୍‌କା ଓ ବାରି ଶିକ୍‌କାକୁ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବଜାରରୁ ପୋଲିସ ଉଠାଇ ନେଇଥିବା ଜଣାପଡ଼ିଛି ।

ଆଜି ସକାଳୁ ନିୟମଗିରି ଅଞ୍ଚଳର ୧୨୧ ଖଣ୍ଡ ଗାଁର ଡଙ୍ଗରିଆ ଏକତ୍ରିତ ହୋଇ ନିୟମଗିରି ସୁରକ୍ଷା ସମିତି ସଭାପତି ଶିକକା ଲଦଙ୍କ ନେତୃତ୍ୱରେ ନିଜର ପାରମ୍ପରିକ ଅସ୍ତ୍ରଶସ୍ତ୍ର ନେଇ ସେମାନେ ଥାନା ଘେରାଉ ଉଦ୍ୟମ କରିଥିଲେ । 2 ଯୁବକଙ୍କୁ ପୋଲିସ ନଛାଡିବା ଯାଏଁ ସେମାନେ ସେଠାରୁ ଯିବେ ନାହିଁ ବୋଲି ଅଡ଼ି ବସିଛନ୍ତି । ଘଟଣାସ୍ଥଳରେ ଜଣେ ଅତିରିକ୍ତ ଏସ୍‌ପି, ୬ଜଣ IIC, SOG, APR, OSAP, CRPF ସହ ଏକ ପ୍ଲାଟୁନ୍‌ ପଲିସ ମୁତୟନ ଅଛନ୍ତି ।

ଏହା ବି ପଢନ୍ତୁ...କମୁନି ଦୁର୍ଦ୍ଦଶା: ଅନ୍ଧାରରେ ରତାଖଣ୍ଡି ପଞ୍ଚାୟତ, ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କଲେ ଲୋକେ

ପୋଲିସ 2 ଡଙ୍ଗରିଆ ସମ୍ପ୍ରଦାୟର ଯୁବକଙ୍କୁ ଉଠାଇନେବା ଘଟଣାକୁ ବିରୋଧ କରି ବିଭିନ୍ନ ଗ୍ରାମବାସୀମାନେ ଏକତ୍ରିତ ହୋଇ କଲ୍ୟାଣସିଂହପୁର ଥାନା ଘେରାଉ କରିଛନ୍ତି । ତୁରନ୍ତ ସେମାନଙ୍କୁ ଛାଡ଼ିବା ପାଇଁ ପୋଲିସକୁ ତାଗିଦ କରିଛନ୍ତି ଡଙ୍ଗରିଆ ସମ୍ପ୍ରଦାୟ । ନଚେତ ପରିସ୍ଥିତି ଭୟାବହ ହେବ ବୋଲି ଚେତାବନୀ ଦେଇଛନ୍ତି । ଅତିରିକ୍ତ ଏସ୍‌ପି ବିଷ୍ଣୁ ପ୍ରସାଦ ପାତ୍ର, ଏସ୍‌ଡିପିଓ ରଶ୍ମି ରଞ୍ଜନ ପ୍ରଧାନଙ୍କ ସମେତ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ ଓ ସିଆରପିଏଫ୍‌ ଯବାନ ମୁତୟନ ହୋଇ ସ୍ଥିତି ନିୟନ୍ତ୍ରଣ କରୁଛନ୍ତି ।

ତେବେ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାରସାଲି ଓ ମାଝିଗୁଡ଼ା ପଞ୍ଚାୟତ ଏବଂ କଳାହାଣ୍ଡି ଜିଲ୍ଲା ବିଭିନ୍ନ ଗ୍ରାମରୁ ଡ଼ଙ୍ଗରିଆ କନ୍ଧ ଏହି ଘେରାଉ କରିଥିବା ସୂଚନା ମିଳିଛି । ଶନିବାର ମାଓ ସୂଚନାଦାତା ସନ୍ଦେହରେ 2 ଜଣକୁ ପୋଲିସ ଉଠାଇ ନେଇଥିବା ଜଣାପଡ଼ିଥିଲା । ଫଳରେ ଆଜି ଏହି ସମ୍ପ୍ରଦାୟର ସମସ୍ତ ଅଧିବାସୀ ଏକତ୍ରିତ ହୋଇ କଲ୍ୟାଣସିଂହପୁର ଥାନା ଘେରାଉ ଉଦ୍ୟମ କରିଥିବାବେଳେ ଉତ୍ତଜେନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ସେପଟେ ଏନେଇ ପୋଲିସ ପକ୍ଷରୁ କୌଣସି ସୂଚନା ମିଳିପାରିନାହିଁ ।

ଇଟିଭି ଭାରତ, ରାୟଗଡ଼ା

ABOUT THE AUTHOR

...view details