ରାୟଗଡ଼ା:ଜିଲ୍ଲାରେ ଏକ ବୃହତ ଆଲୁମିନା କାରଖାନା ସ୍ଥାପନା କରିବ ଆଦାନି ଗ୍ରୁପ, କିନ୍ତୁ ଏହା ପୂର୍ବରୁ ତେଜିଲା ଆନ୍ଦୋଳନ । କାରଖାନା ନାହିଁ ତ ଖଣି ନାହିଁ ଦାବିରେ ଜିଲ୍ଲାପାଳ ଅଫିସ ଘେରାଉ କଲେ ସ୍ଥାନୀୟ ବାସିନ୍ଦା । କଲ୍ୟାଣସିଂହପୁର ଓ କୋଲନରା ବ୍ଲକ ଅଞ୍ଚଳରେ ସ୍ଥାପନା ନେଇ ଉଦ୍ୟମ ଜାରି ରହିଥିବାବେଳେ କାଶୀପୁର ବ୍ଲକରେ ଉପଯୁକ୍ତ ସ୍ଥାନରେ କାରଖାନା କରିବାକୁ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।
୪୧ ହଜାର ୬୫୩ କୋଟି ଟଙ୍କା ବ୍ୟୟରେ ଆଦାନି ଏଣ୍ଟରପ୍ରାଇଜେସ ଲିଃ ତରଫରୁ ଆଲୁମିନା କାରଖାନା ସ୍ଥାପନା କରାଯିବା ନେଇ ଘୋଷଣା ହୋଇଛି । ତେବେ ଏହି କାରଖାନା କାଶୀପୁର ବ୍ଲକରେ ସ୍ଥାପନା ପାଇଁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା । କାରଣ କାଶୀପୁର ବ୍ଲକରେ ଥିବା ବକ୍ସାଇଟ ଖଣିରୁ କଞ୍ଚାମାଲ ଉତ୍ତୋଳନ କରି ଏହି କାରଖାନା ଆଲୁମିନା ଉତ୍ପାଦନ କରିବ। ତେଣୁ କାଶୀପୁର ବ୍ଲକର ଉପଯୁକ୍ତ ସ୍ଥାନରେ କାରଖାନା କରିବାକୁ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି । କାରଖାନା ନାହିଁ ତ ଖଣି ନାହିଁ ବୋଲି କହିଛନ୍ତି ସ୍ଥାନୀୟ ଲୋକେ ।