ଓଡିଶା

odisha

ବିକ୍ରି ହେଉନି ସପୁରୀ, ଚିନ୍ତାରେ ନିୟମଗିରି ଡଙ୍ଗରିଆ ଚାଷୀ

ଚାଷୀଙ୍କ ସମସ୍ୟା ଦୁର କରିବାକୁ ପ୍ରଣୟନ ହେଉଛି ଅନେକ ଯୋଜନା । ହେଲେ ଡଙ୍ଗର ପାହାଡ଼ିଆ ଅଞ୍ଚଳ ଚାଷୀଙ୍କୁ ଦେଖିଲେ ବାଟବଣା ହେଲା ଭଳି ମନେ ହେଉଛି ଏହି ସବୁ ଯୋଜନା । ରାୟଗଡ଼ା ଜିଲ୍ଲା ନିୟମଗିରିର ପାହାଡ଼ିଆ ଅଞ୍ଚଳ ସପୁରୀ ଚାଷୀଙ୍କ ଅଲୋଡ଼ା ପାଲଟିଛି ରାଜ୍ୟ ସରକାରଙ୍କ ଯୋଜନା । ଅଧିକ ପଢ଼ନ୍ତୁ...

By

Published : Jul 2, 2021, 8:40 PM IST

Published : Jul 2, 2021, 8:40 PM IST

ବିକ୍ରି ହେଉନି ସପୁରୀ, ଚିନ୍ତାରେ ନିୟମଗିରି ଡଙ୍ଗରିଆ ଚାଷୀ
ବିକ୍ରି ହେଉନି ସପୁରୀ, ଚିନ୍ତାରେ ନିୟମଗିରି ଡଙ୍ଗରିଆ ଚାଷୀ

ରାୟଗଡ଼ା: ଚାଷୀଙ୍କ ସମସ୍ୟା ଦୁର କରିବାକୁ ପ୍ରଣୟନ ହେଉଛି ଅନେକ ଯୋଜନା । ହେଲେ ଡଙ୍ଗର ପାହାଡ଼ିଆ ଅଞ୍ଚଳ ଚାଷୀଙ୍କୁ ଦେଖିଲେ ବାଟବଣା ହେଲା ଭଳି ମନେ ହେଉଛି ଏହି ସବୁ ଯୋଜନା । ରାୟଗଡ଼ା ଜିଲ୍ଲା ନିୟମଗିରିର ପାହାଡ଼ିଆ ଅଞ୍ଚଳ ସପୁରୀ ଚାଷୀଙ୍କ ଅଲୋଡ଼ା ପାଲଟିଛି ରାଜ୍ୟ ସରକାରଙ୍କ ଯୋଜନା । ଏହି ଅଞ୍ଚଳରେ ଜୈବିକ ପ୍ରଣାଳୀରେ ସପୁରୀ ଚାଷ କରାଯାଏ । ଏହାର ଚାହିଦା ରାଜ୍ୟ ଓ ତଥା ରାଜ୍ୟ ବାହାରେ ରହିଥିବା ବେଳେ କୋରୋନା କଟକଣା ଯୋଗୁଁ ସପୁରୀ ରପ୍ତାନୀ କରି ପାରୁନାହାନ୍ତି ସପୁରୀ ।

ବିକ୍ରି ହେଉନି ସପୁରୀ, ଚିନ୍ତାରେ ନିୟମଗିରି ଡଙ୍ଗରିଆ ଚାଷୀ

ନିୟମଗିରି ସପୁରୀ ଚାଷୀଙ୍କୁ ସବୁବେଳେ ଅବହେଳା ଓ ନିଷ୍ପେସିତ କରାଯାଉଥିବା ଅଭିଯୋଗ ହୋଇଛି । ଚଳିତ ବର୍ଷ ନିୟମଗିରି ଡଙ୍ଗରିଆ ଅଞ୍ଚଳରେ ଭଲ ସପୁରୀ ଚାଷ ହୋଇଛି । ପ୍ରତ୍ୟେକ ବର୍ଷ ଏଠାକୁ ରାଜ୍ୟ ବାହାରୁ ବ୍ୟବସାୟୀ ଆସି ସପୁରୀ କିଣି ନିଅନ୍ତି । ହେଲେ ଚଳିତ ବର୍ଷ କୋରୋନା କଟକଣା ଯୋଗୁଁ ନିୟମଗିରିରେ ବ୍ୟବସାୟୀ ପହଞ୍ଚି ପାରୁନାହାନ୍ତି ।

