ରାୟଗଡା:କାନ୍ଦୁଲ ଖାଇ ନୂଆଖାଇ ପାଳିଲେ ସୌରା ସମ୍ପ୍ରଦାୟବାସୀ । ରାୟଗଡା ଗୁଣପୁର ବ୍ଳକର ବିଭିନ୍ନ ଗାଁରେ ଦେଖିବାକୁ ମିଳିଛି ଏହି ନିଆରା ଉତ୍ସବ । ସବୁ କାମଧନ୍ଦା ବନ୍ଦ କରି ଗାଁ ଲୋକେ ଏହି ପର୍ବ ପାଳିବାରେ ବ୍ୟସ୍ତ । ଏନେଇ ଉତ୍ସବ ମୁଖର ହୋଇ ଉଠିଛି ଗାଁ ଦାଣ୍ଡ । ଏନେଇ ଗାଁରେ ବିଶାଳ ସମାବେଶ ମଧ୍ୟ ଦେଖିବାକୁ ମିଳିଛି ।
କାନ୍ଦୁଲ ଖାଇ ନୂଆଖାଇ ପାଳିଲେ ସୌରା ସମ୍ପ୍ରଦାୟ - rayagada nuakhai
କାନ୍ଦୁଲ ଖାଇ ନୂଆଖାଇ ପାଳିଲେ ସୌରା ସମ୍ପ୍ରଦାୟବାସୀ । ଗୁଣପୁର ବ୍ଳକର ବିଭିନ୍ନ ଗାଁରେ ଦେଖିବାକୁ ମିଳିଛି ଏହି ନିଆରା ଉତ୍ସବ ।

କାନ୍ଦୁଲ ଖାଇ ନୂଆଖାଇ ପାଳିଲେ ସୌରା ସମ୍ପ୍ରଦାୟବାସୀ
କାନ୍ଦୁଲ ଖାଇ ନୂଆଖାଇ ପାଳିଲେ ସୌରା ସମ୍ପ୍ରଦାୟବାସୀ
ପୁରୁଷ ମହିଳା ଠାରୁ ଆରମ୍ଭ କରି ଯୁବକ ଯୁବତୀ ରାଜନେତା, ସରକାରୀ ଚାକିରିଆ ସମସ୍ତେ ଏକାକାର ହୋଇ ନାଚିଥିଲେ । ଢାମ୍ପର ତାଳେ ତାଳେ ନାଚ ଗୀତ ସହ ପୂଜାର୍ଚ୍ଚନା କରି ନୂଆ କାନ୍ଦୁଲ ଖାଇଥିଲେ । ସ୍ଥାନୀୟ ଟାଙ୍ଗୀ ଦେବତାଙ୍କୁ ଆବାହନ କରି ଗାଁରେ ଘର ଘର ବୁଲାଇବା ପରେ ଗାଁ ମୁଣ୍ଡରେ ପୂଜା କରି କାନ୍ଦୁଲ ନୂଆ ଖାଇଥିଲେ ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