ଓଡିଶା

odisha

ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ଯୋଜନା କମିଟି ଅଧ୍ୟକ୍ଷ, ପାନୀୟଜଳ ସମସ୍ୟା ଉପରେ ଗୁରୁତ୍ୱ

ରାୟଗଡାରେ ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ଯୋଜନା କମିଟି ଅଧ୍ୟକ୍ଷ ଅତନୁ ସବ୍ୟସାଚୀ ନାୟକ। ସମୀକ୍ଷା ବୈଠକରେ ପାନୀୟଜଳ ସମସ୍ୟା ତ୍ବରିତ ସମାଧାନ ଉପରେ ଗୁରୁତ୍ୱ । ଅଧିକ ପଢନ୍ତୁ

By

Published : Jun 2, 2023, 9:15 AM IST

Published : Jun 2, 2023, 9:15 AM IST

Planning Committee review meeting in rayagada
Planning Committee review meeting in rayagada

Planning Committee review meeting in rayagada
ରାୟଗଡା: ଦିନିକିଆ ରାୟଗଡା ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ବର୍ତ୍ତମାନ ସେ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ମଧ୍ୟ ରହିଛନ୍ତି । ଏହି ଗସ୍ତ ସମୟରେ ଯୋଜନା କମିଟି ଦ୍ୱାରା ଅନୁମୋଦିତ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସଠିକ୍ ବିନିଯୋଗ ଓ କାର୍ଯ୍ୟକାରିତା ଉପରେ ସମୀକ୍ଷା କରିଥିଲେ ଯୋଜନା କମିଟି ଅଧ୍ୟକ୍ଷ । ବିଶେଷ କରି ପିଇବା ପାଣି ସମସ୍ୟା ଉପର ସମୀକ୍ଷା ବୈଠକରେ ଆଲୋଚନା କରାଯାଇଥିଲା ।

ରାୟଗଡା ଜିଲ୍ଲାର ବିକାଶ ପାଇଁ ସରକାରଙ୍କ ତରଫରୁ ଯେଉଁ ସବୁ ଅନୁଦାନ ଗୁଡିକ ପ୍ରଦାନ କରାଯାଉଛି ତାହା କିପରି ସଠିକ ସମୟରେ ବିନିଯୋଗ ହେବ ସେନେଇ ବିଭାଗୀୟ ଅଧିକାରୀ ଓ ଜନ ପ୍ରତିନିଧିମାନଙ୍କୁ ନେଇ ବୈଠକ ଅନୁଷ୍ଠିତ ହେଇଛି । ସ୍ଥାନୀୟ ଜିଲ୍ଳା ପରିଷଦ ସମ୍ମିଳନୀ କକ୍ଷରେ ସୀମକ୍ଷା ବୈଠକ ହୋଇଥିଲା । ଯେଉଁ ଅଞ୍ଚଳରେ ପାନୀୟ ଜଳ ସମସ୍ୟା ରହିଛି ସେହି ସ୍ଥାନରେ ବର୍ଷାଦିନ ପୂର୍ବରୁ ପ୍ରକଳ୍ପ ଗୁଡିକର କାର୍ଯ୍ୟ ଶେଷ କରି ବିଶୁଦ୍ଧ ପାନୀୟ ଯୋଗାଇବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ମନ୍ତ୍ରୀ । ଏଥିସହ ପ୍ରକଳ୍ପ ଗୁଡିକ କିପରି କ୍ଷୀପ୍ର ଗତିରେ ଆଗକୁ ବଢିପାରିବ ଏଥି ନିମନ୍ତେ ପୌରପାଳିକା, ବ୍ଲକ ଓ ଜିଲ୍ଲା ପରିଷଦ ସ୍ତରରେ ସମୀକ୍ଷା କରିବି ବୋଲି ପ୍ରକାଶ କରିଥିଲେ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ । ବୈଠକରେ ଉପସ୍ଥିତ ବିଭାଗୀୟ ଅଧିକାରୀ ଓ ଲୋକ ପ୍ରତିନିଧିମାନେ ବିଶେଷ କରି ପାନୀୟ ଜଳ ସମସ୍ୟା ଉପରେ ଗୁରୁତ୍ୱାରୋପ କରିଥିଲେ ।

ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ,ପଛୁଆ ବର୍ଗ ଓ ସଂଖ୍ୟାଲଘୁ କଲ୍ୟାଣ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା, ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଅନୁସୂୟା ମାଝି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ୱତୀ ମାଝି, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଉପଦେଷ୍ଟା ସୁଧୀର କୁମାର ଦାଶ ଓ ଜିଲ୍ଲାପାଳ ସ୍ୱଧାଦେବ ସିଂ ଏହି ବୈଠକରେ ଉପସ୍ଥିତ ଥିଲେ । ସେହିପରି ପୂର୍ବତନ ରାଜ୍ୟସଭା ସାଂସଦ ଏନ. ଭାସ୍କର ରାଓ, ରାୟଗଡା ପୌର ପରିଷଦ ନଗରପାଳ, ପି.ମହେଶ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରା, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ରବି ନାରାୟଣ ତ୍ରିପାଠୀ, ପ୍ରକଳ୍ପ ନିର୍ଦ୍ଦେଶକ ଜଳ ବିଭାଜିକା ମିଶନ, ଜିଲ୍ଲା ଖାଦ୍ୟ ଯୋଗାଣ ଅଧିକାରୀ ରାଜ କିଶୋର ପାଣିଗ୍ରାହୀ ସମେତ ବହୁ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।

ଇଟିଭି ଭାରତ, ରାୟଗଡା

ABOUT THE AUTHOR

...view details