ଲକଡାଉନ ପ୍ରଭାବରେ ନିୟମଗିରି ଡଙ୍ଗରିଆଙ୍କ ସପୁରୀ ଫସଲ ବିକ୍ରିବଟାରେ ସମସ୍ୟା ଦେଖା ଦେଇଛି । ସପୁରୀ ଠିକ ଭାବରେ ବିକ୍ରି ହେଉନଥିବାରୁ ପରିବାର ଭରଣପୋଷଣ କିଭଳି କରିବେ ସେହି ଚିନ୍ତାରେ ରହିଛନ୍ତି ଚାଷୀ । ଜୈବିକ ଖତସାର ବ୍ୟବହାର କରି ସପୁରୀ ଉତ୍ପାଦନ ହେଉଥିବାରୁ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ମଧ୍ୟପ୍ରଦେଶ, ଦିଲ୍ଲୀ, ନାଗପୁର ଭଳି ଅନେକ ସ୍ଥାନର ବଡ଼ ବ୍ୟବସାୟୀଙ୍କ ଏଠାରେ ଭିଡ଼ ଜମିଥାଏ । ଚଳିତ ବର୍ଷ ନିୟମଗିରି ଅଞ୍ଚଳରେ ତାହା ଦେଖିବାକୁ ମିଳିନାହିଁ ।

ସେପଟେ ନିୟମଗିରି ପାର୍ବତ୍ୟମାଳାରେ ଉତ୍ପାଦିତ ପାହାଡ଼ିଆ ସପୁରୀ ଉତ୍ପାଦନ ଦେଶରେ ପ୍ରଥମ । ଦିଲ୍ଲୀ, ମୁମ୍ବାଇ କଲକୋତାରେ ଏହି ସପୁରୀ ବିଶେଷ ଚାହିଦା ରହିଛି । ସପୁରୀ ଗଛରେ ରହି ହିଁ ପୋଚି ଯାଉଥିବା ଅଭିଯୋଗ ହୋଇଛି । ଲଗାତର କିଛି ବର୍ଷ ହେବ ଜନଜାତିଙ୍କ ସପୁରୀ ଠିକ ଭାବରେ ବିକ୍ରିବଟା ହୋଉନଥିବା କଥା କହିଛନ୍ତି ଚାଷୀ । ଫଳରେ ଆନ୍ଧ୍ର ଓ ରାୟପୁର ଚାଷୀ ଏହାର ସୁଯୋଗ ନେଇ କମ ଦାମରେ ସପୁରୀ କିଣୁଛନ୍ତି ।

ସେପଟେ ସପୁରୀ ବିକ୍ରିବଟାକୁ ସରଳୀକରଣ କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିବା କଥା କହିଛନ୍ତି ରାୟଗଡ଼ା PDDRDA । ଚଳିତ ବର୍ଷ ପ୍ରାୟ ୫୦୦ ଟନ ସପୁରୀ ବାହାର ରାଜ୍ୟକୁ ପଠାଇବା ପାଇଁ ଜିଲ୍ଲା ପ୍ରଶାସନ ଉଦ୍ୟମ ଜାରି ରଖିଛି । ତେବେ ଏଥିରୁ ଚାଷୀଙ୍କୁ ଲାଭ ମିଳୁଛି କି ନାହିଁ ତାହାକୁ ଅପେକ୍ଷା ।

ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details